Rajasthan Gang Rape: ସାରା ଦେଶରେ ଦୁଷ୍କର୍ମକୁ ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହା ଥମିବାର ନାଁ ଥରୁନି । ରାଜସ୍ଥାନରୁ ପୁଣି ଆସିଛି ଏକ ଲଜ୍ଜାଜନକ ଗଣ ଦୁଷ୍କର୍ମ (Rape Case) ଘଟଣା । ଏହି ରାଜ୍ୟରୁ ଲଗାତର ଏପରି ଘଟଣା ସାମ୍ନାକୁ ଆସୁଥାଏ । ରାଜସ୍ଥାନ (Rajasthan) ର ସିରୋହି ଜିଲ୍ଲାର ରୋହିଡା ଥାନା କ୍ଷେତ୍ରରୁ ଏହି ମାମଲା (Sirohi Gang Rape Case) ସାମ୍ନାକୁ ଆସିଛି । ରୋହିଡାରେ ପତିଙ୍କ ଆଖି ସାମ୍ନାରେ ପତ୍ନୀଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ଏହି ଘଟଣାରେ ୪ ଜଣ କୁଖ୍ୟାତ ବଦମାଶ୍ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ୪ ଜଣ କୁଖ୍ୟାତ୍ ବଦମାଶ ପତିଙ୍କ ଆଗରେ ତାଙ୍କ ପତ୍ନୀଙ୍କ ଇଜ୍ଜତ ଲୁଟିଥିଲେ ଓ ଘଟଣାସ୍ଥଳରୁ ଚୋରି କରିବା ପରେ ପଳାଇ ଯାଇଥିଲେ । 


COMMERCIAL BREAK
SCROLL TO CONTINUE READING

ଏହି ଘଟଣା ପରେ ପତି-ପତ୍ନୀ ଏତେ ଭୟଭୀତ ହୋଇଯାଇଥିଲେ ଯେ ସେମାନେ ଦୁଇ ଦିନ ଧରି ଏହି ଘଟଣା ବିଷୟରେ କାହାକୁ ଜଣାଇ ନଥିଲେ । ପୂରା ଦିନରାତି ଭୋକିଲା ଓ ଶୋଷିଲା ଘରେ ବନ୍ଦ ହୋଇ ରହିଥିଲେ । ଆପଣଙ୍କୁ କହିରଖୁଛୁ ଯେ, ଏହି ଘଟଣା  ନଭେମ୍ବର ୯ ରାତିରେ ଘଟିଥିଲା । ​​ଯେଉଁଠାରେ ୪ ଜଣ କୁଖ୍ୟାତ ବଦମାଶ୍ ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ । ସେମାନେ ରୂପା ଅଳଙ୍କାର ଓ ୧୪୦୦ ଟଙ୍କା ନଗଦ ଚୋରି କରିଥିଲେ । ଏହି ୪ ଜଣ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଥିଲେ । ନିଶାସକ୍ତ  ୪ ଜଣ ଅଭିଯୁକ୍ତ ଚୋରି କରୁଥିବା ସମୟରେ ଏହି ଦମ୍ପତିଙ୍କୁ ଗୋଟିଏ କୋଠରୀରେ ଶୋଇଥିବାର ଦେଖିଥିଲେ । ପତି ଓ ପତ୍ନୀ ଶୋଇଥିବାର ଦେଖି ସେମାନଙ୍କ ଭିତରେ ଥିବା ଶୟତାନ ଜାଗି ଉଠିଥିଲା । ପ୍ରଥମେ ଅଭିଯୁକ୍ତମାନେ ପତି ଉଲଗ୍ନ କରି ବାନ୍ଧି ଦେଇଥିଲେ । ପରେ ତାଙ୍କ ଆଖି ସମ୍ମୁଖରେ ଅଭିଯୁକ୍ତମାନେ ଜଣେ ପରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । 


ଅଧିକ ପଢ଼ନ୍ତୁ:-ଫାଇନାଲରେ ହାରିବା ପରେ ବାବର ଆଜମ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ


ଅଧିକ ପଢ଼ନ୍ତୁ:-ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ଟମାଟୋ, ନଚେତ୍ ହୋଇପାରେ ବଡ଼ ସମସ୍ୟା


ଅଧିକ ପଢ଼ନ୍ତୁ:-ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ! ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ନେତା କହିଲେ ଏହି ବଡ଼ କଥା


ଏହି ଘଟଣା ପରେ ଅଭିଯୁକ୍ତମାନେ ପତି-ପତ୍ନୀଙ୍କୁ ଧମକାଇଥିଲେ ଓ ଘଟଣା ବିଷୟରେ କାହାକୁ ନ ଜଣାଇବାକୁ କହିଥିଲେ । ପରେ ଯେତେବେଳେ ରୋହିଡା ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ମିଳିଲା, ତୁରନ୍ତ SHO ଦେବାରାମ ମୟ ଜବତା ଘଟଣାସ୍ଥଳକୁ ପହଞ୍ଚିଥିଲେ । ପଚରାଉଚରା ବେଳେ ପତି-ପତ୍ନି ଅତ୍ୟନ୍ତ ଭୟଭୀତ ଥିବାର ଦେଖାଯାଇଥିଲା ଓ ସେମାନେ ଏହି ଘଟଣା ବିଷୟରେ କହିଥିଲେ । ପୋଲିସ ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୧ଟା ସମୟରେ ୪ ଜଣ ବଦମାଶ ଘରେ ପ୍ରବେଶ କରିଥିଲେ । ଚୋରି ପରେ ସେମାନେ ପତିଙ୍କୁ ବନ୍ଧକ ବନାଇ ତାଙ୍କ ଆଗରେ ଅନ୍ଧାରରେ ପତ୍ନୀଙ୍କ ସହ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମୟରେ ପୀଡ଼ିତା ଅନ୍ଧାର ଯୋଗୁଁ ସେ କାହାର ମୁହଁ ଦେଖି ପାରି ନଥିଲେ । କିନ୍ତୁ ଘଟଣା ସମୟରେ ଜଣେ ଅଭିଯୁକ୍ତ ଧୂମପାନ ପାଇଁ ଏକ ମ୍ୟାଚିସ୍ ଲଗାଇଥିଲେ । ସେହି ସମୟରେ ଜଣ ଅଭିଯୁକ୍ତର ମୁହଁ ଦେଖାଯାଇଥିଲା । ତା ଆଖି ତଳେ ଧଳା ଦାଗ ଥିଲା । ଯାହା ଆଧାରରେ ପୋଲିସ ତଦନ୍ତ ଆଗକୁ ବଢ଼ାଇ ୩ ଜଣଙ୍କୁ ଗିରଫ କରିଛ । ଏହା ସହିତ ଏହି ଘଟଣାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତ ସମ୍ପର୍କରେ ନିଜ ଭାଇ ବୋଲି କୁହାଯାଉଛି ।