ସମ୍ବଲପୁର: ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବର୍ଷାଧିକ କାଳ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ନାରକୀୟ ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଘଟିଛି। ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର ପୋଲିସ କୋର୍ଟ ଚାଲାଣ କରିଛି। 


COMMERCIAL BREAK
SCROLL TO CONTINUE READING

ଗତ ୨୦୨୦ ମସିହା ଲକଡାଉନ ସମୟରେ କୁଚିଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ରାତି ପ୍ରାୟ ଆଠଟା ସମୟରେ ଟ୍ୟୁସନରୁ ଫେରୁଥିଲେ। ଏହି ସମୟରେ ସେହି ଅଂଚଳର ଦୁଇ ଜଣ ଯୁବକ ତାଙ୍କୁ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣକ ଭୟରେ ଆଉ ଘରକୁ ନ ଆସି ନିକଟରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ସେହି ଦିନ ଠାରୁ ସେ ଆଉ ନିଜ ଘରକୁ ଆସିବାକୁ ସାହାସ ଜୁଟାଇ ପାରିନଥିଲେ। ମଝିରେ ମଝିରେ ଭିଡିଓ ଭାଇରାଲ କରିବା ଧମକ ଦେଇ ଅଭିଯୁକ୍ତମାନେ ନାବାଳିକାଙ୍କୁ ଡକାଇ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ। 


Also Read: ଯୌନ ଉତ୍ପୀଡ଼ନର ଶିକାର ହୋଇ ଆତ୍ମହତ୍ୟା କଲେ ୧୬ ବର୍ଷର ନାବାଳିକା


ଭିଡିଓ ଭାଇରାଲ ହେଲେ ନିନ୍ଦା, ଅପବାଦ ଭୟରେ ଯେତେବେଳେ ଅଭିଯୁକ୍ତମାନେ ଡାକନ୍ତି ନାବାଳିକା ଜଣଙ୍କ ଆସିବାକୁ ବାଧ୍ୟ ହୋଇଥାନ୍ତି। ନାବାଳିକାଙ୍କ ସାଙ୍ଗମାନଙ୍କ ପାଖରୁ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍କୁଲର ପ୍ରଧାନଶିକ୍ଷକ ପୀଡିତା ସହିତ ତାର ବାପା ମାଙ୍କୁ ବିଦ୍ୟାଳୟକୁ ଡକାଇ ସବୁକଥା ପଚାରି ବୁଝିଥିଲେ। ଛାତ୍ରୀ ଜଣକ ସମ୍ପୂର୍ଣ୍ଣ ଘଟଣାର ଲୋମହର୍ଷଣକାରୀ କାହାଣୀ କହିବା ସହ ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ସହ ବଳାତ୍କାରର ଭିଡିଓ ଭାଇରାଲ କରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିବା କହିଥିଲେ। 


ଏହି ଘଟଣା ଜାଣିବା ପରେ ନାବାଳିକାଙ୍କ ବାପା କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ  ନାବାଳିକାଙ୍କ ବୟାନକୁ ଆଧାର କରି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣା ଘଟାଇଥିବା ସେହି ଅଂଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ଜେରା କରିଥିଲା।  ଅଭିଯୁକ୍ତଙ୍କୁ POCSO ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ନାବାଳିକା ଝିଅଙ୍କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଦିଆଯିବ ବୋଲି ଏସପି, ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।