ଯୌନ ଉତ୍ପୀଡ଼ନର ଶିକାର ହୋଇ ଆତ୍ମହତ୍ୟା କଲେ ୧୬ ବର୍ଷର ନାବାଳିକା
Advertisement
Article Detail0/zeeodisha/odisha1195010

ଯୌନ ଉତ୍ପୀଡ଼ନର ଶିକାର ହୋଇ ଆତ୍ମହତ୍ୟା କଲେ ୧୬ ବର୍ଷର ନାବାଳିକା

ମିିଳିତ ସୂଚନା ମୁତାବକ, ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯିବ । ଏହି ମାମଲାରେ ନାବାଳିକାଙ୍କ ପରିବାର ଥାନାରେ ଏକ ମାମଲା ରୁଜୁ କରିଛି । ଏହି ମାମଲାରେ ପୋଲିସ ନିଜର ତଦନ୍ତ ଜାରି ରଖିଛି ।

ପ୍ରତୀକାତ୍ମକ ଫଟୋ

କେନ୍ଦୁଝର: ସମାଜରେ ଦିନକୁ ଦିନ ଯୌନ ଅପରାଧ ବଢ଼ିବାରେ ଲାଗିଛି । ଏହାର ଅଧିକାଂଶ ଶିକାର କୋମଳମତି ଶିଶୁମାନେ ହେଉଛନ୍ତି । ରାଜ୍ୟରେ ପ୍ରାୟ ଦିନ ଦୁଷ୍କର୍ମ (Rape) ଓ ଯୌନ ଅପରାଧ (Sexual offenses) ମାମଲା ସାମ୍ନାକୁ ଆସୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର (Keonjhar) ଜିଲ୍ଲାରେ, ଯେଉଁଠାରେ ଯୌନ ଉତ୍ପୀଡ଼ନ (Molestation) ର ଶିକାର ହୋଇ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ, କେନ୍ଦୁଝରର ତେଲକୋଇ ଥାନା ସ୍ଥିତ ସରେଇ ଗାଁରେ ଜଣେ ଯୁବକ ୧୬ ବର୍ଷର ନାବାଳିକାକୁ ଯୌନ ଉତ୍ପୀଡ଼ନ କରିଥିବାର ଅଭିଯୋଗ ହୋଇଛି । ଯାହା ପରେ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି । 

ସୂଚନାଯୋଗ୍ୟ, ଯୌନ ନିର୍ଯ୍ୟାତନା ପରେ ସେହି ୧୬ ବର୍ଷୀୟ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିଲେ । ସୋମବାର ନାବାଳିକା ଜଣକ ତାଙ୍କ ସାଙ୍ଗଙ୍କ ସହ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ରାସ୍ତାରେ ସରୋଜ ପ୍ରଧାନ (୨୨) ନାମକ ଜଣେ ଯୁବକ ପୀଡ଼ିତାଙ୍କୁ ଅଟକାଇ ତାଙ୍କ ସହ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ କିଛି ସ୍ଥାନୀୟ ଲୋକ ସାକ୍ଷୀ ଅଛନ୍ତି, ଯେଉଁମାନେ ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିଲେ ।

ଏହା ବି ପଢ଼ନ୍ତୁ:-NATO କୁ କାହିଁକି ଏତେ ଚିଡ଼େ ଋଷ, ଜାଣନ୍ତୁ ଉଭୟଙ୍କ ମଧ୍ୟରେ କିଏ କେତେ ଶକ୍ତିଶାଳୀ?

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଟେନସନ୍ ବଢ଼ାଇଲା ୧୦ ବିଧାୟକ, ୩ଟି ଆସନ ଜିତିବା ପାଇଁ ଆବଶ୍ୟକ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍

ଏହା ବି ପଢ଼ନ୍ତୁ:-'ଶିବଲିଙ୍ଗ ନୁହେଁ ଭିତରେ ଅଛି ଫୱାରା, ପିଲାଦିନରୁ ଦେଖି ଆସୁଛି', ମସଜିଦ ପଛରେ ଥିବା ମନ୍ଦିରର ପୂଜାରୀଙ୍କ ବଡ଼ ଦାବି

 

ଏହି ଘଟଣା ପରେ ନାବାଳିକା ଜଣକ ଏହାକୁ ସହି ପାରି ନଥିଲେ ଓ ସମାଜ ଭୟରେ ବିଷ ଖାଇଥିଲେ । ପରେ ତାଙ୍କୁ ଅନୁଗୋଳ ଜିଲ୍ଲାର ଖାମର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । 

ମିିଳିତ ସୂଚନା ମୁତାବକ, ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯିବ । ଏହି ମାମଲାରେ ନାବାଳିକାଙ୍କ ପରିବାର ଥାନାରେ ଏକ ମାମଲା ରୁଜୁ କରିଛି । ଏହି ମାମଲାରେ ପୋଲିସ ନିଜର ତଦନ୍ତ ଜାରି ରଖିଛି ।