ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ଜୁନାଡିହି ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ସ୍ୱାମୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଅର ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ରବିବାର ରାତିରେ ଜୁନାଡିହି ଗ୍ରାମର ବାଚି ଓରାମ ଓ ତାଙ୍କ ସ୍ଵାମୀ ମଧୁ ଓରାମ ଘରେ ଖିଆପିଆ ସାରି ଶୋଇଥିଲେ। ଏହି ସମୟରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଉଦ୍ୟମ କରାଯାଇଛି। ଘଟଣା ସ୍ଥଳରେ ବାଚିଙ୍କ ମୃତ୍ୟୁ ହୋଇଥିବା ବେଳେ ମଧୁଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ପଠା ଯାଇଛି। ସେଠାରେ ବି ତାଙ୍କର ଅବସ୍ଥା ଗୁରୁତର ରହିଛି।


Also Read: ପୂଜା ପାଇଁ ଡାକିନେଇ ଯୁବକକୁ ହତ୍ୟା ଅଭିଯୋଗ


ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିଲା। କିନ୍ତୁ ସୂତ୍ରାନୁସାରେ ପୁଅର ପରକୀୟା ପ୍ରୀତି ପାଇଁ ବାପା-ମାଆ ବଳି ପଡିଛନ୍ତି। ଦମ୍ପତିଙ୍କ ପୁଅ ସହ ଗାଁର ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ହତ୍ୟା କରାଯାଇଛି।