ବାପାଙ୍କ Girlfriendର କ୍ରୁରତା; ଜାଳିଦେଲେ ହାତ-ଗୋଡ ଓ ଯୌନାଙ୍ଗ
୩୫ ବର୍ଷୀୟ ସେତୁ, ଇଶ୍ୱରୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ଗୋଟିଏ ପିଲାକୁ ୮ ବର୍ଷ ଏବଂ ଅନ୍ୟଟିକୁ ୧୦ ବର୍ଷ ବୟସ ହେବ।
ଭେଲୋର: ଆପଣ ନିଶ୍ଚୟ ସାବତ ମା’ଙ୍କ ନିଷ୍ଠୁର ଆଚରଣ ବିଷୟରେ ଅନେକ କାହାଣୀ ଶୁଣିଥିବେ। ଏବେ ବାପାଙ୍କ ଗର୍ଲଫ୍ରେଣ୍ଡ ପିଲାଙ୍କୁ ହଇରାଣ କରିବାର ମାମଲା ସାମ୍ନାକୁ ଆସିଛି। ତାମିଲନାଡୁର ଭେଲୋରରୁ ଏହି ଆଶ୍ଚର୍ଯ୍ୟଜନକ ଖବର ବାହାରିଛି, ଯେଉଁଠାରେ ଜଣେ ମହିଳା ନିଜ ପ୍ରେମିକର ୮ ବର୍ଷର ଶିଶୁକୁ ଅରଥନୀୟ ନିର୍ଯାତନା ଦେଇଛନ୍ତି। ଶିଶୁର ହାତ, ପାଦ, ପିଠି ଏବଂ ସମ୍ବେଦନଶୀଳ ଅଙ୍ଗ ନିକଟରେ ପୋଡା ଚିହ୍ନ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ୩୫ ବର୍ଷୀୟ ସେତୁ, ଇଶ୍ୱରୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ଗୋଟିଏ ପିଲାକୁ ୮ ବର୍ଷ ଏବଂ ଅନ୍ୟଟିକୁ ୧୦ ବର୍ଷ ବୟସ ହେବ। ଚାରିମାସ ପୂର୍ବେ ଇଶ୍ୱରୀ ଆତ୍ମହତ୍ୟା କରିଥିଲେ, ଏହା ପରେ ସେତୁ ପଡୋଶୀ ବେନି ନାମ୍ନୀ ଜଣେ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରିଥିଲେ। କିନ୍ତୁ ଭେନି ତାଙ୍କ ପ୍ରେମିକ ସେତୁଙ୍କ ପିଲାମାନଙ୍କୁ ଶାରୀରିକ ଓ ମାନସୀକ ନିର୍ଯ୍ୟାକାନ ଦେଉଥିଲେ।
Also Read: ବର୍ଷେ ତିଷ୍ଟିଲାନି ପ୍ରେମ ବିବାହ; ସ୍ତ୍ରୀର ଆତ୍ମହତ୍ୟା ପରେ ବେକରେ ରଶି ଲଗାଇଲେ କନଷ୍ଟେବଳ
ମଙ୍ଗଳବାର ଜଣେ ୮ ବର୍ଷର ବାଳକ ଦୌଡ଼ି ଦୌଡ଼ି ତାର ମାଉସୀ ଘରେ ପହଞ୍ଚିଥିଲା। ପିଲାଟି ହଠାତ୍ ଦେଖି ତାଙ୍କ ମାଉସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପିଲାଟିର ପିଠି ଏବଂ ଯୌନାଙ୍ଗ ନିକଟରେ ଜଳିବାର ଚିହ୍ନ ଦେଖି ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ମହିଳା ଜଣକ ଶିଶୁ ସହିତ ଗୁଡିୟାଥମ୍ ପୋଲିସ୍ ଷ୍ଟେସନରେ ପହଞ୍ଚି ଏ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଶିଶୁର ବୟାନ ଆଧାରରେ ପୋଲିସ ଏକ ଅଭିଯୋଗ ପଞ୍ଜିକରଣ କରିଥିଲା।
ପୋଲିସ ଏହି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ଏଭଳି ଘଟଣା ଘଟିବା ସାଧାରଣ କଥା ହୋଇଗଲାଣି। ପିଲାମାନଙ୍କର ସୁରକ୍ଷାକୁ ନେଇ ଅନେକ କଠୋର ନିୟମ ପ୍ରଣୟନ କରାଯାଇଛି, ତଥାପି ପିଲାମାନଙ୍କ ସହ ନିର୍ଯାତନା ମାମଲା ଆସୁଛି।