ବର୍ଷେ ତିଷ୍ଟିଲାନି ପ୍ରେମ ବିବାହ; ସ୍ତ୍ରୀର ଆତ୍ମହତ୍ୟା ପରେ ବେକରେ ରଶି ଲଗାଇଲେ କନଷ୍ଟେବଳ
Advertisement

ବର୍ଷେ ତିଷ୍ଟିଲାନି ପ୍ରେମ ବିବାହ; ସ୍ତ୍ରୀର ଆତ୍ମହତ୍ୟା ପରେ ବେକରେ ରଶି ଲଗାଇଲେ କନଷ୍ଟେବଳ

ରବିବାର ରାତିରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଳ ଟୁଗୁଲ ଜନାର୍ଦ୍ଦନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଜନାର୍ଦ୍ଦନ ଆମ୍ବପୁଆସ୍ଥିତ ଭଡା ଘରେ ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଵ୍ରହ୍ମପୁର ପୋଲିସ ଜିଲ୍ଲାର ମହିଳା କନଷ୍ଟେବଳ ଯଜ୍ଞାସିନୀ ବେହେରା ଆତ୍ମହତ୍ୟା ଘଟଣାର ୪୮ ଘଣ୍ଟା ନ ପୁରଣୁ ତାଙ୍କ ସ୍ୱାମୀ କନେଷ୍ଟବଲ ଟି ଜନାର୍ଦ୍ଦନ  ମଧ୍ୟ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ  କରିଥିବା ସୂଚନା ମିଳୁଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ଭତ୍ତି କରାଯାଇଛି।  

ରବିବାର ରାତିରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଳ ଟୁଗୁଲ ଜନାର୍ଦ୍ଦନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଜନାର୍ଦ୍ଦନ ଆମ୍ବପୁଆସ୍ଥିତ ଭଡା ଘରେ ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାନସିକ ଅଶାନ୍ତି ଯୋଗୁ ଏହି କନଷ୍ଟେବଳ ଦମ୍ପତି ଜଣକ ପରେ ଜଣେ ଆତ୍ମହତ୍ୟା ପରି ଚରମ ପନ୍ଥା ବାଛିଥିବା ଆଲୋଚନା ହେଉଛି। ଜନାର୍ଦ୍ଦନ ଓ ଯଜ୍ଞାସିନୀଙ୍କର ୨୩ ଦିନର ଏକ ଶିଶୁ କନ୍ୟା ରହିଛି।

Also Read: ଟ୍ରେନ ଧକ୍କାରେ ୩ ଅଣଓଡ଼ିଆ ଶ୍ରମିକ ମୃତ

ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ବ୍ରହ୍ମପୁର ପୋଲିସ ଜିଲ୍ଲା ରିଜର୍ଭରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଯଜ୍ଞାସିନୀ ବେହେରା ଫାସି ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରାୟ ବର୍ଷେ ପୂର୍ବେ ସେ ଟୁଗୁଲ ଜନାର୍ଦ୍ଦନଙ୍କୁ ପ୍ରେମ ବିବାହ କରିଥିଲେ। ଜନାର୍ଦ୍ଦନ ମଧ୍ୟ ଜିଲ୍ଲା ରିଜର୍ଭରେ କନଷ୍ଟେବଳ ଅଛନ୍ତି। ତେବେ ପରିବାର କଳହରୁ ଯଜ୍ଞାସିନୀ ଆତ୍ମହତ୍ୟା କରିଥିବା ଜଣା ପଡିଛି।