କେମିତି ହୁଏ ଅନଲାଇନ ଠକେଇ? ଦେଖନ୍ତୁ Live ଭିଡିଓ
ଝାଡଖଣ୍ଡର ଜମତାରା (jamtara) କୁ ଅନଲାଇନ ଠକଙ୍କ ଗଡ ବୋଲି କୁହାଯାଏ। ସେମାନେ କିଭଳି ଲୋକଙ୍କୁ ଟାଙ୍କା ଲୁଟନ୍ତି ତାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନୂଆଦିଲ୍ଲୀ: ବିଶ୍ୱ ଯେତେ ବକଶିତ ହେଉଛି, ଅପରାଧ ବି ସେତିକି ବଢି ବଢି ଯାଉଛି। ଆଉ ଏହି ଡିଜିଟାଲ ଯୁଗରେ ସାଇବର କ୍ରାଇମ ପୋଲିସର ମୁଣ୍ଡବ୍ୟଥାର ଏକ ବଡ କାରଣ ସାଜିଛି। ସାଇବର କ୍ରାଇମରେ ସର୍ବାଧିକ ଅନଲାଇନ ଠାକେଇକୁ ନେଇ ସର୍ବାଧିକ ଏତଲା ଦିଆଯାଉଛି। ବିଶେଷ କରି ଝାଡଖଣ୍ଡର ଜମତାରା (jamtara) କୁ ଅନଲାଇନ ଠକଙ୍କ ଗଡ ବୋଲି କୁହାଯାଏ। ସେମାନେ କିଭଳି ଲୋକଙ୍କୁ ଟାଙ୍କା ଲୁଟନ୍ତି ତାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅନଲାଇନ ଠକେଇ (online fraud) କୁ ନେଇ ବ୍ୟାଙ୍କ ଏବଂ ସରକାର ସବୁବେଳେ ଲୋକଙ୍କୁ ସତର୍କ କରିଆସୁଛନ୍ତି। ତଥାପି ଏହି ଅପରାଧ କମୁନାହିଁ। ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ (Bank account) ଖାଲି କରିବାକୁ ଅପରାଧିମାନେ ନୂଆ ନୂଆ ତରିକା ଆପଣାଉଛନ୍ତି। ଆଉ ଯେଉଁଥିରେ ସାଧାରଣ ବ୍ୟକ୍ତିଠୁ ଆରମ୍ଭ କରି ବଡ ବଡ ନେତା ମନ୍ତ୍ରୀ ଓ ଅଫିସର ଶିକାର ହେଉଛନ୍ତି। ପୂର୍ବେ OTP ମାଗି ଅଭିଯୁକ୍ତମାନେ ବ୍ୟାଙ୍କ ଖାତାରେ କଳାକନା ବୁଲାଉଥିଲେ। କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ଆସିଛି।
Also Read: ସିମ କ୍ଲୋନ କରି ବିନା ଓଟିପିରେ ହେଉଛି ଟଙ୍କା ଗାୟବ; କିଭଳି ନିଜ ଆକାଉଣ୍ଟର କରିବେ ସୁରକ୍ଷା
ଭାଇରାଲ ଭିଡିଓ (Viral video) ରେ ଠକଙ୍କର ଏକ ଗୋଷ୍ଠୀ କୌଣସି ଏକ ଜଙ୍ଗଲରେ ବସି ଜଣେ ବ୍ୟାଙ୍କ ଖାତାଧାରୀଙ୍କୁ ଫୋନ କରୁଛନ୍ତି। ସେମାନଙ୍କ ଭିତରୁ ଜଣେ ନିଜକୁ SBI ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ କଥା ହେଉଛି। କୌଣସି ଅସୁବିଧା ହେତୁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ATM କାର୍ଡ ବନ୍ଦ ହୋଇଯିବ। ଯଦି ତାକୁ ଚାଲୁ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ନିଜର ଜନ୍ମ ତାରିଖ କହିବାକୁ ପଡିବ ବୋଲି କହୁଛନ୍ତି।
କିନ୍ତୁ ଗ୍ରାହକ ଜଣକ ଠକଙ୍କ କଥାରେ ସନ୍ଦେହ କରି ନାନା ପ୍ରଶ୍ନ ପଚାରୁଛନ୍ତି। କିନ୍ତୁ ଠକ ଦଳ ଗ୍ରାହକଙ୍କ ବିଶ୍ୱାସ ଜିତିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେମାନେ ବ୍ୟାଙ୍କ ମ୍ୟାନେଜର ବି ବନେଇ ଦେଉଛନ୍ତି। ତଥାପି ଗ୍ରାହକ ନିଜର ଜନ୍ମ ତାରିଖ ନ କହିବାରୁ ତାଙ୍କର ଆକାଉଣ୍ଟ ବନ୍ଦ କରିଦିଆଯିବ ବୋଲି କହି ଫୋନ କାଟି ଦେଉଛନ୍ତି।
ଗ୍ରାହକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଏକ ବଡ ସଙ୍କଟରୁ ବଞ୍ଚିଗଲେ। କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏଭଳି ହୁଏ ନାହିଁ। ଆଉ ସେମାନେ ଲକ୍ଷ ଲକ୍ଷ ଟଙ୍କା ଠକେଇର ଶିକାର ହୁଅନ୍ତି। OTP ଠକେଇକୁ ନେଇ ପ୍ରାୟତଃ ସମସ୍ତେ ସତର୍କ ହୋଇଗଲେଣି। ତେଣୁ ଏବେ ଠକ ଦଳ OTP ବଦଳରେ ଜନ୍ମ ତାରିଖ ମାଗୁଛନ୍ତି। ଆଉ ନରମ ନରମ କଥା କହି ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରୁଛନ୍ତି।
Also Read: ସାବଧାନ! ଓଟିପି ନୁହେଁ ଏବେ ଏହି ତରିକାରେ ଚାଲିଛି ସାଇବର ଠକେଇ
ସୂଚନାଯୋଗ୍ୟ, ସତର୍କତା ସତ୍ତ୍ୱେ ଦୈନିକ ଶହ ଶହ ଲୋକ ଅନଲାଇନ ଠାକେଇର ଶିକାର ହେଉଛନ୍ତି। ସାଇବର କ୍ରାଇମ (cyber crime) ଥାନାର ଯେତିକି ମାମଲା ଦାଏର ହେଉଛି, ସେଥିମଧ୍ୟରୁ ୯୫ରୁ ଊର୍ଦ୍ଧ୍ୱ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ଟେର ପାଉନାହିଁ। ଯଦି ବି କାଁଭାଁ କେଉଛି ସୁରକ ମିଳୁଛି, କିନ୍ତୁ ପ୍ରମାଣ ଅଭାବରୁ ସେମାନଙ୍କୁ ଗିରଫ କରାଯାଇପାରୁନାହିଁ। ଅନଲାଇନ ଠକେଇ କୌଣସି ଗୋଟିଏ ସ୍ଥାନରେ ନୁହିଁ ଦେଶର କୋଣ ଅନୁକୋଣରେ ବ୍ୟାପୀଛି। ଆଉ ଏହି ଠକେଇରୁ ବର୍ତ୍ତିବାକୁ ମାତ୍ର ଗୋଟିଏ ଉପାୟ ଅଛି। ତାହା ହେଉଛି ସଚେତନତା ଓ ସଚେତନତା।