କେଉଁ ସ୍ଥାନରୁ ସାଇବର ଠକେଇ ହୋଇଛି ସେ ନେଇ ପୋଲିସ ପାଖରେ ସୁଚନା ଥିବା ସତ୍ତ୍ୱେ ଅପରାଧି ଧରାପଡୁନାହାନ୍ତି।
Trending Photos
ସରୋଜ ବେହେରା, ଭୁବନେଶ୍ବର: ଆପଖଣଙ୍କ ମୋବାଇଲକୁ ଆସୁଛି କି ବିନା ଆକ୍ସେସରେ ୱାନ ପାସୱାର୍ଡ-ଓଟିପି (OTP-One Time Password)। ଯଦି ଆସୁଛି ତାହେଲେ ହୋଇଯାଆନ୍ତୁ ସାବଧାନ। ଆପଣଙ୍କ ମୋବାଇଲ ସିମ୍ କ୍ଲୋନ (Mobile Sim Clown)ହୋଇଥାଇପାରେ। ଆପଣଙ୍କ ନମ୍ବରକୁ ଆସୁଥିବା ଓଟିପି ନମ୍ବରକୁ ଆକ୍ସେସ୍ କଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ (Bank Account)କିମ୍ବା କ୍ରେଡିଟ କାର୍ଡ (Credit Card)ମଧ୍ୟ ହୋଇପାରେ ଉଭାନ।
ରାଜ୍ୟରେ ମାତିଛନ୍ତି ସିମ କ୍ଲୋନ କରି ଟଙ୍କା ଲୁଟୁଥିବା ହ୍ୟାକର (Hacker)। ଆଖି ପୁଛିଳାକେ ବିନା ଓଟିପିରେ ଗାଏବ ହୋଇଯାଉଛି ଟଙ୍କା। ଅଭିଯୋଗ ପରେ ମଧ୍ୟ ହୋଇପାରୁନି କାର୍ଯାନୁଷ୍ଠାନ। କେଉଁ ସ୍ଥାନରୁ ସାଇବର ଠକେଇ ହୋଇଛି ସେ ନେଇ ପୋଲିସ ପାଖରେ ସୁଚନା ଥିବା ସତ୍ତ୍ୱେ ଅପରାଧି ଧରାପଡୁନାହାନ୍ତି। ବ୍ୟାଙ୍କରୁ ଡାଟା ନେଇ ହ୍ୟାକର ଟଙ୍କା ଲୁଟୁଥିବା ବେଳେ ଅଭିଯୋଗ ପରେ ହାତ ଟେକି ବସିପଡୁଛନ୍ତି ବ୍ୟାଙ୍କ ଅଧିକାରୀ। ଆଜି ଆମେ ଏଭଳି କିଛି ତଥ୍ୟ ଦେଉଛୁ ଯାହାକୁ ନେଇ ଆପଣ ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ କରିପାରିବେ।
ଏଭଳି ଠକାମୀର ଶିକର ହୋଇଛନ୍ତି ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ମନୋଜ ବଡତିଆ। ଗତ ୧୧ ତାରିଖରେ ତାଙ୍କ ମୋବାଇଲକୁ ଆସିଥିଲା ଏକ ଓଟିପି। ସେହି ଓଟିପିକୁ ଖୋଲି ଦେଖିବା ପରେ ତାଙ୍କ ଦୁଇଟି କ୍ରେଡିଟ କାର୍ଡରୁ ୭୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ପ୍ରାୟ ଅଧ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଏକାଧିକବାର କାରବାର ହୋଇ ଟଙ୍କା ଗାଏବ ହେବା ପରେ ସେ କ୍ରେଡିଟ କାର୍ଡ ବନ୍ଦ କରିଥିଲେ। ଟଙ୍କା ଗାଏବ ହେବା ନେଇ ସେ ଓଡିଶା ପୋଲିସ ସାଇବର ସେଲରେ (Odisha Police Cyber Cell)ଲିଖିତ ଅଭିଯୋଗ କରିଛନ୍ତି। ଏତେ ସତର୍କ ରହିବା ପରେ ବ୍ୟାଙ୍କ ଆକାଉଣ୍ଟର ସୁରକ୍ଷା ଓ ପୋଲିସ ତଦନ୍ତରେ ସେଭଳି କୌଣସି ସୁଫଳ ମିଳୁନଥିବା ସେ କହିଛନ୍ତି।
ଓଟିପି କାହାକୁ ନଦେଇ ଟଙ୍କା ଠକେଇ ହେବା ପଛରେ ସିମ୍ କ୍ଲୋନିଂର ଆଶଙ୍କା ଦେଖାଇଛନ୍ତି ସାଇବର ଏକ୍ସପର୍ଟ। ସିମ କ୍ଲୋନିଂ ବା ଗୋଟାଏ ନମ୍ବରରେ ଆଉ ଗୋଟାଏ ସିମ୍ ବ୍ୟବହାର କରିବା ହ୍ୟାଙ୍କରଙ୍କ ପାଇଁ ଏହା ହେଉଛି ଟଙ୍କା ଲୁଟିବାର ଆଉ ଏକ ଅସ୍ତ୍ର। କ୍ରେଡିଟ କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ ଥିବା ନମ୍ବରକୁ ହ୍ୟାକର ଟାର୍ଗେଟ କରି ସେହି ନମ୍ବରକୁ ପଠାଇଥାନ୍ତି ଓଟିପି। ସେହି ଓଟିପି ଆପଣ କାହାରିକୁ ଦେଇନଥିଲେ ବି ହ୍ୟାକର କ୍ଲୋନିଂ ସିମ ବ୍ୟବହାର କରି ସେହି ଓଟିପି ଜରିଆରେ ଟଙ୍କା ଗାଏବ କରିଦେଇଥାନ୍ତି। ଏଥିରୁ ରକ୍ଷା ପାଇବା ପାଇଁ କେବଳ ସାମାନ୍ୟ ସଚେତନତା ଆବଶ୍ୟକ।
ବିଶେଷ କରି ହ୍ୟାକର +92, *09 କିମ୍ବା *90 ନମ୍ବରରୁ ଆପଣଙ୍କ ପାଖକୁ ମ୍ୟାସେଜ ଆସେ ତାହା ହେଲେ ଜାଣିରଖନ୍ତୁ ହ୍ୟାକର ଆପଣଙ୍କ ନମ୍ବରକୁ ଟାର୍ଗେଟ କରିଛନ୍ତି। ହ୍ୟାକର ସିମ୍ କ୍ଲୋନ କରୁଥିବା ବେଳେ ଆପଣଙ୍କ ମୋବାଇଲ କଲ ବେଳେ ନେଟୱର୍କ ଖରାପ ରହିବ କିମ୍ବା your network is not validity ଭଳି ମ୍ୟାସେଜ ଆସିପାରେ। ଏହା ହେଲେ ସିମକୁ ତୁରନ୍ତ ବାହାର କରି କୌଣସି ସାଇବର ବିଶେଷଜ୍ଞ (Cyber Expert)ଏକ୍ସପର୍ଟ ସହ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀ।
ସିମ୍ କ୍ଲୋନିଂ ହେଲେ ପୋଲିସର ଦାୟିତ୍ବ ଯେତିକି ରହିଛି ବ୍ୟାଙ୍କ ଅଧିକାରୀଙ୍କ ଦାୟିତ୍ବ ତାହ ଠାରୁ ଯଥେଷ୍ଟ ଅଧିକ ରହିଛି। କିଛି ଦିନ ତଳେ ଗଠନ ହୋଇଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (National Payment Corporation of India)ନିୟମ ମୁତାବକ ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକଙ୍କୁ ତାଙ୍କ କିଣାବିକାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ବାଧ୍ୟ। ଏହି ତଥ୍ୟକୁ ନେଇ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କଲେ ହ୍ୟାକରଙ୍କୁ ଧରିବା ସୁବିଧା ହୋଇପାରିବ।