Delhi metro viral video:  ମଣିଷ ପାଇଁ ନିଶ୍ୱାସ ଯେତିକି ଜରୁରୀ ଦିଲ୍ଲୀବାସୀଙ୍କ ପାଇଁ ମେଟ୍ରୋ (Metro) ସେତିକି ଜରୁରୀ ଅଟେ । ରାତି ପାହିଲେ ଦିଲ୍ଲୀ ମେଟ୍ରୋ ଆଗରେ ଲାଗିଥାଏ ଲୋକଙ୍କ ଲମ୍ୱା ଲାଇନ । ବିଭିନ୍ନ ସମୟରେ ମେଟ୍ରୋର ଅନେକ ଭିଡିଓ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏଥର କିନ୍ତୁ ମେଟ୍ରୋରେ ଚଢିଥିବା ମହିଳାଙ୍କୁ ଦେଖି୍ ଡରିଯାଇଥିଲେ ମେଟ୍ରୋରେ ଥିବା ଯାତ୍ରୀ । ମହିଳା ଜଣଙ୍କ ବଲିଉଡର କମେଡି ହରର ଫିଲ୍ମ ଭୁଲ ଭୁଲେୟାର (Bhool bhulaiyaa)ର ଲୋକପ୍ରିୟ କ୍ୟାରେକ୍ଟର ମଞ୍ଜୁଲିକାର ଗେଟଅପରେ ଥିଲେ ।  


COMMERCIAL BREAK
SCROLL TO CONTINUE READING

ଅସଲରେ କଥାଟି ହେଉଛି, ଭାଇରାଲ ଭିଡିଓରେ ଥିବା ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମ ପାଇଁ ରିଲ୍ସ ବନାଉଥିଲେ । ଏହି ସମୟରେ ସେ ବହୁତ ଅଜବ କିସମର ଆକ୍ଟ କରୁଥିଲେ । ଯାହାକୁ ଦେଖି ସ୍ୱବ୍ଧ ହୋଇଯାଇଥିଲେ ସେଠାରେ ଥିବା ଲୋକେ । ଭିଡିଓରେ ଥିବା ଝିଅ ଜଣକ ହେଲେ ପ୍ରିୟା ଗୁପ୍ତା । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଭିଡିରେ ସେ “ଆମି ଜେ ତୁମାର..”  ଗୀତରେ ନାଚୁ ଥିବା ଦେଖିବାକୁ ମିଳିଛି । ଏହା ଦେଖି ଆଖପାଖର ଲୋକେ ଭୟଭୀତ ଥିବା ଭିଡିଓରେ ଦେଖିବାକୁ ମିଳିଛି ।


 ଏହି ଭିଡିଓଟି ସୋସିଆଲ ମିଡି଼ଆରେ ବେଶ ଭାଇରାଲ (Viral video) ହେବାରେ ଲାଗିଛି।  ଭିଡିଓଟିକୁ ଅନେକ ଲୋକେ ଲାଇକ କରିଥିବା ବେଳେ କେତେକ ଇନଷ୍ଟା ୟୁଜର୍ସ ଏହାକୁ ନାପସନ୍ଦ କରିଛନ୍ତି । କେତେକ ଲୋକେ କମେଣ୍ଟ କରି ଏହି ଭିଡିଓଟି ଛୋଟ ପିଲାଙ୍କୁ ଭୟଭୀତ କରିବ ବୋଲି କହିଛନ୍ତି । କେହି କେହି ଦୁର୍ବଳ ହୃଦୟ ଲୋକଙ୍କୁ ଏହି ସବୁ ଠିକ ନୁହେଁ ବୋଲି ମତ ଦେଇଛନ୍ତି । ଆଜିକାଲିର ଯୁବପିଢୀଙ୍କୁ ଘାରିଛି ଭାଇରାଲ ହେବାର ନିଶା । ଏଥିଲାଗି ଅନେକ ସମୟରେ ନୂଆ ନୂଆ କଣ୍ଟେଟ ସହ ଭିଡିଓ ବନାଇଥାଆନ୍ତି । ମଜାଦାର ଓ ହଟକେ ଭିଡ଼ିକୁ ଲୋକେ ବେଶ ପସନ୍ଦ କରିଥାଆନ୍ତି । ଆଉ କେତେବେଳେ ତ ଭିଡିଓ ପାଇଁ କିଛି ଲୋକଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥାଏ । ଆଉ କେତେବେଳେ ତ ଭିଡିଓ ବନାଇବା ଚକରରେ ମୃତ୍ୟୁ ମୁଖରେ ମଧ୍ୟ ପଡି଼ଥାଆନ୍ତି ।


Also Read: DGCA Action Against Air India: ଏୟାର ଇଣ୍ଡିଆ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ, ଜାଣନ୍ତୁ କାରଣ


Also Read: Love Story: ପ୍ରେମ ପାଇଁ ସନା ପାଲଟିଲେ ସୁହେଲ, ପ୍ରେମିକାଙ୍କୁ ମିଳିଗଲା ପ୍ରକୃତ ପ୍ରେମିକ, ଆଉ ତାପରେ...