DGCA Action Against Air India: ଏୟାର ଇଣ୍ଡିଆ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ, ଜାଣନ୍ତୁ କାରଣ
Advertisement

DGCA Action Against Air India: ଏୟାର ଇଣ୍ଡିଆ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ, ଜାଣନ୍ତୁ କାରଣ

DGCA  Impose Fine Against Air India:  ନିକଟ ଅତୀତରେ ଘଟିଥିବା ଦୁଇଟି ଘଟଣା ପାଇଁ ଏବେ ଚର୍ଚ୍ଚାରେ ରହିବା ସହ ବିବାଦୀୟ ହୋଇପଡ଼଼ିଛି ଏୟାର ଇଣ୍ଡିଆ। ପ୍ରଥମ ଘଟଣା ହେଉଛି ଜଣେ ଯାତ୍ରୀ ଯିଏ ଶୌଚାଳୟରେ ଧୂମପାନ କରିବା ସମୟରେ ଧରା ପଡ଼ିଥିଲେ ଏବଂ ମଦ୍ୟପାନ କରି ବିମାନ ଚାଳକ ଦଳ ସଦସ୍ୟଙ୍କ ନିର୍ଦ୍ଦେଶ ପାଳନ କରିନଥିଲେ। ଅନ୍ୟ ଜଣେ ଯାତ୍ରୀ ଶୌଚାଳୟକୁ ଯିବାବେଳେ ତାଙ୍କର ସହଯୋଗୀ ମହିଳା ଯାତ୍ରୀଙ୍କ ଖାଲି ସିଟ୍ ଏବଂ କମ୍ବଳରେ ଆରାମ କରିଥିବାର ଅଭିଯୋଗ ହୋଇଥିଲା।

DGCA Action Against Air India: ଏୟାର ଇଣ୍ଡିଆ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ, ଜାଣନ୍ତୁ କାରଣ

DGCA Imposes 10 Lakh Fine On Air India: ପ୍ୟାରିସ-ନୂଆଦିଲ୍ଲୀ ବିମାନରେ ଘଟିଥିବା ଘଟଣା ବାବଦରେ ଅବଗତ କରାଇଥିବାରୁ ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଗତ ବର୍ଷ ଡିସେମ୍ବର ୬ ତାରିଖରେ ପ୍ୟାରିସ-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ଏୟାର ଇଣ୍ଡିଆ AI-142 ବିମାନରେ ଏହି ଘଟଣା ଘଟିଥିଲା। 

ନିକଟ ଅତୀତରେ ଘଟିଥିବା ଦୁଇଟି ଘଟଣା ପାଇଁ ଏବେ ଚର୍ଚ୍ଚାରେ ରହିବା ସହ ବିବାଦୀୟ ହୋଇପଡ଼଼ିଛି ଏୟାର ଇଣ୍ଡିଆ (Air India)। ପ୍ରଥମ ଘଟଣା ହେଉଛି ଜଣେ ଯାତ୍ରୀ ଯିଏ ଶୌଚାଳୟରେ ଧୂମପାନ କରିବା ସମୟରେ ଧରା ପଡ଼ିଥିଲେ ଏବଂ ମଦ୍ୟପାନ କରି ବିମାନ ଚାଳକ ଦଳ ସଦସ୍ୟଙ୍କ ନିର୍ଦ୍ଦେଶ ପାଳନ କରିନଥିଲେ। ଅନ୍ୟ ଜଣେ ଯାତ୍ରୀ ଶୌଚାଳୟକୁ ଯିବାବେଳେ ତାଙ୍କର ସହଯୋଗୀ ମହିଳା ଯାତ୍ରୀଙ୍କ ଖାଲି ସିଟ୍ ଏବଂ କମ୍ବଳରେ ଆରାମ କରିଥିବାର ଅଭିଯୋଗ ହୋଇଥିଲା।

ଉପରୋକ୍ତ ଘଟଣାରେ ଜଡ଼ିତ ଲୋକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ସେ ନେଇ ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ (Directorate General of Civil Aviation) ଡିଜିସିଏ (DGCA) ଏୟାର ଇଣ୍ଡିଆ ଆକାଉଣ୍ଟେବଲ୍ ମ୍ୟାନେଜର (Accountable Manager of Air India) ଉଦ୍ଦେଶ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଜାନୁଆରୀ ୨୩ ତାରିଖରେ ଏୟାର ଇଣ୍ଡିଆ କାରଣ ନୋଟିସ ଉପରେ ଜବାବ ଦାଖଲ କରିଥିଲା ଏବଂ ଏହାର ଯାଞ୍ଚ କରାଯାଇଥିଲା ବୋଲି ମଙ୍ଗଳବାର ଜଣେ ଡିଜିସିଏ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏନେଇ ପ୍ରତିକ୍ରିୟା ରଖି ଡିଜିସିଏ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଘଟଣା ବାବଦରେ ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକଙ୍କୁ ରିପୋର୍ଟ ନକରିବା ଏବଂ ଏହାର ଆଭ୍ୟନ୍ତରୀଣ କମିଟିକୁ ଅବଗତ କରାଇବାରେ ବିଳମ୍ବ ହେତୁ ଏୟାର ଇଣ୍ଡିଆ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଘଟଣା ବାବଦରେ ଅବଗତ ନ କରି ପ୍ରଯୁଜ୍ୟ ଡିଜିସିଏ ବେସାମରିକ ବିମାନ ଚଳାଚଳ ଆଇନ ପାଳନ କରିବାରେ ଏୟାର ଇଣ୍ଡିଆ ବିଫଳ ହୋଇଛି। ଗତ ବର୍ଷ ୬ ଡିସେମ୍ବରରେ ଏୟାର ଇଣ୍ଡିଆ ପ୍ୟାରିସ-ନୂଆଦିଲ୍ଲୀ ବିମାନରେ (Paris-New Delhi Air India Flight) ଯାତ୍ରୀଙ୍କ ସହ ଘଟିଥିବା ଦୁଇଟି ଅସଦାଚରଣ ଘଟଣାରେ ବିମାନ ନିୟାମକ ଡିଜିସିଏ ବିମାନକୁ ସମସ୍ତ ଅନିୟମିତ ଯାତ୍ରୀଙ୍କ ଡାଟାବେସ୍ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ଘଟଣାକୁ ଆଭ୍ୟନ୍ତରୀଣ କମିଟି ପାଖକୁ ପଠାଇବାକୁ ବିମାନ ସଂସ୍ଥାକୁ କୁହାଯାଇଛି।

ଏହା ପୂର୍ବରୁ ୨୦୨୨, ୨୬ ନଭେମ୍ବରରେ ବିମାନରେ ଘଟିଥିବା ପରିସ୍ରା କାଣ୍ଡ ଘଟଣାରେ ଏୟାର ଇଣ୍ଡିଆ ବିରୋଧରେ ଗତ ୨୦ ଜାନୁଆରୀରେ ୩୦ ଲକ୍ଷ ଟଙ୍କା ଜୋରିମାନା ଲଗା ଯାଇଥିଲା ଏବଂ ପାଇଲଟ-ଇନ୍-କମାଣ୍ଡର ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯାଇଥିଲା। ଏହା ବ୍ୟତୀତ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଥିବାରୁ ଏୟାର ଇଣ୍ଡିଆ ଡାଇରେକ୍ଟର-ଇନ୍-ଫ୍ଲାଇଟ୍ ସେବା ଉପରେ ୩ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ ଡିଜିସିଏ।

ଏହି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଲ ଇଣ୍ଡିଆ କ୍ୟାବିନ କ୍ରୁ ଆସୋସିଏସନ (All India Cabin Crew Association) ଏଆଇସିସିଏ (AICCA) କହିଛି ଯେ ଏୟାର ଇଣ୍ଡିଆ ବିମାନରେ ଘଟିଥିବା ପରିସ୍ରା କାଣ୍ଡ ମାମଲାରେ ସମ୍ପୃକ୍ତ ଏୟାର ଇଣ୍ଡିଆ ବିମାନ ଚାଳକ ଦଳ ସଦସ୍ୟଙ୍କ ପୁନଃସ୍ଥାପିତ କରାଯିବ। ପାଇଲଟ୍-ଇନ୍-କମାଣ୍ଡ (Pilot-in-Command) ପିଆଇସି (PIC) ବିରୋଧରେ ନିଆଯାଇଥିବା କାର୍ଯ୍ୟନୁଷ୍ଠାନକୁ ଏକ ଅସାଧାରଣ କଠୋର ଦଣ୍ଡ ବୋଲି କହିଛି ଏଆଇସିସିଏ।