Fact Check: ଢେଙ୍କାନାଳରେ କୁକୁର ଭଳି ଶବ୍ଦ କରୁଥିବା ବିଚିତ୍ର ସାପ
ସୋସିଆଲ ମିଡିଆରେ ଏକ କଳା ରଙ୍ଗର ସାପର ଭିଡିଓ ଭାଇରାଲ ହେଉଛି। ଏହି ସାପ ଢେଙ୍କାନଳର କାମାକ୍ଷା ନଗର ଅଞ୍ଚଳରେ ଦେଖାଯାଇଥିବା ଦାବି କରାଯାଉଛି।
ନୁଆଦିଲ୍ଲୀ: ଭାରତରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାରର ସାପ ଦେଖାଯାଆନ୍ତି। ସେଥିମଧ୍ୟରୁ ପ୍ରାୟ ୧୦ଟି ପ୍ରଜାତି ମଣିଷ ପାଇଁ ବିପଦଜନକ। ସାପଙ୍କୁ ନେଇ ସବୁବେଳେ ଆମ ଦେଶରେ ଅନେକ ଭ୍ରମାତ୍ମକ କାହାଣୀ ଶୁଣିବାକୁ ମିଳେ। ସେଥି ମଧ୍ୟରୁ ଅର୍ଦ୍ଧାଧିକ କେବଳ କାଳ୍ପନୀକ ବୋଲି ପ୍ରମାଣିତ ହୁଏ। ଏବେ ସୋସିଆଲ ମିଡିଆରେ ଏକ କଳା ରଙ୍ଗର ସାପର ଭିଡିଓ ଭାଇରାଲ ହେଉଛି। ଏହି ସାପ ଢେଙ୍କାନଳର କାମାକ୍ଷା ନଗର ଅଞ୍ଚଳରେ ଦେଖାଯାଇଥିବା ଦାବି କରାଯାଉଛି।
ସୋସିଆଲ ମିଡଆରେ ଦାବି:
ଟ୍ୱିଟରରେ ଜୁନ ୩ ତାରିଖରେ @Ganpsah1 ନାମକ ଜଣେ ୟୁଜର ଗୋଟିଏ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ଦାବି କରିଛନ୍ତି ଯେ, ଢେଙ୍କାନାଳର କାମାକ୍ଷା ନଗର ଅନ୍ତର୍ଗତ ଗେଙ୍ଗୁତିଆ ଗ୍ରାମରେ ଏକ ବିଚିତ୍ର ସାପ ଦେଖିବାକୁ ମିଳିଛି। ଏହି ସାପଟି କୁକୁର ଭଳି ଶବ୍ଦ ବାହାର କରୁଥିବା ସେ ଦାବି କରିବା ସହ ବନ ବିଭାଗକୁ ଏହାର ସତ୍ୟତା ଜାଣିବାକୁ ଅନୁରୋଧ ମଧ୍ୟ କରିଛନ୍ତି।
Also Read: କେବଳ ୨ଟି ରାଜ୍ୟରେ ୯୦ ହଜାର ପିଲା ସଂକ୍ରମିତ ତ ସାରା ଦେଶରେ କେତେ ହେବ, କ'ଣ 'ତୃତୀୟ ଲହର'ର ହୋଇସାରିଛି କି ଏଣ୍ଟ୍ରି?
Fact Check:
ଜୀ ଓଡିଶାର ଟିମ ଏହି ଭାଇରାଲ ଭିଡିଓର ସତ୍ୟତାକୁ ଉଜାଗର କରିଛି। ଆମ ପ୍ରତିନିଧି ଗେଙ୍ଗୁତିଆ ଗ୍ରାମର କିଛି ଲୋକଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେଠାରେ ଏଭଳି କୌଣସି ବିଚିତ୍ର ସାପ ମିଳନଥିବା ସେମାନେ କହିଥିଲେ। ଏହା ପରେ ଆମେ ସୋସିଆଲ ମିଡିଆରେ ଉକ୍ତ ଭିଡିଓ ବିଷୟରେ ଜାଣିବା ଖୋଳତାଡ କଲାବେଳେ ଠିକ୍ ଏହିଭଳି ଏକ ଭିଡିଓ ୟୁଟ୍ୟୁବରେ ମିଳିଥିଲା।
Also Read: 'ଓଡିଶାରେ ନିର୍ବାଚନ ନାହିଁ, ତେଣୁ ଭ୍ୟାକ୍ସିନ ମିଳିବ ନାହିଁ'
ୟୁଟ୍ୟୁବରେ ମିଳିଥିବା ଭିଡିଓକୁ Mike Martin ନାମକ ଜଣେ ୟୁଜର ଅପଲୋଡ କରିଥିଲେ। ସେ ଚଳିତବର୍ଷ ମେ ୫ ତାରିଖରେ ଏହାକୁ ଅପଲୋଡ କରିଥିବା ବେଳେ ଖବର ଲେଖା ହେବା ସୁଦ୍ଧା ଭିଡିଓକୁ ୧୪ ଲକ୍ଷ ୩୪ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାହୋଇଛି। Mike Martin ଏହାକୁ ସିଙ୍ଗିଗ ସ୍ନେକ ବା ଗୀତ ଗାଉଥିବା ସାପ ବୋଲି କହୁଛନ୍ତି। ତେବେ ଆମ ଖୋଳତାଡ ବେଳେ ଏହି ଭଡିଓର ସାଉଣ୍ଡ ଏଡିଟ୍ କରାଯାଇଛିବା ଜଣା ପଡିଛି।
ଭାଇରାଲ ଭିଡିଓରେ ଥିବା ସାପକୁ Eastern Hognose Snake ବୋଲି କୁହାଯାଏ। ଏହି ସାପ ବିଶେଷ କରି ଉତ୍ତର ଆମେରିକାରେ ଦିଖିବାକୁ ମିଳନ୍ତି। Hognose Snake ଦେଖିବାକୁ ନାଗ ସାପ ଭଳି। କିନ୍ତୁ ମଣିଷକୁ ମାରିବା ଭଳି ତା ପାଖରେ ବିଷ ନାହିଁ। ତେଣୁ ଅନେକ ଲୋକ Hognoseକୁ ଗୃହପାଳିତ କରିରଖନ୍ତି। ଏହି ସାପ ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳେ।