'ଓଡିଶାରେ ନିର୍ବାଚନ ନାହିଁ, ତେଣୁ ଭ୍ୟାକ୍ସିନ ମିଳିବ ନାହିଁ'
Advertisement
Article Detail0/zeeodisha/odisha913470

'ଓଡିଶାରେ ନିର୍ବାଚନ ନାହିଁ, ତେଣୁ ଭ୍ୟାକ୍ସିନ ମିଳିବ ନାହିଁ'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ୨୦୨୦ ଜାନୁଆରୀରେ କୋରୋନାକୁ ହରେଇଛୁ ବୋଲି ଘୋଷଣା କରିଥିଲେ। ତାପରେ ପଶ୍ଚିମବଙ୍ଗ ନିର୍ବାଚନ (West Bengal Election) ହେଲା। ସମଗ୍ର ଦେଶରେ କୋରୋନା ଦୃତ ଗତିରେ ବ୍ୟାପିଲା।

ଫାଇଲ ଫଟୋ

ଭୁବନେଶ୍ୱର: ଏଆଇସିସି ଆହ୍ୱାନ କ୍ରମେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓଡିଶାର ସାଢେ ୪ କୋଟି ଅଧିବାସୀଙ୍କୁ କୋରୋନା ଟିକା ଦେବା ପାଇଁ କଂଗ୍ରେସର ଦାବି କରିଛି। ଏହାସହ ଦେଶରେ ପ୍ରତିଦିନ ଏକ କୋଟି ଟିକା ଦେବା ପାଇଁ ଦଳ ଦାବି କରିଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ୨୦୨୦ ଜାନୁଆରୀରେ କୋରୋନାକୁ ହରେଇଛୁ ବୋଲି ଘୋଷଣା କରିଥିଲେ। ତାପରେ ପଶ୍ଚିମବଙ୍ଗ ନିର୍ବାଚନ (West Bengal Election) ହେଲା। ସମଗ୍ର ଦେଶରେ କୋରୋନା ଦୃତ ଗତିରେ ବ୍ୟାପିଲା। ହେଲେ ମୋଦି ସରକାର ଭ୍ୟାକ୍ସିନ ଦେଇନପାରି ହାତ ଟେକି ଦେଲେ ବୋଲି କଂଗ୍ରେସ (Congress) ଅଭିଯୋଗ କରିଛି।

Also Read: ସାର୍ବଜନୀନ ମାଗଣା ଟିକା ପ୍ରସଙ୍ଗ: କେନ୍ଦ୍ର ରଖିଲାନି କଂଗ୍ରେସର ଅନୁରୋଧ, ଜିଲ୍ଲାରେ ହେବ ଆନ୍ଦୋଳନ

'ଦୁଃଖର କଥା ଯେ ମୁଖ୍ୟମନ୍ତ୍ରୀ (Naveen Patnaik), ପ୍ରଧାନମନ୍ତ୍ରୀଙ୍କୁ କହିପାରୁନାହାନ୍ତି ଯେ ଆମକୁ ଭ୍ୟାକ୍ସିନ ଦିଅନ୍ତୁ। ହେଲେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହୁଛନ୍ତି। କିଛି ରାଜ୍ୟରେ ନିର୍ବାଚନ (Election) ଥିଲା ବୋଲି ସେଠାରେ ମାଗଣାରେ ଭ୍ୟାକ୍ସିନ ଯୋଗାଇ ଦିଆଯିବ ବୋଲି ସରକାରମାନେ ଘୋଷଣା କଲେ। କିନ୍ତୁ ଓଡିଶାରେ ନିର୍ବାଚନ ନାହିଁ, ତେଣୁ ଆମକୁ ଭ୍ୟାକ୍ସିନ (Corona Vaccine) ମିଳିବ ନାହିଁ।' ବୋଲି କଂଗ୍ରେସ କହିଛି।

ଦଳ ପୁଣି କହିଛି ଯେ, କୋୱିନ ପୋର୍ଟାଲ (Cowin Portal) ମାଧ୍ୟମରେ ଆଦିବାସୀ ଅଞ୍ଚଳରେ ଭ୍ୟାକ୍ସିନ ପାଇବା ପାଇଁ ରେଜିଷ୍ଟ୍ରେସନ କରିବା ସମ୍ଭବ ନୁହେଁ। ତେଣୁ ସେହି ଅଞ୍ଚଳ ଗୁଡିକୁ କୋୱିନ ପୋର୍ଟାଲରୁ ବାଦ ଦିଅନ୍ତୁ। ଆମେ ବାତ୍ୟା ୟାସ୍ (Cyclone Yaas) ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲିଲୁ, ଯେଉଁଥିରୁ ସାଢେ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରର ପ୍ରଚାର ପ୍ରହସନ ବୋଲି ଜଣାପଡ଼ିଲା। କେଵଳ ରାଜନୈତିକ ମାଇଲେଜ ପାଇଁ ସରକାର ଏପରି ଘୋଷଣା କରିଥିଲେ। 

Also Read: CM ଯୋଗୀଙ୍କ ଛବିକୁ ନେଇ ଚିନ୍ତାରେ BJP, ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା Feedback ଅଭିଯାନ

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା (Saptagiri Sankar Ulaka) ଙ୍କ ସହ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ (Pradeep Majhi), ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କୁ ସାକ୍ଷାତ କରି ଦିନକୁ କୋଟିଏ ଭ୍ୟାକ୍ସିନ ଦେବାକୁ କଂଗ୍ରେସ ଦାବି କରିବ।