ଢେଙ୍କାନାଳ: କାମାକ୍ଷାନଗର ଥାନା ଖୁଣ୍ଟବାଟି ଠାରେ ନିର୍ମାଣଧିନ ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ବିଛାଇବାରେ ନିୟୋଜିତ ଥିବା ଶ୍ରମିକଙ୍କ ଭିତରେ ବକେୟା ଦରମା ପାଇନଥିବା କାରଣରୁ ଅଶାନ୍ତି ଦେଖାଦେଇଛି। ଶ୍ରମିକମାନେ ୪ମାସ ହେଲା ଏଠାରେ ରହି କାମ କରୁଥିବା ବେଳେ ସେମାନଙ୍କର ୨ମାସ ହେଲା ବକିଆ ପାଉଣା ପାଇନାହାନ୍ତି ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଭଳି ବାହାର ରାଜ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ  କାମାକ୍ଷାନଗର ଥାନା ଖୁଣ୍ଟବାଟି ଠାରେ ନିର୍ମାଣଧିନ ଗେଲ ଇଣ୍ଡିଆରେ ରହି କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଦରମା ନମଳିବା କାରଣରୁ ଚଳିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କମ୍ପାନୀ ତରଫରୁ ସହଯୋଗ କରିବା ବଦଳରେ ଧମକ ମିଳୁଥିବା ଶ୍ରମିକମାନେ କହିଛନ୍ତି।


Also Read: ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ସୁରକ୍ଷା କର୍ମୀ


ସୂଚନା ଅନୁସାରେ ଗେଲ ଇଣ୍ଡିଆ, ଗ୍ୟାସ ପାଇପ ଲାଇନ ବିଛାଇବା କାମକୁ ପୁଞ୍ଜଲଡୁ ନାମକ ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରିଥିଲା। କମ୍ପାନୀ ଏଠାରେ ରହି କିଛି ଦିନ କାମ କରିବା ପରେ କାମକୁ ଅଧାରେ ଛାଡି ପଳାଇଯାଇଥିଲା। ପରେ ଶଙ୍କର ଏଣ୍ଟରପ୍ରାଇଜର୍ସ ନାମକ ଏକ ଘରୋଇ ଠିକା ସଂସ୍ଥାକୁ ଗେଲ ଇଣ୍ଡିଆ ତରଫରୁ ଦିଆଯାଇଛି। ତେବେ ଏହି ଠିକାସଂସ୍ଥା ଶ୍ରମିକମାନଙ୍କୁ ନିୟୋଜିତ କରି କାମ କରୁଥିବା ବେଳେ ଏବେ ବକେୟା ପାଉଣା ଦେଇନଥିବା ଜଣାପଡିଛି। 


ଏନେଇ ଶ୍ରମିକମାନଙ୍କ ତରଫରୁ ବକେୟା ପାଉଣା ନମିଳିବା ଯୋଗୁ ଶ୍ରମିକ ଆଇନ ଆନୁସାରେ କୋର୍ଟରେ କେସ ମଧ୍ୟ କରିଛନ୍ତି। ଏହା ପରେ ମଧ୍ୟ ଶ୍ରମିକମାନେ ସେମାନଙ୍କର ପାଉଣା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ଏନେଇ କମ୍ପାନୀ ତରଫରୁ ପ୍ରତିକ୍ରିୟା ମିଳିପାରି ନାହିଁ।