ବୌଦ୍ଧ: ଧାନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା। ମଣ୍ଡିରୁ ଧାନ ଉଠୁନଥିବାରୁ ଗତ ୨ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ। ଆଜକୁ ୧୫ ଦିନ ହେବ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଧିନସ୍ଥ ଶିମିଳିପଦର ମଣ୍ଡିରେ ପଡିରହିଛି ୨୫୦୦ ଶହ କ୍ୱିଣ୍ଟାଲ ଧାନ। ଏହାର ପ୍ରତିବାଦରେ ଗତ ବୁଧବାର ଶିମିଳିପଦର ସେବା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଥିବାବେଳେ ଗୁରୁବାର ଧାନ ବସ୍ତା ରଖି ଖଟଖଟିଆ ଛକ ଠାରେ ମନମୁଣ୍ଡା-ବାଲିଗୁଡା ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ। 


COMMERCIAL BREAK
SCROLL TO CONTINUE READING

ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲେ ସୁଦ୍ଧା ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିଲେ । ରାସ୍ତା ଅବରୋଧ କରାଯିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। 


Also Read: ବୌଦ୍ଧରେ ଧାନ ମଣ୍ଡି ଟେନସନ୍, ରାସ୍ତାରୋକ କଲେ ଚାଷୀ


ଗତ ମେ ମାସ ପହିଲାରୁ ବୌଦ୍ଧ ଜିଲ୍ଳାରେ ରବି ଧାନ କିଣା ପକ୍ରିୟା ଆରମ୍ଭ ହୋଇଥିଲା। ଏନେଇ ଚାଷୀ ପୂର୍ବରୁ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଟାର୍ଗେଟ ମାତ୍ର ୨-୩ ଦିନ ମଧ୍ୟରେ ସରି ଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ଟାର୍ଗେଟ ଜିଲ୍ଲାକୁ ଆସି ନାହିଁ। ଯାହା ଫଳରେ ଆଜକୁ ୧୫ ଦିନରୁ ଅଧିକ ହେବ ଧାନ ମଣ୍ଡିରେ ଶହ ଶହ ବସ୍ତା ଧାନ ପଡି ରହିଛି। ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ମଣ୍ଡିରେ ଥିବା ଧାନ ବର୍ଷାରେ ଭିଜି ନଷ୍ଟ ହେବା ସହ ଗଜା ହୋଇଗଲାଣି।


Also Read: ଟୋକନ କାହା ପାଇଁ? 


ବହୁ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଗଲାଣି। ଏବେ ମଣ୍ଡିରେ ନଷ୍ଟ ହୋଇଯିବା ସହ ଧାନ ଉଠୁନବାରୁ ଚାଷୀଙ୍କ ସମସ୍ୟା ବଢିଯାଇଛି। ମଣ୍ଡିରୁ ଧାନ ଉଠାଇବା ପାଇଁ ଚାଷୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଗତ ୨ ଦିନ ହେବ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ।