ଟୋକନ କାହା ପାଇଁ ?
Advertisement
Article Detail0/zeeodisha/odisha626182

ଟୋକନ କାହା ପାଇଁ ?


 ପଦ୍ମପୁର ବ୍ଲକର ବିଭିନ୍ନ ମଣ୍ଡିରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ସହ ଧାନ ବିକ୍ରିରେ ସହଯୋଗ କରିବାକୁ ଚାଷୀକୂଳ ଦାବି କରିଛନ୍ତି ।

 

ଟୋକନ କାହା ପାଇଁ ?

ଗୁଣପୁର: ଚାଷୀଙ୍କ ଧାନର ଉଚିତ ମୂଲ୍ୟ ଦେବା ପାଇଁ ପ୍ରତି ବର୍ଷ ସରକାର କିଛି ନ କିଛି ନୂଆ ନିୟମ ଲାଗୁ କରୁଛନ୍ତି । ଚଳିତ ବର୍ଷ ହୋଇଛି ଟୋକନ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଚାଷୀ ଧାନ ବିକ୍ରି କରିବା ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାର ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର ପଦ୍ମପୁର ଧାନ ମଣ୍ଡିରେ । ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଥିବାରୁ ବାହାରେ ହଜାର ହଜାର ବସ୍ତା ଧାନ ଗଦା ହେଉଛି । 

ଚଳିତ ବର୍ଷ ଖରିଫ ଋତୁ ରେ ପାଖାପାଖି ୭୫୧୦ ହେକ୍ଟର ଜମି ରେ ଧାନ ଚାଷ କରିଥିଲେ ଚାଷୀ । ଧାନ ବିକ୍ରି କରିବା ପାଇଁ ମାତ୍ର ୨୦୧୨ ଜଣ ଚାଷୀ ନାମ ପଞ୍ଜିକରଣ କରିବାରେ ସକ୍ଷମ ହୋଇଛନ୍ତି । ପଦ୍ମପୁର ବ୍ଲକରେ ମୋଟ ୬ଟି ମଣ୍ଡିରେ ସରକାର୧ ଲକ୍ଷ ୭୯ ହଜାର୬ ଶହ କୁଇଣ୍ଟାଲ ଧାନ କିଣି ବାକୁ ଲକ୍ଷ୍ୟ ରଖିଥିଲେ । ବର୍ତ୍ତମାନ ସୁଧା ୧ଲକ୍ଷ ୨୮ ହଜାର ୨୯ କ୍ୱିଣ୍ଟାଲ ଧାନ କିଣାଯାଇଛି । ଦୀର୍ଘ୧୫ ଦିନ ରୁ ଅଧିକ ହେବ ୪ଟି ମଣ୍ଡି ରେ ୧୫ହଜାର ବସ୍ତା ରୁ ଅଧିକ ଧାନ ପଡି ରହିଛି  । ମଣ୍ଡି ସାମ୍ନାରେ ଧାନ ପଡିଥିଲେ ମଧ୍ୟ ବିକ୍ରି ହୋଇପାରୁନାହିଁ । ଖିଲାମୁଣ୍ଡା ମଣ୍ଡିରେ ୧୨ ହଜାର କ୍ୱିଣ୍ଟାଲ ,ଆକୁଶିଙ୍ଗି ମଣ୍ଡିରେ ୩ ହଜାର ବସ୍ତା , ଇନ୍ଦୁପୁରୁ ମଣ୍ଡି ରେ ୨ ହଜାର ବସ୍ତା ଓ ଗୁଡିଆ ବନ୍ଧ ମଣ୍ଡି ରେ ୧ ହଜାର ବସ୍ତା ଧାନ ପଡି ରହିଛି । 

ଏଥିସହ ପଦ୍ମପୁର ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନାହିଁ । ଚାଷୀ ଅମଳ କରିଥିବା ହଜାର ହଜାର କ୍ୱିଣ୍ଟାଲ ଧାନ ରାସ୍ତା କଡ ଓ ଖଳା ରେପଡିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଟୋକେନ ପଇଥିବା ଚାଷୀ ଙ୍କ ଧାନ ବିକ୍ରି କରିବାର ସମୟ ସୀମା ବଢୁଛି । ସେହିପରି ଟୋକେନ ପାଇଁ ଆବେଦନ କରିଥିବା ଚାଷୀଙ୍କୁ ମାସ ମାସ ଧରି ଟୋକେନ ନମିଳିବା ଚିନ୍ତା ଘାରିଛି । ଅନ୍ୟ ପଟେ ବ୍ଲକର ସମସ୍ତ ମଣ୍ଡି ଉପରେ ପ୍ରଶାସନ ନଜର ରଖିଥିବା ଗୁଣପୁର ଉପ ଜିଲ୍ଲାପାଳ କହିଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ତ ଚାଷୀ ଙ୍କ ଧାନ କିଣାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।