ବୌଦ୍ଧରେ ଧାନ ମଣ୍ଡି ଟେନସନ୍, ରାସ୍ତାରୋକ କଲେ ଚାଷୀ
Advertisement
Article Detail0/zeeodisha/odisha654877

ବୌଦ୍ଧରେ ଧାନ ମଣ୍ଡି ଟେନସନ୍, ରାସ୍ତାରୋକ କଲେ ଚାଷୀ

ସୋମବାର ଚାଷୀଙ୍କ ପକ୍ଷରୁ ଜିଲ୍ଲାର ଦୁଇଟି ସ୍ଥାନରେ ରାଜପଥ ଅବରୋଧ କରାଯାଇଥିଲା ।

ପ୍ରତୀକାତ୍ମକ ଫଟୋ

ହିମାଂଶୁ ଶେଖର ସାହୁ, ବୌଦ୍ଧ: ସୁଧୁରିବାର ନାଁ ଧରୁନି ଧାନ ମଣ୍ଡି ସମସ୍ୟା । ସେବା ସମବାୟ ସମ୍ପାଦକଙ୍କ ମନମାନି ଆଉ ମିଲର ଓ ଯୋଗାଣ ବିଭାଗର ଖାମଖିଆଲି ମନୋଭାବ କାରଣରୁ ସଠିକ ସମୟରେ ମଣ୍ଡିରୁ ଧାନ ଉଠିପାରୁନି । ଫଳରେ କେତେବେଳେ ଟୋକନ ଲାପ୍ସ ତ ଆଉ କେତେବେଳେ ମଣ୍ଡିରେ ବସିବସି ନୟାନ୍ତ ହେଉଛନ୍ତି ଚାଷୀ । ଶେଷରେ ବାଧ୍ୟ ହୋଇ ରାଜରାସ୍ତାକୁ  ଓହ୍ଲାଇଛନ୍ତି । 

ସୋମବାର ଚାଷୀଙ୍କ ପକ୍ଷରୁ ଜିଲ୍ଲାର ଦୁଇଟି ସ୍ଥାନରେ ରାଜପଥ ଅବରୋଧ କରାଯାଇଥିଲା । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ବାଉଁଶୂଣିରେ ଏବଂ ବୌଦ୍ଧ-ବଘିଆପଡ଼ାର ବନ୍ଧାପଥରରେ ଚାଷୀ ରାସ୍ତାରେ ଧାନ ବସ୍ତା ରଖି ଅବରୋଧ କରିଥିଲେ । ଚାଷୀଙ୍କ ଅଭିଯୋଗ, ୨୦ ଦିନ ହେଲା ମଣ୍ଡିରେ ଧାନ ପଡ଼ିଥିଲେ ମଧ୍ୟ ଏଯାଏଁ କୌଣସି ମିଲର କିମ୍ବା ସେବା ସମବାୟ ସମ୍ପାଦକଙ୍କ ଦେଖା ନାହିଁ । ଫଳରେ ପ୍ରତିଦିନ ଧାନ ଜଗି  ରହିବାକୁ ପଡ଼ୁଛି । ତେବେ ଚାଷୀ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । 

 ଆହୁରି ପଢ଼ନ୍ତୁ; ବାଃ ବାଃରେ ଭାଇରସ୍: ମଣିଷ ମାରୁଛି, ସରକାରଙ୍କୁ ବଞ୍ଚାଇଲା !