ବୌଦ୍ଧ: ରାଜ୍ୟରେ କୋରୋନା ମହାମାରୀର ଦ୍ୱିତୀୟ ଲହର ନିୟନ୍ତ୍ରଣ ବାହାରେ ରହିଥିବାବେଳେ ବୌଦ୍ଧ ଜିଲ୍ଲାରେ ଦୈନିକ ନୂତନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। କୋରୋନାକୁ ବ୍ରକେ ଦେବା ପାଇଁ ସରକାର ଲକଡାଉନ, ସପ୍ତାହନ୍ତ ସଟଡାଉନ, ରାଜନୈତିକ ସଭାସମିତି, ମନ୍ଦିର-ମସଜିଦ, ଜନଗହଳି ନ କରିବା ଭଳି ଅନେକ କଟକଣା ଘୋଷଣା କରିଛନ୍ତି। ବିଶେଷ କରି ସପ୍ତାହନ୍ତ ସଟଡାଉନକୁ ଜିଲ୍ଲାରେ କଡାକଡି ପାଳନ କରାଯାଉଛି। ଏପରି ସମୟରେ ବୌଦ୍ଧ ବିଧାୟକ ଓ ଜିଲ୍ଲା ପ୍ରଶାସନ କୋଭିଡ ନିୟମର ଉଲଂଘନ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଅଭିଯୋଗ ଆଣିଛି। 


COMMERCIAL BREAK
SCROLL TO CONTINUE READING

ଶନିବାର ସଟଡାଉନରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ (Pradeep Kumar Amat) ବିଧାୟକ ପାଣ୍ଠିରୁ ଜିଲ୍ଲା ସଦର ମହକୁମାସ୍ଥିତ ଟାଉନହଲ ପରିସରରେ ଅଙ୍ଗନବାଡି (Anganwadi) ର ଛୋଟଛୋଟ କୋମଳମତି ଶିଶୁମାନଙ୍କୁ ମାସ୍କ ବଂଟନ କରିଛନ୍ତି। ଏଥିରେ ଖୋଦ ଜିଲ୍ଲାର କୋଭିଡ ପରିଚାଳନା (Covid Management) ଦାୟିତ୍ୱ ସଫଳ ଭାବେ ତୁଲାଉଥିବା ଜିଲ୍ଲାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ଥିଲେ। ତାଙ୍କ ବ୍ୟତୀତ ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣି ଦଳ ବେହେରା, ବୌଦ୍ଧ ବିଜ୍ଞାପିତ ଅଚଂଳ ପରିଷଦର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। 


Also Read: ଗୁଣି ସନ୍ଦେହରେ ବାପ-ପୁଅଙ୍କୁ ନିର୍ମମ ହତ୍ୟା


ତେବେ ସଟଡାଉନ ସତ୍ତ୍ୱେ କିଭଳି ଟାଉନହଲରେ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ଅନୁମତି ଦେଲା? ବିଧାୟକଙ୍କ ମାସ୍କ ବଂଟନ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି କିଭଳି ମିଳିଲା ତା ସହିତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କିଭଳି ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ଏହାକୁ ନେଇ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମାହାନ୍ତି ପ୍ରଶ୍ନ କରିଛନ୍ତି। ଏହା ସହ ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ବିରୋଧରେ କୋଭିଡ ନିୟମ ଉଲଂଘନ ନିୟମ (ଏପିଡେମିକ ଆକ୍ଟ-୨୦୨୦) ଅନୁଯାୟୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। 



ଏଥିରୁ ସ୍ପଷ୍ଟ ହୋଇଛି ମନ୍ତ୍ରୀ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ବୋଲି ବିପ୍ରଚରଣ ମାହାନ୍ତି (Bipracharan Mohanty) କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ବରିଷ୍ଠ ବିଜେପି (BJP) ନେତା ସୁଶାନ୍ତ କୁମାର ପ୍ରଧାନ ଏବଂ ଅନ୍ୟ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।