• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ଗୁଣି ସନ୍ଦେହରେ ବାପ-ପୁଅଙ୍କୁ ନିର୍ମମ ହତ୍ୟା

ଗାଁ ଠାରୁ ଅଧକିମି ଦୂର ଜଙ୍ଗଲରେ ବାପା ପୁଅ ଦୁଇଜଣଙ୍କୁ ଆକ୍ରମଣ କରାଯାଇଥିଲା। ଜଙ୍ଗଲରେ ବାପାର ମୃତ ଶରୀର ପଡିଥିବା ବେଳେ ପୁଅର ମୃତ ଶରୀର ଘରେ ପଡିରହିଛି। ଏ ନେଇ ଅଡବା ଥାନାରେ ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ କ୍ରମେ ଘଟଣା ସ୍ଥଳରେ ଅଡବା ପୋଲିସ ଓ ସାଇନ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଗୁଣି ସନ୍ଦେହରେ ବାପ-ପୁଅଙ୍କୁ ନିର୍ମମ ହତ୍ୟା
ଗୁଣି ସନ୍ଦେହରେ ବାପ-ପୁଅଙ୍କୁ ନିର୍ମମ ହତ୍ୟା

ପ୍ରେମାନନ୍ଦ ପୂଜାରୀ, ଗଜପତି: ଅନ୍ଧବିଶ୍ୱାସରୁ ପୁଣି ଏକ ଘଟିଛି ବିବତ୍ସ ହତ୍ୟାକାଣ୍ଡ। ଗୁଣି ସନ୍ଦେହରେ ଗୋଟିଏ ପରିବାରର ଦୁଇ ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବାପା ଲୁକ ଦଳବେହେରା ଓ ପୁଅ ଅନକ ଦଳବେହେରା। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ମୁଠାଗୁଡା ଗାଁରେ ଘଟଣାଟି ଘଟିଛି।

ଗାଁ ଠାରୁ ଅଧକିମି ଦୂର ଜଙ୍ଗଲରେ ବାପା ପୁଅ ଦୁଇଜଣଙ୍କୁ ଆକ୍ରମଣ କରାଯାଇଥିଲା। ଜଙ୍ଗଲରେ ବାପାର ମୃତ ଶରୀର ପଡିଥିବା ବେଳେ ପୁଅର ମୃତ ଶରୀର ଘରେ ପଡିରହିଛି। ଏ ନେଇ ଅଡବା ଥାନାରେ ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ କ୍ରମେ ଘଟଣା ସ୍ଥଳରେ ଅଡବା ପୋଲିସ ଓ ସାଇନ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Also Read: ବୈକୁଣ୍ଠର ପାପ କୃତ୍ୟ; ବାପାକୁ ହାଣି ପୁଅ ଗିରଫ

ମିଳିଥିବା ସୂଚନା ପ୍ରକାରେ ଗତକାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ କାଜୁବାଡ଼କୁ ଯାଇଥିଲେ। ସେହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଲୁକାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭାବେ ଆହତ ଅବସ୍ଥାରେ ଅନକ କୌଶଳ କ୍ରମେ ଘରେ ପହଞ୍ଚିଥିଲେ। ହେଲେ ପରେ ଘରେ ତାଙ୍କ ମୃତ୍ୟୁ ଘଟିଥିଲା।

ଲୁକା ନିଜ ପରିବାର ସହ ୧୦ ବର୍ଷ ହେଲା ନିଜ ଗ୍ରାମ ପାଟିପଙ୍କାରୁ ଆସି ମୁଠାଗୁଡାରେ ଚାଷବାସ କରି ରହୁଥିଲେ। ତେଵେ ଗୁଣିଗାରେଡିରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି। ଆର. ଉଦୟଗିରି SDPOଙ୍କ ନେତୃତ୍ୱରେ ମୋହନା ଏବଂ ଅଡବା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅନେକ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା SDPO ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି।