ଗଜପତି: ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ କୋରୋନା କାଳରେ ଅନାଥ ହୋଇଥିବା ୪ ଜଣ ଶିଶୁଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲାପାଳ। ଆଶୀର୍ବାଦ ଯୋଜନାରେ ସାମିଲ କରି ଗୋଷାଣୀ ବ୍ଳକର ଗୁରାଣ୍ଡି ଏବଂ ସାନ କତୁରୁ ଗ୍ରାମର ଦୁଇଟି ପରିବାରର ଚାରିଗୋଟି ଅନାଥ ଶିଶୁଙ୍କୁ ସେମାନେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇ ପିଲାଙ୍କ ସହ କଥାବାର୍ତ୍ତା ହେବା ସହ ଜିଲ୍ଲା (Gajapati) ପ୍ରଶାସନ ପିଲାଙ୍କର ଭବିଷ୍ୟତକୁ ଗଢି ତୋଳିବାର ପ୍ରତିଶ୍ରୁତି ଦେଇଛନ୍ତି।  


COMMERCIAL BREAK
SCROLL TO CONTINUE READING

ଆଶୀର୍ବାଦ ଯୋଜନା (Ashribad Yojana) ରେ ପିଲାଙ୍କୁ ସାମିଲ କରିବା ଅବସରରେ ଜିଲ୍ଲାପାଳ ପ୍ରତି ପରିବାର ପିଛା ରେଡ଼କ୍ରସ ଫଣ୍ଡରୁ ଦଶ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା, ଯୋଗ୍ୟ ପରିବାରଙ୍କୁ ବିଜୁପକ୍କା ଘର ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବୀମା ଏବଂ ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପେସେଜ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।  


Also Read: କୋରୋନା ସାଜିଲା ବରଦାନ! ଦେହ ବ୍ୟବସାୟୀ ଆରମ୍ଭ କଲେ ନୂଆ ଜୀବନ


ରାଜ୍ୟ ସରକାର (Odisha Govt) ଙ୍କ ଦ୍ୱାରା ଘୋଷିତ ଆଶୀର୍ବାଦ ଯୋଜନା ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କାର୍ଯ୍ୟ ଜାରି ରହିଛି। ଆଜି ସୁଦ୍ଧା ଜିଲ୍ଲାରେ ୮ ଜଣ ଅନାଥ ଶିଶୁ (orphan) ଚିହ୍ନଟ ହୋଇଥିଲା ବେଳେ ୨୦୯ ଜଣ ଏକକ ଅଭିଭାବକ ଶିଶୁ ଚିହ୍ନଟ ହୋଇଛନ୍ତି। ଯେଉଁମାନଙ୍କୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରି ଅନାଥ ଶିଶୁମାନଙ୍କୁ ମାସକୁ ୨୫୦୦ ଟଙ୍କା ଲେଖାଏଁ ଏବଂ ଏକକ ଅଭିଭାବକ ଶିଶୁଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯିବ। 



ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ତାଟିପେଟି ଓ ଗୁରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ।