କୋରୋନା ସାଜିଲା ବରଦାନ! ଦେହ ବ୍ୟବସାୟୀ ଆରମ୍ଭ କଲେ ନୂଆ ଜୀବନ
Advertisement
Article Detail0/zeeodisha/odisha935847

କୋରୋନା ସାଜିଲା ବରଦାନ! ଦେହ ବ୍ୟବସାୟୀ ଆରମ୍ଭ କଲେ ନୂଆ ଜୀବନ

ଜାତୀୟ ରାଜଧାନୀସ୍ଥିତ ଏକ NGO ସହାୟତାରେ ଦେହ ବ୍ୟବସାୟ (Prostitution) ଛାଡି ଜଣେ ଯୁବତୀ ନୂଆ ଜୀବନ ଆରମ୍ଭ କରିଛନ୍ତି। ନିଜର ଚାରି ବର୍ଷର ଝିଅ ସହିତ ଏକ ନୂତନ ଜୀବନ ଆରମ୍ଭ କରିଥିବା ଯୁବତୀ କହିଛନ୍ତି ଯେ, ସେ ବର୍ତ୍ତମାନ ବହୁତ ଶାନ୍ତ ଅନୁଭବ କରୁଛନ୍ତି ଏବଂ ପୂର୍ବ ଜୀବନକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୁହାଯାଏ, 'ପେଟ ପୋଷ, ନାହିଁ ଦୋଷ'। ଏହି ଚାଖଣ୍ଡେ ପେଟ ପାଇଁ ମଣିଷ କେତେ କଣ ନ କରେ। ଲୋକମାନେ ଭୋକ ମେଣ୍ଚାଇବା ଓ ବଞ୍ଚିବା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯିବାକୁ ମଜବୁର ହୁଅନ୍ତି। ଯେତେବେଳେ ଜଣେ ପାପର ପଙ୍କରୁ ବାହାରେ, ସେତେବେଳେ ଏକ ଭିନ୍ନ ଶାନ୍ତି ମିଳିଥାଏ। ଦେଶର ରାଜଧାନୀ ଦିଲ୍ଲୀରୁ ସେଭଳି ଏକ କାହାଣୀ ସାମନାକୁ ଆସିଛି।

ଜାତୀୟ ରାଜଧାନୀସ୍ଥିତ ଏକ NGO ସହାୟତାରେ ଦେହ ବ୍ୟବସାୟ (Prostitution) ଛାଡି ଜଣେ ଯୁବତୀ ନୂଆ ଜୀବନ ଆରମ୍ଭ କରିଛନ୍ତି। ନିଜର ଚାରି ବର୍ଷର ଝିଅ ସହିତ ଏକ ନୂତନ ଜୀବନ ଆରମ୍ଭ କରିଥିବା ଯୁବତୀ କହିଛନ୍ତି ଯେ, ସେ ବର୍ତ୍ତମାନ ବହୁତ ଶାନ୍ତ ଅନୁଭବ କରୁଛନ୍ତି ଏବଂ ପୂର୍ବ ଜୀବନକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି। ନିଜ ଝିଅକୁ କୋଳରେ ଧରି ନିଜେ ପ୍ରସ୍ତୁତ ମାସ୍କ ଏବଂ କ୍ରଞ୍ଚ ବିକ୍ରି କରୁଥିବା ବେଳେ ସେ ନିଜର ନୂଆ ଜୀବନ ବିଷୟରେ କହିଛନ୍ତି। ଏହି ସମୟରେ ତାଙ୍କ ମୁହଁରେ ସନ୍ତୋଷର ଭାବନା ଦେଖାଯାଉଥିଲା।

Also Read: ଅପରାଧିଙ୍କ ଛାତିରେ ବୁଲଡୋଜର ଚଢାଇ ଦେବା ଉଚିତ୍?

ଜୈନିକ ଯୁବତୀ ସେହି ମହିଳାମାନଙ୍କ ମଧ୍ୟରୁ ଜଣେ ଯିଏକି ଦିଲ୍ଲୀ (Delhi) ର ଜିବି ରୋଡରେ ଦେହ ବ୍ୟବସାୟ ଛାଡି NGO ସାହାଯ୍ୟରେ ଏକ ନୂତନ ଜୀବନ ଆରମ୍ଭ କରିଥିଲେ। କୋରୋନା ମହାମାରୀ (Coronavirus) ଏହିପରି ମହିଳାମାନଙ୍କ ପାଇଁ ଏକ ବରଦାନ ବୋଲି ପ୍ରମାଣିତ ହୋଇଛି। କାରଣ ସେମାନେ ଗରାଖ ନ ଆସିବାରୁ ସେମାନେ ଦେହ ବ୍ୟବସାୟ ଛାଡି ପେଟ ପୋଷିବା ପାଇଁ ନୂଆ ପନ୍ଥା ଆପଣାଇଛନ୍ତି। ବର୍ତ୍ତମାନ ସେମାନେ କପଡା ମାସ୍କ, ବ୍ୟାଗ, ମ୍ୟାଟ୍, ସ୍କ୍ରିନି, ଶାଢୀ କଭର ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରି ବିକ୍ରି କରୁଛନ୍ତି। 

ଦେହ ବ୍ୟବସାୟକୁ ରୋକିବା ପାଇଁ କାର୍ଯ୍ୟ କରୁଥିବା ଏକ NGO  'କଟ କଥା' ମହିଳାଙ୍କ ଦକ୍ଷତା ବିକାଶ ଏବଂ ପୁନର୍ବାସ ଉପରେ ଧ୍ୟାନ ଦେଉଛି। ଅନ୍ୟ ଏକ ଏନଜିଓ, ଡିଷ୍ଟ୍ରେସ ମ୍ୟାନେଜମେଣ୍ଟ କଲେକ୍ଟିଭ୍ ଇଣ୍ଡିଆର ସହଯୋଗରେ 'ହାର୍ଟଶାଲା' ନାମରେ ଏକ ପ୍ରକଳ୍ପ ଚାଲିଛି। ପ୍ରକଳ୍ପ ସଂଯୋଜକ ଆର୍ଜୁ ଜଲି କହିଛନ୍ତି ଯେ, ଗତବର୍ଷ ଦେଶବ୍ୟାପୀ ଲକଡାଉନ ପରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଦେହ ବ୍ୟବସାୟ ଛାଡିଥିବା ୧୫ ଜଣ ମହିଳା ଏଥିରୁ ଉପକୃତ ହୋଇଛନ୍ତି। ଏହି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଜାତୀୟ ରାଜଧାନୀ ତଥା କେରଳ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ବିକ୍ରି ହେଉଛି।

Also Read: ଦୁଇ ଦଶନ୍ଧିର ଫିଲ୍ମ କ୍ୟାରିୟର ପରେ ନିଜ ନାଁ ବଦଳାଇଲେ ରାଜପାଲ ଯାଦବ, ଜାଣନ୍ତୁ କାରଣ...

ଆର୍ଜୁ ଜଲି କହିଛନ୍ତି, 'ମହାମାରୀ ହେତୁ ଅନେକ ମହିଳା ଜିବି ରୋଡ ଛାଡିବାକୁ ବାଧ୍ୟ ହୋଇଥିଲେ ଏବଂ କୋରୋନା ପୂର୍ବରୁ ଏଠାରେ ପ୍ରାୟ ଚାରି ହଜାର ମହିଳା ଦେହ ବ୍ୟବସାୟରେ ସମ୍ପୃକ୍ତ ଥିଲେ। ବର୍ତ୍ତମାନ ଏହି ସଂଖ୍ୟା ଦୁଇ ହଜାର ପାଖାପାଖି ହେବ। କିଛି ମହିଳା ତାଲିମ ଶେଷ କରିବା ପରେ ନିଜ ଗାଁକୁ ଫେରିଛନ୍ତି।' ଦେହ ବ୍ୟବସାୟ ଛାଡିବା ପରେ ତାଲିମ ଶେଷ କରିଥିବା ଅନ୍ୟ ଜଣେ ମହିଳା କହିଛନ୍ତି ଯେ, ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି।