ଢେଙ୍କାନାଳ: ପ୍ରାୟତଃ ସମୟରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ସେହିଭଳି ଏକ ଅଭିଯୋଗ ଢେଙ୍କାନାଳ ଜିଲ୍ଲା ବାଉଁଶପାଳ ପଞ୍ଚାୟତରୁ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣି ହିତାଧିକାରୀ ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣାରେ ବସିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସରକାରଙ୍କ ତରଫରୁ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ମାଗଣାରେ ଘର ଯୋଗାଇବାକୁ ନିୟମ ରହିଥିବା ବେଳେ ପଞ୍ଚାୟତର ନିର୍ବାହି ଅଧିକାରୀ ଓ ସରପଞ୍ଚ ଚଞ୍ଚକତା କରି ଘର ଥିବା ଲୋକଙ୍କୁ ଘର ଦିଆଯାଉଛି। ସରପଞ୍ଚ ଗରିବ ହିତାଧିକାରୀଙ୍କ ଠାରୁ ସିଧାସଳଖ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ଗ୍ରାମବାସୀ କରିଛନ୍ତି। 


Also Read: ଗ୍ରୀନ ମହାନଦୀ ମିଶନ୍ କେବଳ ବାହାନା! ତିନି ଲକ୍ଷ ଟଙ୍କାର ଗଛ ଚରିଗଲେ ବନ ବିଭାଗ ଅଧିକାରୀ


ଗ୍ରାମରେ ଏବେ ବି ଅଧିକାଂଶ ଲୋକ ଗରିବ ରହିଥିବା ବେଳେ ସେମାନଙ୍କର ଘର ନଥିବା କାରଣରୁ ଗଛ ତଳେ ରହୁଛନ୍ତି। କିନ୍ତୁ ସେମାନଙ୍କୁ ଘର ଦିଆଯାଉ ନାହିଁ। ଯେଉଁ ଲୋକମାନେ ପଇସା ଦେଉଛନ୍ତି ଓ ଯେଉଁ ଲୋକମାନଙ୍କ ଘର, ଗାଡି ଥିବା ସତ୍ତ୍ବେ ସେମାନଙ୍କୁ ଘର ଦିଆଯାଉଛି। ପ୍ରକୃତ ଗରିବ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ହିତାଧିକାରୀଙ୍କ କହିବା ଅନୁସାରେ ପୂନଃର୍ବାର ସର୍ଭେ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଉ।