କନ୍ଧମାଳ: ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ। ଆଇନ ଭାଙ୍ଗିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ। 


COMMERCIAL BREAK
SCROLL TO CONTINUE READING

ଦୁଇ ଦିନିଆ ଦାରିଙ୍ଗବାଡି ଗ୍ରସ୍ତରେ ଆସିଥିଲେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଦାରିଙ୍ଗବାଡି ବ୍ଲକ ପରିସରରେ ଆୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଉ ଏହି ବୈଠକରେ ଅଞ୍ଚଳର ହଜାର ହଜାର ମହିଳାଙ୍କ ସହ ଦଳୀୟ କର୍ମୀ ଯୋଗଦେଇ ଏକାଠି ହୋଇଥିଲେ। ଯାହାକି କଭୋଡ଼ ନିୟମର ଖୋଲାଖୋଲି ଉଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା।


Also Read: ଆଜିର ରାଶିଫଳ: ଦିନଟି ଜଗି ରଖି ଚଳନ୍ତୁ, ଏକାଧିକ ରାଶିରେ ବିପଦ ଆଶଙ୍କା ଅଛି


ଏହି ଅବସରରେ ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶୁଭଉଦଘାଟନ କରିବା ସହ ମିଶନ ଶକ୍ତି ଜରିଆରେ ଆର୍ଥିକ ସହାୟତାମାନ ମହିଳା ଗୋଷ୍ଠୀଙ୍କୁ ପ୍ରଦାନ କରିଥିଲେ। ଆଗାମୀ ଦିନରେ ମହିଳାମାନେ କିଭଳି ସଶକ୍ତ ହେବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ତେବେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଓ ସ୍ଥାନୀୟ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।