ଆଜିର ରାଶିଫଳ: ଦିନଟି ଜଗି ରଖି ଚଳନ୍ତୁ, ଏକାଧିକ ରାଶିରେ ବିପଦ ଆଶଙ୍କା ଅଛି
Advertisement

ଆଜିର ରାଶିଫଳ: ଦିନଟି ଜଗି ରଖି ଚଳନ୍ତୁ, ଏକାଧିକ ରାଶିରେ ବିପଦ ଆଶଙ୍କା ଅଛି

କଥାବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ପାଖଲୋକ ଶତ୍ରୁତା କରିବେ । ନିଆଁ ପାଣି ପ୍ରତି ସତର୍କତା ଜରୁରୀ ।

ପ୍ରତୀକାତ୍ମକ ଫଟୋ

ମେଷ: ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଲଭିବେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରରେ ହସଖୁସିର ଲହରି ଲାଗି ରହିବ ।

ବୃଷ: କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଧାର କରଜ କରିପାରନ୍ତି । ଚିଡିଚିଡା ସ୍ୱଭାବର ହେବେ । ପରିବାରରେ ଅଶାନ୍ତି ଦେଖାଦେବ ।

ମିଥୁନ: ମନ ପ୍ରସନ୍ନ ରହିବ । ସମୟାନୁବର୍ତ୍ତୀ ହୋଇ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ । ସହକର୍ମୀଙ୍କ ନିକଟରୁ ପୂଣ୍ଣ ର୍  ସହଯୋଗ ମିଳିବ । ସୁଖପୂର୍ଣ୍ଣ ଭ୍ରମଣ ଯୋଗ ରହିଛି ।

କର୍କଟ: ଶାରିରୀକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ସମାନ ରହିବ । ବ୍ୟବସାୟରେ ଶିଥିଳତା ଦେଖାଦେବ । ଘାତ ଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ ।

Also Read: ପାକିସ୍ତାନରେ ଗୃହଯୁଦ୍ଧର ପଦଧ୍ୱନୀ'; ଆନ୍ଦୋଳନକୁ ନେଇ ମୁହାଁମୁହିଁ କଟ୍ଟରପନ୍ଥୀ-ସରକାର

ସିଂହ: କଥାବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ପାଖଲୋକ ଶତ୍ରୁତା କରିବେ । ନିଆଁ ପାଣି ପ୍ରତି ସତର୍କତା ଜରୁରୀ ।

କନ୍ୟା: ଆଜି ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିକ ସମସ୍ୟାର ସମାଧାନ ଘଟିବ । ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ । ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦର ଅବସାନ ଘଟିବ ।

ତୁଳା: ଉଚ୍ଚ ସମ୍ମାନ ଲାଭ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଅର୍ଜିବେ । ବ୍ୟବସାୟରେ ନୂତନ ନିତି ଆପଣେଇବେ । ପାରିବାରିକ ଜୀବନ ସୁଖ ସମୃଦ୍ଧିପୂର୍ଣ୍ଣ  ହେବ ।

ବିଛା: ଦିନଟିରେ ଆପଣଙ୍କ ଦେହ ଭଲ ରହିବ ।ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ  ଆସ୍ଥା ଭାଜନ ହେବେ । ଆର୍ଥିକ ଉନ୍ନତି ହେବ । ଉତ୍ସବ ଅନୁଷ୍ଠାନରେ ଯୋଗ ଦେବେ ।

Also Read: ଜେଲ୍ ଠାରୁ କଠିନ ଆର୍ୟନଙ୍କ ଜାମିନ ସର୍ତ୍ତ! ଜାଣନ୍ତୁ ୫ ପୃଷ୍ଠାରେ ସର୍ତ୍ତାବଳୀରେ କ'ଣ ସବୁ ରହିଛି

ଧନୁ: କର୍ତ୍ତବ୍ୟ ପରାୟଣ ହେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । ଦେହ ଓ ମନ ସୁସ୍ଥ ରହିବ । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ ।

ମକର: ସମସ୍ତ ନ୍ୟସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରି ଆତ୍ମ ସନ୍ତୋଷ ପାଇବେ । ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଆଦର ସମ୍ମାନ ପାଇବେ ।

କୁମ୍ଭ:  ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ଆତ୍ମୀୟ ସ୍ୱଜନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଭୂସଂପଦ ଲାଭ ହେବ । ଅପରାହ୍ନରେ ବନ୍ଧୁ ମିଳନ ଓ ସୁସ୍ୱାଦୁ ଭୋଜନର ଯୋଗ ରହିଛି ।

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଦେହ ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ । ଚାକିରିରେ ସମ୍ମାନ ମିଳିବ । ବ୍ୟବସାୟ ଲାଭପ୍ରଦ ହେବ । ନୂତନ ଗୃହ ଉପକରଣ କ୍ରୟ କରିବେ ।