ବାଲେଶ୍ୱର: କ୍ରୁଷ୍ଣ କଳା, କାଳିଆ କଳା, କୋଇଲି କଳା ତ କଜଳ କଳା। କଳା କାରୁକାର୍ଯ୍ୟ ତଥା କଳାର ପୂଜାରୀଙ୍କ ପାଇଁ ସମସ୍ତେ ପାଗଳ, ପ୍ରଫୁଲ୍ଲିତ ହେଉଥିବା ବେଳେ ଏଠାରେ କଳା ରଙ୍ଗର ଝିଅକୁ ନେଇ ଚାଲିଛି ମହାଭାରତ। ଜନ୍ମ କଲା ଝିଅର ରଙ୍ଗ କଳା ହେବାରୁ ସ୍ତ୍ରୀକୁ ବର୍ଷ ବର୍ଷ ମାନସିକ ଶାରୀରିକ ନିର୍ଯ୍ୟାତନା ଦେବା ସହ ଘରୁ ବାହାର କରି ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ଝିଅଠୁ ଅଲଗା ହେବା ପାଇଁ ପରିବାର ଅଦାଲତରେ ମାମଲା ମଧ୍ୟ ରୁଜୁ ହୋଇଛି। ସେପଟେ ନ୍ୟାୟ ପାଇଁ କୁନି ଝିଅକୁ ଧରି ଘର ସମ୍ମୁଖରେ ଭୋକ ଉପାସରେ ସ୍ତ୍ରୀ ଧାରଣାରେ ବସିଛନ୍ତି। ଏଭଳି ଅଭାବନୀୟ ଦୃଶ୍ଯ ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ତାଡଦା ଗ୍ରାମରେ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ତାଡଦା ଗ୍ରାମର ଚନ୍ଦନ ଦାସ ୨୦୧୩ ମସିହାରେ ବସ୍ତା ଥାନା ଅନ୍ତର୍ଗତ ଜନ୍ତିକାପାଳ ଗ୍ରାମର ଜ୍ଯୋତ୍ସ୍ନା ଦାସଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ। ତେବେ ବିବାହର ଦୁଇ ବର୍ଷ ପରେ ଚନ୍ଦନଙ୍କ ୱୌରସରୁ ଜ୍ୟୋତ୍ସ୍ନାଙ୍କ ଝିଅଟିଏ ଜନ୍ମ ହୋଇ ଥିଲା। ଝିଅର ରଙ୍ଗ କଳା ହୋଇଥିବାରୁ ଜ୍ଯୋତ୍ସ୍ନା ତାଙ୍କ ସ୍ୱାମୀଙ୍କ ପରିବାର ଲୋକଙ୍କ ରୋଷର ଶିକାର ହୋଇ ଥିଲେ। ଝିଅ ଜନ୍ମ ହେବା ଦିନଠୁ ଜ୍ୟୋତ୍ସ୍ନାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ଯାତନା ଦିଆଯାଉଥିଲା ଆଉ ଏବେ ତାଙ୍କୁ ଘରୁ ବାହାର କରିଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଏପରି ଅନେକ ଥର ଚନ୍ଦନ ଓ ଜ୍ୟୋତ୍ସ୍ନାଙ୍କ ମଧ୍ୟରେ ଝଗଡା ହୋଇଛି। ୨୦୨୦ରେ ତାଙ୍କର ମାମଲା ପରିବାର ଅଦାଲତରେ ପଡି ରହିଛି।


Also Read: Odisha Weather Update: ଓଡ଼ିଶାବାସୀଙ୍କୁ କଲବଲ କରୁଛି ଲଘୁଚାପ! ଦିନକ ପରେ ଆଉ ଏକ ଘୁର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା


ଗତ ଗଣେଶ ପୂଜା ଦିନ ଜ୍ଯୋତ୍ସ୍ନାଙ୍କ ୭ ବର୍ଷର ଝିଅ ଦିପାଳିଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀଙ୍କ ସହାୟତାରେ ଝିଅକୁ ନେଇ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଦେହ ସୁସ୍ଥ ହେବାପରେ ଜ୍ଯୋତ୍ସ୍ନା ଗୁରୁବାର ସକାଳେ ଘରକୁ ଫେରିଥିଲେ। କିନ୍ତୁ ଜ୍ଯୋତ୍ସ୍ନାଙ୍କ ସ୍ବାମୀ ତାଙ୍କୁ ଘରକୁ ଯିବାକୁ ନ ଦେଇ ଗେଟରେ ତାଲା ପକାଇ ଦେଇଥିଲେ। ଜ୍ୟୋତ୍ସ୍ନା ଓ ତାଙ୍କ ଝିଅ ଦିନସାରା ନିଜ ଘର ବାହାରେ ବସିଥିଲେ କିନ୍ତୁ ରାତିରେ ଭୟ ଲାଗିବାରୁ ନିକଟରେ ଥିବା ଶିବ ମନ୍ଦିରରେ ଆଶ୍ରୟ ନେଇଥିଲେ। ଶୁକ୍ରବାର ସକାଳୁ ମା ଝିଅ ଶିବ ମନ୍ଦିରରୁ ଆସି ଘରକୁ ପଶିବା ପାଇଁ ଚେଷ୍ଟା କରିବାରୁ ଚନ୍ଦନ ତାଙ୍କ ଗେଟରେ ତାଲା ପକାଇ ପଳାଇ ଚାଲିଯାଇଥିଲେ। ସେପଟେ କୁନି ଝିଅକୁ ଧରି କାନ୍ଦି କାନ୍ଦି ଜ୍ଯୋତ୍ସ୍ନା ନ୍ଯାୟ ଅପେକ୍ଷାରେ ବସିଥିବା ସୂଚନା ମିଳିଛି। ସେପଟେ ଜ୍ୟୋତ୍ସ୍ନାଙ୍କ ସ୍ୱାମୀ ଚନ୍ଦନ, ତାଙ୍କୁ ଘରକୁ ପୂରାଇ ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି। 


କୁହାଯାଉଛି ଯେ, ବାରମ୍ବାର ଚନ୍ଦନ ଓ ଜ୍ୟୋତ୍ସ୍ନାଙ୍କ ମଧ୍ୟରେ ଝଗଡା ହେବାରୁ ଗାଁରେ ଓ ଥାନାରେ ବହୁଥର  ସମାଧାନ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ହୋଇ ନଥିଲା। ଫଳରେ ଗ୍ରାମବାସୀ ଜ୍ୟୋତ୍ସ୍ନାକୁ ପରିବାର ଅଦାଲତରେ ନିଷ୍ପତି ପର୍ଯ୍ୟନ୍ତ ଚନ୍ଦନର ଘରେ ଅଗଲା ଏକ କୋଠରୀରେ ରହିବାକୁ ବ୍ୟବସ୍ଥା କରିଥିଲେ। ତେବେ ସ୍ତ୍ରୀ ବାରମ୍ବାର କବାଟ ଅଲଗା ରଖି ମାସ ମାସ ବାପ ଘରକୁ ଚାଲି ଯାଉଥିବାରୁ ସୁରକ୍ଷା ପାଇଁ ଘରେ ତାଲା ପକାଯାଉଛି ଓ ଏପରି ଦାୟିତ୍ଵହୀନ ଲୋକ ତାଙ୍କ ଘରେ ରହିଲେ ଘର ଅସୁରଖୀତ ହେବ ବୋଲି ଚନ୍ଦନ କହିଛନ୍ତି। ତେବେ କଳା ପାଇଁ ଝିଅକୁ ଗ୍ରହଣ କରୁନଥିବା ଅଭିଯୋଗକୁ ଚନ୍ଦନ ଖଣ୍ଡନ କରିବା ସହିତ ପରିବାର ଅଦାଲତର ନିଷ୍ପତିକୁ ସମ୍ମାନ ଦେବେ ବୋଲି କହିଛନ୍ତି।