Odisha Weather Update: ଓଡ଼ିଶାବାସୀଙ୍କୁ କଲବଲ କରୁଛି ଲଘୁଚାପ! ଦିନକ ପରେ ଆଉ ଏକ ଘୁର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା
Advertisement

Odisha Weather Update: ଓଡ଼ିଶାବାସୀଙ୍କୁ କଲବଲ କରୁଛି ଲଘୁଚାପ! ଦିନକ ପରେ ଆଉ ଏକ ଘୁର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା


Odisha Weather Update: ମୌସୁମୀ ନିମ୍ନ-ଚାପ ରେଖା ନିଜର ସାଧାରଣ ଅବସ୍ଥାନ ଠାରୁ ସାମାନ୍ୟ ଦକ୍ଷିଣ ଅବସ୍ଥାନ କରିଛି। ଏହା ରାଜସ୍ଥାନର ଜୈସେଲମେରରୁ ବାହାରି କୋଟା, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସୁଦୃଶଃ ଲଘୁଚାପ କ୍ଷେତ୍ରର କେନ୍ଦ୍ର, ସିଦ୍ଧି, ଡଲଟନଗଞ୍ଜ ଏବଂ ଦିଘା ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। 

ସୌ- IMD

Odisha Weather Update, ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଲଘୁଚାପ କଲବର କରୁଛି। ଗୋଟିଏ ଲଘୁଚାପର ପ୍ରଭାବ ନ ସରୁଣୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେଉଛି। ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେଉଥିବାକୁ ସାଧାରଣ ଜନତା ଓ କୃଷକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୨ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି।

ମୌସୁମୀ ନିମ୍ନ-ଚାପ ରେଖା ନିଜର ସାଧାରଣ ଅବସ୍ଥାନ ଠାରୁ ସାମାନ୍ୟ ଦକ୍ଷିଣ ଅବସ୍ଥାନ କରିଛି। ଏହା ରାଜସ୍ଥାନର ଜୈସେଲମେରରୁ ବାହାରି କୋଟା, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସୁଦୃଶଃ ଲଘୁଚାପ କ୍ଷେତ୍ରର କେନ୍ଦ୍ର, ସିଦ୍ଧି, ଡଲଟନଗଞ୍ଜ ଏବଂ ଦିଘା ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର, ତଥା ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ୧୮ରେ ଦକ୍ଷିଣ ଓଡ଼ିଶାରେ ବିସ୍ତୃତି ବର୍ଷା ହେବ ଓ ୧୯ରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Also Read: Surya Kiran Air Show: ଆଜି ଆକାଶକୁ ଚିରିବ ବାୟୁସେନା, କୁଆଖାଇ ନଦୀପଠାରେ ଗର୍ଜିବ ହକ୍

ପାଣିପାଗ ବିଭାଗ ଅନୁସାରେ, ଶୁକ୍ରବାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ଘଡଘଡି ସହ ବର୍ଷା ହେବ। ଶନିବାର ଉପକୂଳ ଅଞ୍ଚଳ ଛାଡି ପଞ୍ଚିମ ଓଡିଶା ଆଡକୁ ଗତି କରିବ। ଏହି ଦିନ ବଲାଙ୍ଗିର, ବୌଦ୍ଧ, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହୋଇପାରେ। କିଛି ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ରବିବାର ପାଇଁ ଜଗତସିଂହପୁର, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। 

ଅନ୍ୟପଟେ ସୋମବାର ବେଳକୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ। ଘୁର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ମଧ୍ୟ ବଢିବ। ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ସେଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ତି, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁରରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ମଙ୍ଗଳବାର ତାହା ସ୍ପଷ୍ଟ ଦୃଶ୍ୟମାନ ହେବ। ବୁଧବାର ବେଳକୁ ଅବପାତ ଓଡିଶାର ଭୁଭାଗରେ ରହି ଧୀର ଧୀରେ ଛତିଶଗଡ ମୁହାଁହେବ।