(ଅଜୟ କୁମାର ନାଥ) Kandhamal News: ସ୍ବାମୀ-ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସାତ ଜନ୍ମର ସମ୍ପର୍କ । କିନ୍ତୁ ହାତଧରି ଜୀବନ ସାଥୀ କରିଥିବା ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ (Drunk man murders wife)। ପତି ସାଜିଲା ପତ୍ନୀହନ୍ତା । କନ୍ଧମାଳ (Kandhamal)ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଅଧୀନରେ ଥିବା କାୟାଲମ୍ବା ଗାଁର କ୍ରାଣ୍ଡିବାଲିରେ  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ (Drunk man murders wife) ହୋଇଛି। ମୃତକ ମହିଳା ଜଣକ ହେଲେ ମିନତୀ କହଁର । ତେବେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏ ହତ୍ୟାକାଣ୍ତ ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ।  


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଦୀର୍ଘ ୧୫ ବର୍ଷ ହେବ ମିନତୀ କହଁର କାୟାଲମ୍ବା କ୍ରାଣ୍ଡିବାଲି ସାହିର ସଦାଶିବ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ ୧୦ ବର୍ଷର ଝିଅ ଥିବା ଜଣାପଡିଛି । ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଜାତିର ହୋଇଥିବା ବେଳେ ଉଭୟ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ପ୍ରେମ ବିବାହ କରିବାରୁ ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ମନ ମାଳିନ୍ୟ ରହିଥିଲା । କିନ୍ତୁ ପରେ ତାହା ଉଭୟ ପରିବାରଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢି ଉଠିଥିଲା। ତେବେ ଗତକାଲି (ଶୁକ୍ରବାର) ଦିନ ମିନତୀ, ସ୍ବାମୀ ସଦାଶିବ ଅଧିକାଂଶ ସମୟରେ ନିଶାରେ ବୁଡି ରହୁଛନ୍ତି । ମଦ୍ୟପାନ କରି ଘରକୁ ଫେରୁଥିବା ନେଇ ନିଜ ଦାଦାଙ୍କୁ ଫୋନ ଯୋଗେ କହିଥିଲେ। ଏହି କଥା ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡା ହୋଇଥିଲା । ପରେ ଝଗଡା ଉଗ୍ର ରୂପ ନେଇଥିଲା ।


Also Read : Flight Service: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର, ଏହି ଜିଲ୍ଲାରେ ଖୁବଶିଘ୍ର ଆରମ୍ଭ ହେବ ବିମାନ ସେବା


Also Read : Crime News: ଏ କେମିତିକା ପ୍ରେମିକ? ପ୍ରେମିକା ଗର୍ଭବତୀ ହେଲା ବୋଲି ଜିଅନ୍ତା ଜାଳିଦେଲା


ମଦ ନିଶାରେ ଚୁର ହୋଇ ଘରକୁ ଫେରିଥିବା ସଦାଶିବ ନିଜ ସ୍ତ୍ରୀଙ୍କୁ  ଘରେ ଥିବା ଏକ ଟାଙ୍ଗିଆ ବେଣ୍ଟରେ ମାରି ଲହୁଲୁହାଣ କରି ଦେଇଥିଲେ। ମିନତୀଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପରେ ମିନତୀଙ୍କ ମୃତ୍ୟୁ ଦେଖି ମଦନିଶା ସଦାଶିବଙ୍କର ଉତୁରି ଯାଇଥିଲା । ପରେ ଟାଙ୍ଗିଆ ବେଣ୍ଟକୁ ଧରି ସେ  ଫିରିଙ୍ଗିଆ ଥାନାକୁ  ଯାଇ ଆତ୍ମ ସମର୍ପଣ କରିଥିବା ଜଣାପଡିଛି ।  ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ-ନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି ।


ନିକଟରେ ଭଦ୍ରକର ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦା’ରେ କାଟିଦେଲା ସ୍ତ୍ରୀ। ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀର ଠେଙ୍ଗା ମାଡ଼ରେ ମଧ୍ୟ ସ୍ତ୍ରୀ ଗୁରୁତର ଆହତ ହୋଇଛି । ସ୍ୱାମୀର ନାଁ ଅମୂଲ୍ୟ ଜେନା ହୋଇଥିବା ବେଳେ ତାଙ୍କ ସ୍ତ୍ରୀର ନାଁ ହେଉଛି ସୁଲୋଚନା ଜେନା ।


ସୂଚନା ମୁତାବକ, ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହିଥାଏ। ତେବେ ଦୁଇଜଣଙ୍କ ମଧ୍ୟ କଳହ ପ୍ରଚଣ୍ଡ ରୂପ ନେଇଥିଲା। ଯାହା ଫଳରେ ପ୍ରଥମେ ସ୍ତ୍ରୀକୁ ଠେଙ୍ଗାରେ ଆକ୍ରମଣ କରିଥିଲା ସ୍ୱାମୀ। ଯେଉଁଥିରେ ସ୍ତ୍ରୀର ସବୁ ଦାନ୍ତ ଝଡ଼ିପଡ଼ିଛି। ଏହା ପରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଚାଳରେ ଲାଗିଥିବା ଦା କୁ ଆଣି ସ୍ୱାମୀର ଗୁପ୍ତାଙ୍ଗକୁ କାଟି ଦେଇଥିଲା। ଖାଲି ସେତିକି ନୁହେଁ ସ୍ୱାମୀର ଗଳାକୁ ମଧ୍ୟ ଆକ୍ରମଣ କରିଥିଲା। ସେପଟେ ଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ।  ୧୦୮ ଆମ୍ବୁଲାନ୍ସକୁ ଡକାଇ ଉଭୟ ସ୍ଵାମୀ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଏଥିନେଇ ଚାନ୍ଦବାଲି ଥାନା ପକ୍ଷରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।