Crime News: ଏ କେମିତିକା ପ୍ରେମିକ? ପ୍ରେମିକା ଗର୍ଭବତୀ ହେଲା ବୋଲି ଜିଅନ୍ତା ଜାଳିଦେଲା
Advertisement

Crime News: ଏ କେମିତିକା ପ୍ରେମିକ? ପ୍ରେମିକା ଗର୍ଭବତୀ ହେଲା ବୋଲି ଜିଅନ୍ତା ଜାଳିଦେଲା

Crime News: ପ୍ରେମରେ ଧୋକା, କିଛି ଦିନର ଦେଖା ସାକ୍ଷାତ ପରେ ଯୁବକଙ୍କୁ ମନଦେଇ ବସିଥିଲେ ନାବାଳିକା(girlfriend) । ଭାବିଥିଲେ ପ୍ରେମିକାରୁ ଜୀବନ ସାଥୀ କରିବ ପ୍ରେମିକ । ଏହା ଭାବି ନିଜର ସର୍ବଶ୍ବ ଦେଇଥିଲା ନାବାଳିକା। ପ୍ରେମିକା ଗର୍ଭବତୀ ହେବା ପରେ ଓଲଟ ପାଲଟ ହୋଇଯାଇଥିଲା ସବୁକିଛି। ତେଣୁ ସବୁଦିନ ପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ପ୍ରେମିକ । ଏନେଇ ସେ ପ୍ରେମିକାକୁ ମାରପିଟ୍ କରିବା ସହ ତେଳ ଢାଳି ଜୀଅନ୍ତା ଜାଳି ଦେଇଛି ପ୍ରେମିକ(boyfriend burn girlfriend)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Crime News: ପ୍ରେମ ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ପ୍ରେମ ନିବେଦନ ପରେ ଅପଶରି ଯାଉଥିବା ଶୀତରେ ମନର ଆକାଶରୁ ବର୍ଷେ ଗୋଲାପି ରଙ୍ଗର ବର୍ଷା ।  କିନ୍ତୁ ସେହି ପ୍ରେମ ଯେବେ ନିଷ୍ଠୁର ହୁଏ । ସବୁକିଛି ଛାରଖାର କରିଦିଏ । ତେବେ, ଏଭଳି ଏକ ହେଟ୍ ଲଭଷ୍ଟୋରୀ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । 

କିଛି ଦିନର ଦେଖା ସାକ୍ଷାତ ପରେ  ଯୁବକଙ୍କୁ ମନଦେଇ ବସିଥିଲେ ନାବାଳିକା(girlfriend) । ଭାବିଥିଲେ ପ୍ରେମିକାରୁ ଜୀବନ ସାଥୀ କରିବ ପ୍ରେମିକ । ଏହା ଭାବି ନିଜର ସର୍ବଶ୍ବ ଦେଇଥିଲେ।  କିନ୍ତୁ ଶାରୀରିକ ସୁଖ ପାଇବା ପରେ ଧୋକା ଦେଲା ପ୍ରେମିକ( boyfriend) । ବିବାହ କରିବା ବଦଳରେ ସବୁଦିନ ପାଇଁ ମୃତ୍ୟୁର ଶର୍ଯ୍ୟାରେ ସୁଆଇଦେଲା ।  ଲଭଷ୍ଟୋରୀର ଏଭଳି ହରର କାହାଣୀ ଆସିଛି  ବିହାରର(bihar) ନବାଦ ଜିଲ୍ଲାର ରଜୌଲି ଥାନା ଅଞ୍ଚଳରୁ । ନାବାଳିକା ପ୍ରେମିକା ଗର୍ଭବତୀ(impregnates) ହେବା ଖବର ଶୁଣିବା ପରେ ପ୍ରେମିକାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ଦଗାଦିଆ ପ୍ରେମିକ ।  ଏଭଳି ଲୋମ ଟାଙ୍କୁରା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ବାସରେ ବିଷ ଦେଇଛି ପ୍ରେମିକ । ଘଟଣାକୁ ନେଇ ନାବାଳିକାଙ୍କ ପିତା ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାରେ ୪ଜଣଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପିତା । 

ଏହାବି ପଢନ୍ତୁ : Ram Charan: Oscar ଜିତିବା ପରେ RRR ଷ୍ଟାରଙ୍କୁ ଏମିତି ଓ୍ବେଲକମ୍ କଲେ ଫ୍ୟାନ୍ସ, ରାମ ଚରଣଙ୍କ ପତ୍ନୀ କହିଲେ...

ଏହାବି ପଢନ୍ତୁ : IPS Officer NB Bharti: କୁଆଡେ ଗଲେ ଆଇପିଏସ୍ ଅଫିସର୍ ଏନ୍ ବି ଭାରତୀ? ୬ବର୍ଷ ହେବ ମିଳୁନି ପତ୍ତା

ନାବାଳିକାଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ୧୬ ବର୍ଷିୟ ଝିଅ, ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।  ଏ ସମ୍ପର୍କରେ କାହାରିକୁ ଖବର ମଧ୍ୟ ନ ଥିଲା। ଯେତେବେଳେ ନାବାଳିକା ଗର୍ଭବତୀ ହେଲେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ପିତା । ଏପରିକି ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ ନାବାଳିକା । କିନ୍ତୁ ଯୁବକଙ୍କ ପରିବାର ଏ ସମ୍ପର୍କରେ ଖୁସି ନ ଥିଲେ।  ଏପରିକି ବିବାହ(marry) ପାଇଁ ମଧ୍ୟ ରାଜିନ ଥିଲେ। ତେଣୁ ସବୁଦିନ ପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ପ୍ରେମିକ । ଏନେଇ ସେ ପ୍ରେମିକାକୁ ମାରପିଟ୍ କରିବା ସହ ତେଳ ଢାଳି ଜୀଅନ୍ତା ଜାଳି ଦେଇଛି ପ୍ରେମିକ(boyfriend burn girlfriend)।

ଏତିକିରେ ସରି ନଥିଲା ନୃସଂସତାର କାହାଣୀ । ନାବାଳିକାଙ୍କ ପରିବାର ଲୋକଙ୍କୁ ଧମକ ଦେଇ ନାବାଳିକାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ ଯୁବକଙ୍କ ପରିବାର । ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ନ କରିବାକୁ ମଧ୍ୟ ନାବାଳିକାଙ୍କ ପରିବାରକୁ ଧମକ ଦେଇଥିବା କହିଛନ୍ତି ନାବାଳିକଙ୍କ ପିତା  ।  ଏପରିକି ତାଙ୍କ ପରିବାର ଲୋକଙ୍କୁ ନଜର ବନ୍ଧୀ କରି ରଖୁଥିଲେ ଅଭିଯୁକ୍ତଙ୍କ ପରିବାର । କିନ୍ତୁ ଶୁକ୍ରବାର ଦିନ ମିଛ ବାହାନା କରି ଘରୁ ବାହାରି ଆସିଥିଲେ ନାବାଳିକାଙ୍କ ପିତା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି।  ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।