Flight Service: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର, ଏହି ଜିଲ୍ଲାରେ ଖୁବଶିଘ୍ର ଆରମ୍ଭ ହେବ ବିମାନ ସେବା
Advertisement

Flight Service: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର, ଏହି ଜିଲ୍ଲାରେ ଖୁବଶିଘ୍ର ଆରମ୍ଭ ହେବ ବିମାନ ସେବା

Flight Service: କମିବ ଦୂରତା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯୋଡି ହେବ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡିଶାର ଆଉ ଏକ ଜିଲ୍ଲାରୁ ଖୁବଶିଘ୍ର ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ନିକଟରେ, ବିଜୁ ପଟ୍ଟନାୟକ (Biju Patnaik)ଙ୍କ ଜନ୍ମଦିନ ତଥା ପଞ୍ଚାୟତିରାଜ ଦିବସ (ମାର୍ଚ୍ଚ ୫) ଅବସରରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରୁ ବିମାନ ସେବା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ରଙ୍ଗେଇଲୁଣ୍ତା-ଭୁବନେଶ୍ୱର ବମାନ ଉଡ଼ାଣ ଆରମ୍ଭ ହୋଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Flight Service: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଖୁବଶିଘ୍ର ଆରମ୍ଭ ହେବ ବିମାନ ସେବା । କମିବ ଦୂରତା  ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯୋଡି ହେବ ପଶ୍ଚିମ ଓଡ଼ିଶା । ଖୁବଶୀଘ୍ର ଉତକେଲା ବିମାନବନ୍ଦରରୁ(Utkela Airport) ଉଡ଼ାଣ ନେଇ ମିଳିପାରେ ସବୁଜ ସଙ୍କେତ। କଳାହାଣ୍ତି ଜିଲ୍ଲା ଉତ୍‌କେଲାରୁ ବିମାନ ଉଡ଼ାଣ ନେଇ ଡିଜିସିଏର(DGCA) ୨ଜଣିଆ ଟିମ୍‌ ଆଜି (ଶନିବାର)ବିମାନ ବନ୍ଦର ନିରୀକ୍ଷଣ କରିଛି। ୨ବି(2B) ବିମାନବନ୍ଦର ଲାଇସେନ୍‌ସ ପାଇଁ ରାଜ୍ୟ ସରକାର ଡିଜିସିଏ ନିକଟରେ ଆବେଦନ କରିଥିଲେ। ଏନେଇ ଡିଜିସିଏର (DGCA) ୨ଜଣିଆ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ କଳାହାଣ୍ଡିର ଉତ୍‌କେଲା ଠାରେ ପହଞ୍ଚିଥିଲେ। 

ବିମାନବନ୍ଦର ସଂପ୍ରସାରଣ ଓ ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛି ଟିମ୍‌। ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଜିସିଏ (DGCA) । ପ୍ରତିନିଧି ଦଳ ସୁରକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ପରେ ଲାଇସେନ୍‌ସ ପ୍ରଦାନ କରିବେ । ଲାଇସେନ୍‌ସ ମିଳିଲେ ଏପ୍ରିଲ ଏକ ତାରିଖକୁ ଉତ୍‌କେଲାରୁ (Utkela Airport In Kalahandi)ବିମାନ ସେବା ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି । 

ଏହାବି ପଢନ୍ତୁ : Crime News: ଏ କେମିତିକା ପ୍ରେମିକ? ପ୍ରେମିକା ଗର୍ଭବତୀ ହେଲା ବୋଲି ଜିଅନ୍ତା ଜାଳିଦେଲା

ଏହାବି ପଢନ୍ତୁ : IPS Officer NB Bharti: କୁଆଡେ ଗଲେ ଆଇପିଏସ୍ ଅଫିସର୍ ଏନ୍ ବି ଭାରତୀ? ୬ବର୍ଷ ହେବ ମିଳୁନି ପତ୍ତା

ନିକଟରେ, ବିଜୁ ପଟ୍ଟନାୟକ (Biju Patnaik)ଙ୍କ ଜନ୍ମଦିନ ତଥା ପଞ୍ଚାୟତିରାଜ ଦିବସ (ମାର୍ଚ୍ଚ ୫) ଅବସରରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରୁ ବିମାନ ସେବା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ରଙ୍ଗେଇଲୁଣ୍ତା-ଭୁବନେଶ୍ୱର ବମାନ ଉଡ଼ାଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ୯ ସିଟେଡ୍ ସ୍ୱତନ୍ତ୍ର ଚାର୍ଟଟ ବିମାନସେବା ଆରମ୍ଭ ହୋଇଛି । ଯାହା ସପ୍ତାହକୁ ୨ଥର ଉଡାଣ ଭରିବ । ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଜେଟ୍ ଏରିନା ପକ୍ଷରୁ ଆକାଶ ଏୟାର ଲାଇନ୍ସ ଓଡ଼ିଶାରେ ପ୍ରଥମ ଥର ଆରମ୍ଭ କରିବ ବିମାନ ସେବା । ଏହି ସେବା ଏପ୍ରିଲ୍ ୧୭ରୁ ଆରମ୍ଭ ହେବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି କମ୍ପାନୀ ।

ଭୁବନେଶ୍ୱର ଓ ବିଶାଖାପାଟଣା କୁ ଚାଲିବାକୁ ଥିବା ବିମାନ କୁ 'ଲିଙ୍କ ବିମାନ' ଭାବେ ଚଲାଯିବା । ଯାହାଫଳରେ ଏହି ଦୁଇ ବିମାନ ବନ୍ଦର ମାଧ୍ୟମରେ ବ୍ରହ୍ମପୁର ରୁ ଚେକ୍-ଇନ୍ କରି ଯେକୌଣସି ବଡ ସହର କୁ ବିମାନ ଯାତ୍ରା କରିହେବ। ସେହିପରି ଖୁବ ଶୀଘ୍ର ବେଙ୍ଗାଲୁରୁରୁ ଭୁବନେଶ୍ୱର, ଭୁବନେଶ୍ୱରରୁ-ପୁଣେ ଏବଂ ପୁଣେ-ଭୁବନେଶ୍ୱର ମଧ୍ୟରେ ଉଡିବ ବିମାନ ।

ଏହାବି ପଢନ୍ତୁ : Ram Charan: Oscar ଜିତିବା ପରେ RRR ଷ୍ଟାରଙ୍କୁ ଏମିତି ଓ୍ବେଲକମ୍ କଲେ ଫ୍ୟାନ୍ସ, ରାମ ଚରଣଙ୍କ ପତ୍ନୀ କହିଲେ...