ଗଜପତି: କୋରୋନା କଟକଣାକୁ ଫୁ।  ବାଜା ଆଉ ବରଯାତ୍ରୀରେ ନାଚିଲେ ଶହ ଶହ ଲୋକ।  ଭୁଲି ଗଲେ ସରକାରି ଗାଇଡ ଲାଇନ, ମତୁଆଲା ହେଲେ ଅମାନିଆ।  ଏଭଳି କିଛି ଦୃଶ୍ୟ ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମରେ ଗତକାଲି ଦେଖିବାକୁ ମିଳିଛି।  


COMMERCIAL BREAK
SCROLL TO CONTINUE READING

ଗତକାଲି ବିଳମ୍ବିତ ରାତ୍ରିରେ ସହରରେ ଚାଲିଥିଲା ଦୁଇ ଦୁଇଟି ବାହାଘର। ଶହ ଶହ ଲୋକଙ୍କ ଭିଡରେ ବରଯାତ୍ରୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଆଉ ଜମିଥିଲା ନାଚ ଗୀତର ଆସର। କୋରୋନା କଟକଣା, ସାମାଜିକ ଦୂରତା ଏବଂ ମାସ୍କ ପରିଧାନକୁ କାହାରି ଖାତିର ନଥିଲା। ହେଲେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାହାଘର, ଶୋଭାଯାତ୍ରା, ଭୋଜିଭାତର ଆସର ଜମିଲା। କୋରୋନା କାଳରେ ଏତେ ସବୁ ହେଲା ଗଜପତି (Gajapati) ପୋଲିସ କିମ୍ବା ପ୍ରଶାସନ ପାଖରେ ଖବର ନଥିଲା।  


Also Read: ଢ଼ିଲା ପ୍ରଶାସନକୁ ଅମାନିଆ ପ୍ରବାସୀ; ଫେରାର କୋରୋନା ଆକ୍ରାନ୍ତଙ୍କ ପତ୍ତା ପାଉନି ପୋଲିସ


ସରକାର କୋରୋନା (Coroanvirus) କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ କଟକଣା ଜାରି କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। କିନ୍ତୁ ଗଜପତି ପ୍ରଶାସନର ଅଣଦେଖା ସାଙ୍ଗକୁ ଲୋକଙ୍କ ବେପରୁଆ ମନୋଭାବ ଆଉ କେତେ ଲୋକଙ୍କୁ ଯେ ବିପଦରେ ପକାଇବ କହିବା ଅସମ୍ଭବ।