ପୂର୍ବ ଫେରାର ଦୁଇ ଜଣ ପୋଜିଟିଭ ଥିବା ବେଳେ ଏ ଯାଏଁ ଟେର ପାଉନି ପ୍ରଶାସନ, ସେପଟେ ଅନ୍ୟ ଦୁଇ ଜଣ ପ୍ରବାସୀ ଗତକାଲି ରାତିରେ କେଉଁଆଡେ ଫେରାର ହୋଇଯାଇଛନ୍ତି । ଏନେଇ ପୃଥକ ପୃଥକ ଭାବେ ମୋହନା ଥାନାରେ ଏତଲା ଦେଇଛନ୍ତି ସଂଘରୋଧ କେନ୍ଦ୍ର ନୋଡାଲ ଅଫିସର ଦୟାନିଧି ନାୟକ ।
Trending Photos
ପ୍ରେମାନନ୍ଦ ପୂଜାରୀ, ଗଜପତି: ମୋହନା, ଲୁହାଗୁଡି ସଂଘରୋଧ କେନ୍ଦ୍ର ରୁ ଦୁଇ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଚମ୍ପଟ ମାରିବା ଘଟଣା ରେ ପୁଣି ଆଉ ଏକ ଘଟଣା ସାମ୍ନା କୁ ଆସିଛି । ଫେରାର ଦୁଇ ଜଣ ପୋଜିଟିଭ ଥିବା ବେଳେ ଏ ଯାଏଁ ଟେର ପାଉନି ପ୍ରଶାସନ, ସେପଟେ ଅନ୍ୟ ଦୁଇ ଜଣ ପ୍ରବାସୀ ଗତକାଲି ରାତିରେ କେଉଁଆଡେ ଫେରାର ହୋଇଯାଇଛନ୍ତି । ଏନେଇ ପୃଥକ ପୃଥକ ଭାବେ ମୋହନା ଥାନାରେ ଏତଲା ଦେଇଛନ୍ତି ସଂଘରୋଧ କେନ୍ଦ୍ର ନୋଡାଲ ଅଫିସର ଦୟାନିଧି ନାୟକ ।
ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟ ରୁ ଓଡିଶା ଫେରୁଥିବା ପ୍ରବାସୀ (Migrants) ଙ୍କୁ ଲୁହାଗୁଡି ଆଦିବାସୀ ଉଚ୍ଚ ବିଦ୍ୟାଳୟ ରେ ଥିବା ସଂଘରୋଧ କେନ୍ଦ୍ର (Quarantine Center) ରେ ରଖାଯାଇଥିଲା । ଦୁଇ ଦିନତଳେ ଅନ୍ତେବାସୀଙ୍କ RT-PCR ଟେଷ୍ଟ କରାଯାଇଥିଲା। ସେଥିରୁ ତିନିଜଣଙ୍କ କୋରୋନା ପୋଜିଟିଭ ଥିବା ରିପୋର୍ଟ ଆସିବା ପରେ ମେଡିକାଲ ଟିମ ଜଣକୁ କାଳିଆପଟା କୋଭିଡ ସେଣ୍ଟରକୁ ପଠାଇଥିଲେ। ହେଲେ ପୋଜିଟିଭ ଥିବା ଅନ୍ୟ ଦୁଇ ଜଣ ପ୍ରବାସୀ ସଂଘରୋଧ କେନ୍ଦ୍ରରୁ କେଉଁଆଡେ ଫେରାର ହୋଇଯାଇଥିଲେ।
Also Read: Corona Terror: Quarantine Center ପରିସରରୁ ଚମ୍ପଟ ମାରିଲେ ୨ Migrant
ଫେରାର ଦୁଇ ଜଣ ହେଲେ ବଡଖଣି ପଞ୍ଚାୟତ ରେକେମେରା ଗାଁର କୁନା ମଲ୍ଲିକ ଓ ବଡସିନ୍ଧବା ପଞ୍ଚାୟତ ବାଦପୁର ଗାଁର ମିଟୁ ନାୟକ। ସେମାନଙ୍କଙ୍କୁ ଖୋଜାଖୋଜି ଚାଲିଥିବା ବେଳେ ଅନ୍ୟ ଦୁଇ ଜଣ ବିରିକୋଟ ପଞ୍ଚାୟତ ପ୍ରେମନଗରର ଜସବନ୍ତ ନାୟକ ଓ ବସନ୍ତ ନାୟକ ମଧ୍ୟ ସଙ୍ଗରୋଧ କେନ୍ଦ୍ରରୁ ଟମ୍ପଟ ମାରିଛନ୍ତି। ଗତ ୧୧ ତାରିଖରେ ସଂଘରୋଧ କେନ୍ଦ୍ରରୁ ଜଣେ ଓ ଗତକାଲି ପୁଣି ଚାରିଜଣ ପ୍ରବାସୀ ଫେରାର ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ସଂଘରୋଧ କେନ୍ଦ୍ରରେ ଲାଗିରହିଥିବା ଅବ୍ୟବସ୍ଥା ଯୋଗୁଁ ପୂର୍ବରୁ ମେ ୯ ତାରିଖରେ ଫାଟକ ଭାଙ୍ଗି ପ୍ରବାସୀ ବାହାରକୁ ଆସିଥିଲେ। ଆଉ ସେବେଠାରୁ ନିୟମିତ ଭାବେ ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଫେରାର ହେବା ମାମଲା ସାମାନାକୁ ଆସୁଛି। ସେପଟେ ଫେରାର ପ୍ରବାସୀଙ୍କୁ ଠାବ କରିବା ପାଇଁ ପୋଲିସ ତନାଘନା ଚଳାଇଛି।