Heat Wave in Odisha: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ (Heat Wave) । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରକୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଗୁରୁବାର ଦିନ ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (METEOROLOGICAL CENTRE BHUBANESWAR) ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ୪୩.୪ ଡିଗ୍ରୀ ସହ ବୌଦ୍ଧ ଓ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଅନ୍ୟପଟେ ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା (Highest Temperature) ୪୩.୦୩, ହୀରାକଦ ୪୨.୦୩, ସୁନ୍ଦଗଡ଼ରେ ୪୨.୦୧,  ରାଉଲକେଲା ୪୨.୦୨, ଅନୁଗୁଳ ୪୧.୦୭, ସୋନପୁର ୪୧.୦୩, ବଲାଙ୍ଗୀର ୪୧.୦୨, ଟିଟିଲାଗଡ଼ ୪୧.୦, ତାଳଚେର ୪୧.୦, ନୂଆପଡ଼ା ୪୧.୦, ବାରିପଦା ୪୦.୦୬, ବରଗଡ଼ ୪୦.୦୨, ନୟାଗଡ଼ ୪୦.୦୨ ଓ ମାଲକାନଗିରିରେ ତାପମାତ୍ରା ୪୦.୦ ଡ଼ିଗ୍ରୀ ପାର କରିଥିଲା ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଆସନ୍ତା ୧୩ ତାରିଖରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ବାତ୍ୟା (Cyclone mocha) “ମୋକା” । ଏହା ଉତ୍ତର- ଉତ୍ତର ପଶ୍ଚିମ ଆଡକୁ ଗତି କରୁଥିବା ବେଳେ ଆଜି ମଧ୍ଯ ରାତ୍ରିରେ ଭୀଷଣ ବାତ୍ୟାର ରୂପ ନେବ । ଏହାପରେ ସେ ଦିଗ ପରିବର୍ତ୍ତନ କରିବ। ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ୧୨ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର (Cyclone) ରୂପ ନେବ । ପରେ ୧୩ ତାରିଖ ସଂଧ୍ଯା ସୁଦ୍ଧା ଏହା ବଳ ଗୋଟାଇ ଶକ୍ତିଶାଳୀ ବାତ୍ୟାର ରୂପ ନେବ । ଏହାପରେ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଦେଇ ବାଂଲାଦେଶର କକ୍ସସ ବାଜାର ଦେଇ ଆଗକୁ ବଢିବ । ୧୪ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନରେ ବେଗ ଘଣ୍ଟାପ୍ରତି ୧୪୦ରୁ ୧୫୦ କିମି ରହିବ । ଓଡିଶା ଉପରେ ବାତ୍ୟା ମୋକାର କୌଣସି ପ୍ରଭାବ ପଡ଼ିବ ନାହିଁ ।


Also Read-Shocking news: ମହିଳାଙ୍କ ଛୋଟ ଭୁଲରୁ ଜିଭରେ ବାହାରି ଆସିଥିଲା କେଶ, କାରଣ ଜାଣି ଆପଣ ବି ପଡ଼ିଯିବେ ଚିନ୍ତାରେ


Also Read-Odisha News: ରାଜ୍ୟର ପ୍ରଥମ ଟନେଲ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ


ଗୋଟେ ପଟେ ସମୁଦ୍ର ଭିତରେ ବାତ୍ୟା (Cyclone) “ମୋକା” ବଳ ଗୋଟାଉଥିବା ବେଳେ ଅନ୍ୟପଟେ ଅସହ୍ୟ ତାତିରେ କଲବଲ ହେଉଛି ପୂରା ଓଡ଼ିଶା । ଆସନ୍ତା ମଇ ୧୮ ଯାଏଁ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ (METEOROLOGICAL CENTRE BHUBANESWAR) ପକ୍ଷରୁ କୁହାଯାଇଛି । ସୂଚନାଥାଉ କି, ଗତ ୮ ତାରିଖରେ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୯ ତାରିଖରେ ୧୮ଟି ସହର ଓ ୧୦ ତାରିଖରେ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।