Odisha News: ରାଜ୍ୟର ପ୍ରଥମ ଟନେଲ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ
Advertisement
Article Detail0/zeeodisha/odisha1690275

Odisha News: ରାଜ୍ୟର ପ୍ରଥମ ଟନେଲ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ

Mega Chheligada Project: ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ପାଇଁ ପାହାଡ଼ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଟନେଲ ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଣି ଯୋଗାଇବା ପାଇଁ ପାହାଡ଼ ଖୋଳି ଟନେଲ ତିଆରି କରି ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । 

Odisha News: ରାଜ୍ୟର ପ୍ରଥମ ଟନେଲ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ

Mega Chheligada Project in odisha: ପାହାଡ଼ରେ ସୁଡ଼ଙ୍ଗ କରି ଦିଆଯିବ ପାଣି । ବୁଧବାର ଦିନ ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ପାଇଁ ପାହାଡ଼ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) । ଏହି ଟନେଲ ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଣି ଯୋଗାଇବା ପାଇଁ ପାହାଡ଼ ଖୋଳି ଟନେଲ ତିଆରି କରି ଛେଳିଗଡ଼ ଜଳସେଚନ ପ୍ରକଳ୍ପ (Mega Chheligada Project in odisha) ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ (5T Secretary V. k Pandian) ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଗଜପତି ଗସ୍ତର ଦ୍ବିତୀୟ ଦିନରେ ୫ଟି ସଚିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହ ଟନେଲ ବୁଲି ଦେଖିଥିଲେ । ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନେଇ ପାଣ୍ଡିଆନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପରେ ତୁରନ୍ତ ଏହାର ପଦକ୍ଷେପ ନେବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ଗଜପତି ଜିଲ୍ଲା ଆର. ଉଦୟଗିରି (R Udayagiri) ବ୍ଲକସ୍ଥିତ ଛେଳିଗଡ଼ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି । ଏଥିଲାଗି ଖର୍ଚ୍ଚ ହେବ ପ୍ରାୟ ୯୩୬.୬୩ କୋଟି ଟଙ୍କା । କାମ ଲାଗି ୧୨୮୦ ମିଟରର ଏକ ଟନେଲ ଖୋଳାଯାଇଛି । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଫଳରେ ଗଞ୍ଜାମ ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍‌ ମିଟର ପାଣି ମିଳିପାରିବ। ଏହା ସହିତ ଗଜପତିର ଶିଆଳିଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେ଼ଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ୍ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରାଯାଇପାରିବ ।

Also Read-Cyclone Mocha Update: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା “ମୋକା ”, ୧୪ରେ କରିବ ଲ୍ୟାଣ୍ତଫଲ୍

ପ୍ରକାଶ ଥାଉ କି, ଏହି ଗସ୍ତ ସମୟରେ ଗୁରୁବାର ଦିନ ୫ଟି ସଚିବ (5T Secretary) ଗୁମ୍ମାରେ ନିର୍ମାଣାଧୀନ ବସଷ୍ଟାଣ୍ଡ କାର୍ଯ୍ୟ ପରିଦର୍ଶନ କରି ସେଠାରେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ପ୍ରଶଂସା କରିଥିଲେ । ଏହାପରେ ଗୁମ୍ମାସ୍ଥିତ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍‌ ରୋଡ଼ ଅଞ୍ଚଳକୁ ପରିଦର୍ଶନ କରି ସେଠାରେ ଖୁବଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ବାଇପାସ୍ ନିର୍ମାଣ ଲାଗି ୪୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହାପରେ ସେ ନିର୍ମାଣାଧୀନ ଟାଉନ ହଲ୍‌ ବୁଲି ଦେଖିଥିଲେ । ଟାଉନ ହଲ୍ କାମ ଶେଷ କରିବା ପାଇଁ ଦେଢ଼ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ୍ (5T Secretary) ସୂଚନା ଦେଇଛନ୍ତି । ପରେ ମଧ୍ୟାହ୍ନ ସମୟରେ ୫ଟି ସଚିବ ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଜଳସେଚିତ ଅଞ୍ଚଳର ଚାଷୀଙ୍କ ସହିତ ଆଲୋଚନା କରି ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ରାମସାଗରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ୧୫ ଦିନ ଭିତରେ DPR ପ୍ରସ୍ତୁତ କରିବା ଲାଗି ପାଣ୍ତିଆନ ନିର୍ଦ୍ଦେଶ ଦେଇଛନ୍ତି ।