Shocking news: କେତେକ ଘଟଣା ଏମିତି ହୋଇଥାଏ ଯାହାକୁ ଆଖିରେ ନ ଦେଖିଲା ଯାଏଁ ବିଶ୍ବାସ କରିହେବ ନାହିଁ । ସାଧାରଣତଃ ଅସୁସ୍ଥ ହେଲେ ଆମେ ସମସ୍ତ ମେଡିସିନ ଖାଇଥାଉ । ଅନେକ ସମୟରେ କିଛି ମେଡ଼ିସିନ ଖାଇବା ଦ୍ବାରା ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଘଟିଥାଏ । ତେବେ ମେଡ଼ିସିନ ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟା ହେବା ଏକ ସାଧାରଣ ଘଟଣା ଅଟେ । କିନ୍ତୁ ଔଷଧ ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟା ଯେ, ଏତେ ଭୟଙ୍କର ହୋଇପାରେ ଆପଣ ଏହା କେବେ କଳ୍ପନା ମଧ୍ଯ କରିନଥିବେ । ।
Trending Photos
Viral News: ଦୁନିଆରେ ବହୁ ସମୟରେ ଅନେକ ଅଜବ ଘଟଣା ଘଟିଥାଏ । କେତେକ ଘଟଣାକୁ ସହଜରେ ବିଶ୍ବାସ କରାଯାଇପାରେ ନାହିଁ । ଆଉ କେତେକ ଘଟଣା ଏମିତି ହୋଇଥାଏ ଯାହାକୁ ଆଖିରେ ନ ଦେଖିଲା ଯାଏଁ ବିଶ୍ବାସ କରିହେବ ନାହିଁ । ସାଧାରଣତଃ ଅସୁସ୍ଥ ହେଲେ ଆମେ ସମସ୍ତ ମେଡିସିନ (Medicine) ଖାଇଥାଉ । ଅନେକ ସମୟରେ କିଛି ମେଡ଼ିସିନ ଖାଇବା ଦ୍ବାରା ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଘଟିଥାଏ । ତେବେ ମେଡ଼ିସିନ ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟା ହେବା ଏକ ସାଧାରଣ ଘଟଣା ଅଟେ । କିନ୍ତୁ ଔଷଧ ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟା (Medicine Reaction) ଯେ, ଏତେ ଭୟଙ୍କର ହୋଇପାରେ ଆପଣ ଏହା କେବେ କଳ୍ପନା ମଧ୍ଯ କରିନଥିବେ । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଘଟିଥିବା ଏହି ବିଚିତ୍ର ଘଟଣାରେ ଡାକ୍ତରମାନେ ମହିଳାଙ୍କ ଜିଭରେ କଳା ଦାଗ ଓ କେଶ (Hairy tongue) ଥିବା ଦେଖିବାକୁ ପାଇଥିଲେ ।
ଔଷଧ ଯୋଗୁଁ ହୋଇଥିଲା ପାର୍ଶ୍ବ ପ୍ରତିକ୍ରିୟା
ବ୍ରିଟିଶ ମେଡି଼କାଲ ଜର୍ଣ୍ଣାଲ କେସ୍ ରିପୋର୍ଟ ଅନୁଯାୟୀ, ମହିଳା ଜଣଙ୍କ ରେକ୍ଟାଲ୍ କର୍କଟ (Rectal Cancer) ରୋଗରେ ପୀଡିତ ଥିଲେ । ୧୪ ମାସ ପୂର୍ବରୁ ଜାପାନରେ ମହିଳାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । କେମୋ ଥେରାପିର (chemotherapy) ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ଏହି ୬୦ ବର୍ଷିୟା ମହିଳା ମିନୋକାଇକ୍ଲିନ୍ ନେଉଥିଲେ । ମିନୋକାଇକ୍ଲିନ୍ (Minocycline) ବ୍ରଣଠାରୁ ଆରମ୍ଭ କରି ନିମୋନିଆ (Nimonia) ପର୍ଯ୍ୟନ୍ତ ସମସ୍ତ ଚିକିତ୍ସାରେ ବ୍ୟବହୃତ ହୋଇଥାଏ । ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ, ପ୍ୟାନିଟୁମାବ୍ ଦ୍ବାରା ସୃଷ୍ଟି ହୋଇଥିବା ଚର୍ମ କ୍ଷତକୁ ରୋକିବା ପାଇଁ ମହିଳାଙ୍କୁ ଦିନକୁ ୧୦୦ ମିଲିଗ୍ରାମ ହାଇପରପିଗମେଣ୍ଟେସନ୍ (Hyperpigmentation) ଖାଉଥିଲେ । ଏହି ଆଣ୍ଟିବାୟୋଟିକ୍ (Antibiotic) ଔଷଧର ପାର୍ଶ୍ବ ପ୍ରତିକ୍ରିୟା (Reaction )ଫଳରେ ତାଙ୍କ ଜିଭରେ କଳା ଦାଗ ସହ କେଶ ଉଠିବା ଡ଼ାକ୍ତର ମତ ଦେଇଥିଲେ ।
ଖାଲି ଏତିକି ନୁହେଁ ଏହି ମେଡ଼ିସନର ପାର୍ଶ୍ବ ପ୍ରତିକ୍ରିୟା (Medicine Reaction) ଯୋଗୁଁ ମହିଳାଙ୍କ ମୁହଁ ଧୂସର ରଙ୍ଗର ହୋଇଯାଇଥିଲା । ଯେତେବେଳେ ମହିଳା ଜଣଙ୍କ ପାଟି ଖୋଲିଥିଲେ ସେ ସମୟରେ ତାଙ୍କ ଜିଭ (tongue) କଳା ଓ ବାଦାମୀ ରଙ୍ଗ କେଶରେ ପରିପୂର୍ଣ୍ଣ ଥିଲା । ଏହି ବିରଳ ଘଟଣା ଦେଖି ଡ଼ାକ୍ତରମାନେ ଆର୍ଶ୍ଚଯ୍ୟ ହୋଇଯାଇଥିଲେ। ଏନେଇ ଡାକ୍ତର କହିଥିଲେ ଯେ, ପ୍ରାୟ 'ଛଅ ସପ୍ତାହ ପରେ ମହିଳାଙ୍କ ମୁହଁର ଲାଲ ରଙ୍ଗ ଓ BHTରେ ଉନ୍ନତି ଆସିଥିଲା । ଏହି ମାମଲାରେ ଅଧ୍ୟୟନ କରିବା ପରେ ଡାକ୍ତରମାନେ ମତ ଦେଇଥିଲେ ଯେ, ଯଦି ରୋଗୀ ଚର୍ମର ହାଇପରପିଗମେଣ୍ଟେସନ୍ (Hyperpigmentation) ବିକଶିତ କରେ ତେବେ ସେ ସମୟରେ ଖାଇଥିବା ମେଡ଼ିସନକୁ (Medicine) ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ମିନୋସାଇକ୍ଲିନ୍ ଚର୍ମର ହାଇପରପିଗମେଣ୍ଟେସନ୍ (Hyperpigmentation) ସହିତ କଳା ଓ କେଶ ଯୁକ୍ତ ଜିଭ ସୃଷ୍ଟି କରିପାରେ ।
ଏହା ବି ପଢନ୍ତୁ-Sea Beaches In India: ଦେଶରେ ରହିଛି ନଗ୍ନ ବେଳାଭୂମି, ଯେଉଁଠାରେ ବିନା ପୋଷାକରେ ବାଲିରେ ଶୋଇଥାନ୍ତି ଲୋକେ!
ଏହା ବି ପଢନ୍ତୁ-Shocking News: ୭୦୦୦ ବର୍ଷ ପୂର୍ବେ ସମୁଦ୍ର ତଳେ କିପରି ନିର୍ମାଣ ହୋଇଥିଲା ରାସ୍ତା? ବୁଝି ପାରୁନାହାଁନ୍ତି ବୈଜ୍ଞାନିକ
ଏହା ବି ପଢନ୍ତୁ-Indian Railways Guidelines: ଏସି କୋଚ ଯାତ୍ରୀଙ୍କୁ ନେଇ ଚିନ୍ତାରେ ରେଳବାଇ, ଜାରି ହେଲା ନୂତନ ଗାଇଡଲାଇନ!
ଏହା ବି ପଢନ୍ତୁ-The Kerala Story: “ଦି କେରଳ ଷ୍ଟୋରୀ” ଫିଲ୍ମ ଟିକେଟ୍ ଦେଖାଇଲେ ମିଳିବ ମାଗଣା ଚା’ ଓ କଫି!
ଏହା ବି ପଢନ୍ତୁ-Shocking News: ଓଲଟା ପ୍ରବାହିତ ହୋଇଥାଏ ନର୍ମଦା ନଦୀ; ଜାଣନ୍ତୁ ଏହାର କାରଣ