ଝାରସୁଗୁଡ଼ା: ଡାକ୍ତରଙ୍କ ଭୁଲ ଇଞ୍ଜେକସନ କାରଣରୁ ଚାଲିଗଲା ଜଣେ ୬ ବର୍ଷୀୟା ଝିଅର ଜୀବନ। ଏନେଇ ଅଭିଯୋଗ ଆଣିଲେ ମୃତ ଝିଅର ମାଆ। ଡାକ୍ତର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କଲେ ପରିବାରବର୍ଗ ଏବଂ ଗ୍ରାମବାସୀ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳର ତୁଳସୀ ମହାନନ୍ଦଙ୍କ(୬) ମୃତ୍ୟୁ ଭୁଲ ଇଞ୍ଜେକସନ କାରଣରୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ତୁଳସୀର ମାଆ ପିଙ୍କି ମହାନନ୍ଦ।


COMMERCIAL BREAK
SCROLL TO CONTINUE READING

ବୁଧବାର ରାତିରେ ତୁଳସୀର ଶବ ଥାନା ଆଗରେ ରଖି ଧାରଣାରେ ବସିଛନ୍ତି ଶତାଧିକ ଗ୍ରାମବାସୀ। ଏନେଇ ସେମାନେ ବ୍ରଜରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରି ଚିକିତ୍ସା କରିଥିବା ଡାକ୍ତର ସରୋଜ ପ୍ରଧାନଙ୍କ ନାମରେ ଏତଲା ଦେଇଛନ୍ତି। ସେ ତାଙ୍କ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି। 


ଏନେଇ ହୋଇଥିବା ଅଭିଯୋଗ ଅନୁଯାୟୀ ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳର ଝିଅ ତୁଳସୀ ମହାନନ୍ଦର ମୁହଁ ବେକରେ କିଛି ଫୁଂସି ବାହାରି ଯିବାରୁ ତାକୁ ଚିକିତ୍ସା ପାଇଁ ଗାନ୍ଧୀ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସରୋଜ ପ୍ରଧାନ ଦେଖି ତୁଳସୀକୁ ଏକ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ନେବା ପରେ ତୁଳସୀ ସଜ୍ଞାହୀନ ହୋଇପଡିଥିଲା। ଶେଷରେ ଉପାୟ ନପାଇ ଡାକ୍ତର ସରୋଜ ନିଜ କ୍ଲିନିକ ଷ୍ଟାଫ ଙ୍କ ଦ୍ୱାରା କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡଳିଆ ପଠାଇ ଦେଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି ଅବସ୍ଥା ଜଟିଳ ଥିବା ଜାଣିପାରି ଝାରସୁଗୁଡା ପଠାଇ ଦେଇଥିଲେ। ଝାରସୁଗୁଡାରେ ଏକ ଘରୋଇ କ୍ଲିନିକରେ ମୃତ୍ୟୁ ଘଟିଥିଲା। ଶବ ବ୍ରଜରାଜନଗରରେ ପହଞ୍ଚିବା ପରେ ଗ୍ରାମବାସୀ ରାତିରେ ସ୍ଥାନୀୟ ଥାନା ଟାରେ ଧାରଣା ଦେଇଛନ୍ତି।