ଅଧିକାର ପାଇଁ ଆମରଣ ଅନଶନ; ବିଧାୟକ-ଯନ୍ତ୍ରୀ ମଧୁଚନ୍ଦ୍ରିକାକୁ ଜନପ୍ରତିନିଧିଙ୍କ ବିରୋଧ
ସରକାରୀ କାର୍ଯ୍ୟର କୌଣସି ସରକାରୀ ତଥ୍ୟ ନ ଥିବା ବେଳେ ଏଥିରେ ଚଞ୍ଚକତା କରି ବିଧାୟକ ସରକାରୀ ଜମିକୁ ହାତେଇଛନ୍ତି। ତେଣୁ ତୁରନ୍ତ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି ହୋଇଛି।
କନ୍ଧମାଳ: ଆମରଣ ଅନଶନରେ ବସିଲେ ଜନପ୍ରତିନିଧି। ଗୁରୁବାର ଜି ଉଦୟଗିରି ବିଧାୟକ ଓ ଦାରାଙ୍ଗବାଡ଼ି ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ମନମୁଖୀ ଶାସନର ପ୍ରତିବାଦ କରାଯାଇଛି। ବ୍ଲକ ଅଧକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ, ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ଆଦି ଅନେକ ଜନ ପ୍ରତିନିଧିମାନେ କରି ବ୍ଲକ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନରେ ବସିଛନ୍ତି।
ଦାରାଙ୍ଗବାଡ଼ି (Daringibadi) ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ଦେବା ପୂର୍ବରୁ ଚଞ୍ଚକତା କରି କାର୍ଯ୍ୟ ଶେଷ କରାଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ନିଜପାଇଁ କୋଠା ନିର୍ମାଣ କରୁଛନ୍ତି। ସେହି କାର୍ଯ୍ୟର କୌଣସି ସରକାରୀ ତଥ୍ୟ ନ ଥିବା ବେଳେ ଏଥିରେ ଚଞ୍ଚକତା କରି ବିଧାୟକ ସରକାରୀ ଜମିକୁ ହାତେଇଛନ୍ତି। ତେଣୁ ତୁରନ୍ତ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି ହୋଇଛି।
Also Read: ନବୀନ ସରକାର ନିରବ; ବିଦ୍ରୋହର ରୂପ ନେଲା ସୀମା ବିବାଦ
ସହକାରୀ ଯନ୍ତ୍ରୀ ବବୃବାହାନ ବେହେରାଙ୍କ ବଦଳି ସହ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ (Saluga Pradhan) ଙ୍କ ଦବଙ୍ଗଗିରି ଦାରିଙ୍ଗବାଡି ବ୍ଲକରେ ଚାଲିବ ନାହିଁ ବୋଲି ଜନ ପ୍ରତିନିଧିମାନେ ଦାବି କରୁଛନ୍ତି। ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ବିକ୍ଷୋଭକାରୀ (Hunger strike) ତଥା ଜନ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ବାଲିଗୁଡ଼ା ଏସ୍ଡିପିଓ ମନୋଜ କୁମାର ପୂଜାରୀ, ସ୍ଥାନୀୟ ତହସିଲଦାର ଚାର୍ଲସ ନାୟକ, ଆଇଆଇସି କୌଶିକ ମାଝି ପ୍ରମୁଖ ସଦଳବଳ ନେଇ ଉପସ୍ଥିତ ଥିଲେ।