ନବୀନ ସରକାର ନିରବ; ବିଦ୍ରୋହର ରୂପ ନେଲା ସୀମା ବିବାଦ
Advertisement

ନବୀନ ସରକାର ନିରବ; ବିଦ୍ରୋହର ରୂପ ନେଲା ସୀମା ବିବାଦ

ଗଜପତି (Gajapaati) ଜିଲ୍ଲା ମାଣିକପାଟଣା ଗ୍ରାମରେ ଆନ୍ଧ୍ର ଅଙ୍ଗନବାଡି କେନ୍ଦ୍ର ଉଚ୍ଛେଦକୁ ନେଇ ଉଠିଥିବା ବିବାଦ ଓ ଗତ ୯ ତାରିଖରେ ଆନ୍ଧ୍ର ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ଏବଂ ଜନପ୍ରତିନିଧିଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ପରେ ଗଜପତି ପ୍ରଶାସନ ଚୁପ ହୋଇ ବସିଛି।

 ନବୀନ ସରକାର ନିରବ; ବିଦ୍ରୋହର ରୂପ ନେଲା ସୀମା ବିବାଦ

ଗଜପତି: ଆନ୍ଧ୍ର-ଓଡିଶା ସୀମାକୁ ନେଇ ଲାଗି ରହିଥିବା ବିବାଦ ଏବେ ବିଦ୍ରୋହର ରୂପ ନେଲାଣି। ଆନ୍ଦୋଳନ ପାଇଁ ଏକତ୍ରିତ ହେଲେଣି ଅଞ୍ଚଳର ଆଦିବାସୀ। ପ୍ରଶାସନର ସ୍ଥାଣୁତା ବିରୋଧରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସେପଟେ ପଡୋଶୀର ଦାଦାଗିରି ନେଇ ପ୍ରଶାସନ ମୁହଁ ଖୋଲିବାକୁ ନାରାଜ। 

ଗଜପତି (Gajapati) ଜିଲ୍ଲା ମାଣିକପାଟଣା ଗ୍ରାମରେ ଆନ୍ଧ୍ର ଅଙ୍ଗନବାଡି କେନ୍ଦ୍ର ଉଚ୍ଛେଦକୁ ନେଇ ଉଠିଥିବା ବିବାଦ ଓ ଗତ ୯ ତାରିଖରେ ଆନ୍ଧ୍ର ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ଏବଂ ଜନପ୍ରତିନିଧିଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ପରେ ଗଜପତି ପ୍ରଶାସନ ଚୁପ ହୋଇ ବସିଛି। ପ୍ରଶାସନର ନିରବତାକୁ ପ୍ରତିବାଦ କରି ଗଙ୍ଗାବାଡ ପଞ୍ଚାୟତର ଆଦିବାସୀମାନେ (Tribe) ପ୍ରଶାସନ ବିରୋଧରେ ବିଦ୍ରୋହ କରିବା ପାଇଁ ଏକଜୁଟ ହେଲେଣି। 

Also Read: ସୀମାନ୍ତରେ ଆନ୍ଧ୍ରର ଗୁଣ୍ଡାରାଜ; ସଶସ୍ତ୍ର ପୋଲିସ ମୁତୟନ, ଅତଙ୍କୀତ ପଞ୍ଚାୟତବାସୀ

ଗତ ୯ ତାରିଖ ଘଟଣା ପରଠାରୁ ପ୍ରଶାସନ ଆଜି ଯାଏଁ କୈାଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହିଁ। ଯାହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଆଦିବାସୀ ସମ୍ପ୍ରଦାୟ। ଫଳରେ ବୁଧବାର ଗଙ୍ଗାବାଡ (Gangabad) ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୀମା ବିବାଦୀୟ ସାତଟି ଗ୍ରାମର ଜନ ପ୍ରତିନିଧିମାନେ ଏକତ୍ରିତ ହୋଇ ଆନ୍ଧ୍ର ସରକାର (AP Govt) ଙ୍କ ଦମନଲୀଳା ଏବଂ ଗଜପତି ପ୍ରଶାସନର ଚୁପ ରହିବାକୁ ବିରୋଧ କରି ଆସନ୍ତା ୨୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। 

fallback

ସେମାନଙ୍କର ମୁଖ୍ୟ ଦାବି ହେଲା ଅଞ୍ଚଳର ବିକାଶ, ଆନ୍ଧ୍ର ପୋଲିସ (Andhra Police) ଦ୍ବାରା ଜନପ୍ରତିନିଧିଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଏବଂ ସୀମା ବିବାଦର ସ୍ଥାୟୀ ସମାଧାନ। ଅପର ପକ୍ଷରେ ଗତ ୯ ତାରିଖ ଠାରୁ ଗଜପତି ଜିଲ୍ଲାର କୈାଣସି ପ୍ରଶାସନିକ ଅଧିକାରୀ ମାଣିକପାଟଣା ଗ୍ରାମରେ ପାଦ ଦେଇ ନାହାନ୍ତି କିନ୍ତୁ ଆନ୍ଧ୍ର ପୋଲିସର ପଇନ୍ତରା ଏବେବି ଜାରି ରହିଛି। ଆନ୍ଧ୍ରର କିଛି ଅଧିକାରୀ ନିଜକୁ କେନ୍ଦ୍ରୀୟ ସର୍ଭେ ଅଧିକାରୀ ବୋଲି ପରିଚୟ ଦେଇ ସୀମାନ୍ତ ଗାଁ ଗୁଡିକରେ ପଚାରା ଉଚାରା କରୁଥିବା ସୂଚନା ମିଳିଛି। ତେବେ ଆନ୍ଧ୍ର ପୋଲିସର ଭୟରେ ଲୋକେ ମୁହଁ ଖୋଲୁ ନାହାନ୍ତି। 

Also Read: ଜଳ ଯନ୍ତ୍ରଣାର ସ୍ଥାୟୀ ସମାଧାନ ପାଇଁ ଶ୍ବେତପତ୍ର ଦାବି କଲା BJP

ସେପଟେ କିନ୍ତୁ ପ୍ରଶାସନ ନିକଟରେ ଏନେଇ କୌଣସି ସୂଚନା ରହିନଥିବା ବେଳେ ପ୍ରଶାସନିକ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ସୀମାନ୍ତ ଗାଁ ଗୁଡ଼ିକୁ ନିଜ କବଜାକୁ ନେବା ଆନ୍ଧ୍ରର ପ୍ରୟାସ ଜାରି ରହିଛି। ଅନ୍ୟପଟେ ପ୍ରଶାସନର ନିରବତା ବିରୋଧରେ ଆଦିବାସୀ ମେଳି ବାନ୍ଧିଲେଣି। ତେବେ ଆଉ କିଛି ଘଟଣାକୁ ଅପେକ୍ଷା କରିଛି କି ପ୍ରଶାସନ ତହାକୁ ନେଇ ଏବେ ପ୍ରଶ୍ନ।