Anandapur Municipality, କେନ୍ଦୁଝର: ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ନ ଦେବା ଘଟଣାରେ ଆନନ୍ଦପୁର ପୌରପରିଷଦର ପୂର୍ବତନ ସୂଚନା ପ୍ରଦାନ ଅଧିକାରୀଙ୍କୁ ୩୦ ହଜାର ଟଙ୍କା ଜରିମାନା ହୋଇଛି। ରାଜ୍ୟ ସୂଚନା ଅଧିକାର କମିଶନର ଦିଲ୍ଲୀପ ବିଶୋଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାସକ ମଧ୍ୟରେ ୫ ହଜାର ତଥ୍ୟ ମାଗିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। RTIର ତଥ୍ୟ ନଦେବା ପାଇଁ ୨୫ ହଜାର ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଠିକ୍ ସମୟରେ ପଇଠ କରା ନ ଗଲେ ନିୟମିତ ଭାବେ ପ୍ରତି ମାସରେ କ୍ରମିକ ଭାବେ ଦରମା ଅର୍ଥରୁ କାଟି ଜରିମାନା ରାଶି ଭରିବାକୁ ନିର୍ଦ୍ଦେଶ ହୋଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଆନନ୍ଦପୁର ପୌରପରିଷଦ ୩ନଂ ୱାର୍ଡ଼ର ଦେବବ୍ରତ ଚକ୍ରବର୍ତୀ ଆରଟିଆଇ ସୂଚନା ଅଧିକାର ବଳରେ ପ୍ରଧାନମନ୍ତ୍ରୀ ଆବାସ ଏବଂ ସ୍ୱଚ୍ଛଭାରତ ଯୋଜନାରେ ଶୌଚାଳୟ ପାଇଥିବା ହିତାଧିକାରୀଙ୍କ ତାଲିକା ସହିତ ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ଆନନ୍ଦପୁର ପୌର କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଠିକ୍ ସମୟରେ ତଥ୍ୟ ନ ପାଇବାରୁ ଆବେଦନକାରୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ପରେ ଆନନ୍ଦପୁର ପୌର ପରିଷଦର ଦାୟିତ୍ଵରେ ଥିବା ସୂଚନା ପ୍ରଦାନ ଅଧିକାରୀଙ୍କ ଚିଠି (ନଂ ୭୮୮/୪.୩.୨୦୨୦) ଅନୁଯାୟୀ ପ୍ରଦାନ ହୋଇଥିବା ତଥ୍ୟ ଭୁଲ୍ ରହିଥିବା କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। 


Also Read: ସରକାରଙ୍କ ସହାୟତା ଅପେକ୍ଷାରେ ବେସାହାରା ଦୀପା ମଣ୍ଡଳ


ଏହାକୁ ବିଚାର କରି ରାଜ୍ୟ ସୂଚନା ଅଧିକାର କମିଶନଙ୍କ ତରଫରୁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ନାୟକଙ୍କଠାରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ନାୟକ କୌଣସି କାରଣ ଦର୍ଶାଇ ପାରି ନ ଥିଲେ। ଫଳରେ ସୂଚନା ପ୍ରଦାନକାରୀ ଅଧିକାରୀ ନାୟକଙ୍କୁ ୩୦ ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦେବବ୍ରତ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଆନନ୍ଦପୁର ପୌରପରିଷଦ ୩ନଂ ୱାର୍ଡ଼ରେ ଆବାସ ଗୃହ ଓ ଶୌଚାଳୟ ବଣ୍ଟନରେ ଅନିୟମିତତା ହୋଇଛି। ସେଥିପାଇଁ ସେ ୨୦୧୮-୧୯ ମସିହାର ହିତାଧିକାରୀଙ୍କ ତଥ୍ୟ ମାଗିଥିଲେ। କିନ୍ତୁ ଆନନ୍ଦପୁର ପୌର ପରିଷଦରର ସୂଚନାଧିକାର ଅଧିକାରୀ କୌଣସି ସୂଚନା ଦେଇନଥିଲେ।


ସେପଟେ ଆନନ୍ଦପୁର ପୌର ପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ସେ ଏହି ମାମଲା ବିଷୟରେ ଜାଣିନାହାନ୍ତି। ତତକାଳୀନ ସୂଚନାଧିକାରୀ ପ୍ରଶାନ୍ତ ନାୟକ ବାସୁଦେବପୁରକୁ ଟ୍ରନ୍ସଫର ହୋଇଛନ୍ତି। କମିଶନଙ୍କ ନିର୍ଦ୍ଦେଶ ଆସିଛି। ତାହାକୁ ଅଭିଯୁକ୍ତ ନାୟକଙ୍କୁ ନିକଟକୁ ପଠାଯିବ। ତେବେ ଏବେ ପ୍ରଶ୍ନ ଉଠୁଛି, ସତରେ କଣ ଆବାସ ଗୃହ ଓ ଶୌଚାଳୟ ବଣ୍ଟନରେ ଅନିୟମିତତା ହୋଇଛି? କହିଁକି ତଥ୍ୟ ଦେଇନଥିଲା ପୌର ପରିଷଦର ତତ୍କାଳୀନ ସୂଚାନଧିକାରୀ? ଆବାସ ଗୃହ ଓ ଶୌଚାଳୟ ବଣ୍ଟନର ତଦନ୍ତ ହେବ କି?