ସରକାରଙ୍କ ସହାୟତା ଅପେକ୍ଷାରେ ବେସାହାରା ଦୀପା ମଣ୍ଡଳ
Advertisement
Article Detail0/zeeodisha/odisha1366891

ସରକାରଙ୍କ ସହାୟତା ଅପେକ୍ଷାରେ ବେସାହାରା ଦୀପା ମଣ୍ଡଳ

ଦିପାଙ୍କ ବୟସ ଯେତେ ବେଳେ ତିନି ମାସ ସେତେ ବେଳେ ମାଆ ଆର ପାରିକୁ ଚାଲିଗଲେ। ମାଆକୁ ଭଲ ଭାବେ ଦେଖିନଥିବା ଏହି କୁନି ଝିଅକୁ ଧରି ଗରିବ ବାପା ଦୀପା ମଣ୍ଡଳ ଦୁଇ ମୁଠା ଖାଦ୍ୟ ଲାଗି ଏଣେ ତେଣେ ଘୁରି ବୁଲିଲେ । ହେଲେ ଏମ.ପି.ଭି-୧ ଗାଁରେ ପହଞ୍ଚିଲା ବେଳକୁ ଗାଁ ଲୋକେ ତାଙ୍କ ଦୁରଅବସ୍ତା ଦେଖି ଗାଁ ମୁଣ୍ଡ ଜଙ୍ଗଲ ପାଖରେ ଏକ ଝାଟି ମାଟି ଘର ତିଆରି କରି ଦେବା ସହ କିଛି ଦିନ ଲାଗି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଲେ।

ସରକାରଙ୍କ ସହାୟତା ଅପେକ୍ଷାରେ ବେସାହାରା ଦୀପା ମଣ୍ଡଳ

ମାଲକାନଗିରି (ଚନ୍ଦ୍ରକାନ୍ତ ପଣ୍ଡା): ଆଖିରେ ଆଖିଏ ସ୍ୱପ୍ନ। ପାଠ ପଢିବ, ବଡ଼ ମଣିଷ ହେବ। ହେଲେ ଏସବୁକୁ ପୁରା କରିବାକୁ ଏତେ ବଡ଼ ଦୁନିଆରେ ହୋଇଯାଇଛି ସମ୍ପୂର୍ଣ୍ଣ ଏକା ହୋଇଯାଇଛି ମାଲକାନଗିରିର ଦୀପା ମଣ୍ଡଳ। ବାପା ଓ ମା'ଙ୍କୁ ହରାଇବା ପରେ ସମ୍ପୂର୍ଣ୍ଣ ବେସାହାର ହୋଇଯାଇଛି ଦୀପା ମଣ୍ଡଳ।  ପିଲାଟି ବେଳରୁ ମାଆ ଆର ପାରିକୁ ଚାଲିଗଲେ। ବାପା ଥିଲେ ତାଙ୍କର ଏକମାତ୍ର ସାହା ଭରଷା। ହେଲେ ଶେଷରେ ବାପା ମଧ୍ୟ ତାଙ୍କ ହାତ ଛାଡି ଆର ପାରିକୁ ଚାଲିଗଲେ। ବାପା ମାଆ ଛେଉଣ୍ଡ ଅନାଥ ଝିଅ ଏବେ କେମିତି ଏତେ ବଡ଼ ଦୁନିଆରେ ଏକଲା ବଞ୍ଚିବ ସେଇ ଚିନ୍ତାରେ ରହିଛନ୍ତି। ଜଙ୍ଗଲ ଭିତରେ ଥିବା ଏକ ଘରେ ଏକାକି ରହୁଥିବା ଅସହାୟ ଦିପା ଏବେ ସରକାରଙ୍କ ସହାୟତା ଅପେକ୍ଷାରେ ପଡ଼ି ରହିଛି।

ଦିପାଙ୍କ ବୟସ ଯେତେ ବେଳେ ତିନି ମାସ ସେତେ ବେଳେ ମାଆ ଆର ପାରିକୁ ଚାଲିଗଲେ । ମାଆକୁ ଭଲ ଭାବେ ଦେଖିନଥିବା ଏହି କୁନି ଝିଅକୁ ଧରି ଗରିବ ବାପା ଦିପକ ମଣ୍ଡଳ ଦୁଇ ମୁଠା ଖାଦ୍ୟ ଲାଗି ଏଣେ ତେଣେ ଘୁରି ବୁଲିଲେ । ହେଲେ ଏମ.ପି.ଭି-୧ ଗାଁରେ ପହଞ୍ଚିଲା ବେଳକୁ ଗାଁ ଲୋକେ ତାଙ୍କ ଦୁରଅବସ୍ତା ଦେଖି ଗାଁ ମୁଣ୍ଡ ଜଙ୍ଗଲ ପାଖରେ ଏକ ଝାଟି ମାଟି ଘର ତିଆରି କରି ଦେବା ସହ କିଛି ଦିନ ଲାଗି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଲେ । ପରେ କୁଲି ବୁତି କରି ଏକ ମାତ୍ର ଝିଅକୁ ପାଠ ପଢାଇବା ସହ ବହୁ କଷ୍ଟରେ ପରିବାର ଚଳାଉଥିଲେ ଦିପକ । ହେଲେ କ୍ୟାନ୍ସର ରୋଗରେ ପିଡିତ ଦିପକ ମଣ୍ଡଳଙ୍କ ଗତ ୧୬ ତାରିଖ ଦିନ ମୃତ୍ୟୁ ହେବା ପରେ ଝିଅ ଦିପା ଏବେ ଏକା ହୋଇ ପଡିଛନ୍ତି । ଖାଇବାକୁ ମଧ୍ୟ ସେଭଳି କିଛି ଘରେ ନଥିବା ବେଳେ ମାସକୁ ମିଳୁଥିବା ଚାଉଳରେ ରୋଷେଇ କରି ଲୁଣ ଓ ଲଙ୍କା ସହ ଭାତ ଖାଉଛନ୍ତି। 

ବାପା ଦିପକ ମଣ୍ଡଳଙ୍କ ମୃତ୍ୟୁ ପରେ ଗାଁ ଲୋକେ ତାଙ୍କର କ୍ରିୟା କର୍ମ କରୁଛନ୍ତି । ଜଙ୍ଗଲ ଭିତରେ ଏକା ରହୁଥିବା ନାବାଳିକା ଝିଅଟିକୁ ସାନ୍ତନା ଦେବା ଲାଗି ଗାଁର କିଛି ସହୃଦୟ ବ୍ୟକ୍ତି ମଧ୍ୟ ଆଗେଇ ଆସିଛନ୍ତି ସତ ହେଲେ ଏହା କେତେ ଦିନ। ନାବାଳିକା ଦିପା ଏବେ ୨ରେ ପାଠ ପଢୁଥିବା ବେଳେ ଘରେ ଏକା ରହିବା ବିପଦ ଜନକ ବୋଲି ଗାଁ ଲୋକେ ଚିନ୍ତା କରୁଛନ୍ତି । ଯେଉଁଥି ପାଇଁ ଏମ.ପି.ଭି-୧ ଗାଁରେ ଗାଁ ଲୋକେ ଏକ ବୈଠକ କରିବା ପରେ ଦିପା ରହୁଥିବା ଘର ପାଖର ଜଙ୍ଗଲକୁ କିଛି କାଂଶରେ ସଫା କରିଥିଲେ । ହେଲେ ଭଲ ପାଠ ପଢୁଥିବା ଏହି ଅନାଥ ଝିଅଟିର ଭବିଷ୍ୟତ ଲାଗି ସରକାର ତାଙ୍କୁ ସାହାଯ୍ୟ କରିବା ସହ କୌଣସି ଏକ ସରକାରି ହୋଷ୍ଟେଲରେ ରଖି ମାଗଣା ପାଠ ପଢିବାର ବ୍ୟବସ୍ତା କରିବା ଲାଗି ଗାଁ ଲୋକେ ସରକାରଙ୍କୁ ଗୁହାରି କରିଛନ୍ତି ।

ଝିଅଟିକୁ ଏକା ଛାଡି ବାପା ମାଆ ଆର ପାରିକୁ ଚାଲି ଗଲେ । ହେଲେ ଦୁନିଆରେ ନିଜର ବୋଲି ଆଉ କେହି ନଥିବା ଦିପାଙ୍କ ସାହା ଭରଷା ଏବେ କିଏ ହେବ ତାହା ହିଁ ହେଉଛି ବଡ ପ୍ରଶ୍ନ ।