ମହାମାରୀରେ ଗରିବଙ୍କ ସାହା `ମନରେଗା`
କୋରୋନା କାଳ (Coronavirus) ରେ ଗରିବଙ୍କ ଆଶାବାଡି ସାଜିଲା ‘ମନରେଗା’। ସମ୍ବଲପୁର (Sambalpur) ଜିଲ୍ଲାରେ ରହିଛି ୯ଟି ବ୍ଲକ। ଆଉ ସେଥି ମଧ୍ୟରୁ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଜିଲ୍ଲାରୁ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବାର ନଜିର ରହିଛି।
ସମ୍ବଲପୁର: କୋରୋନା କାଳରେ ଗରିବଙ୍କ ସାହାରା ହେଲା ମନରେଗା। ମହାମାରୀ ସମୟରେ ଏହି କେନ୍ଦ୍ରୀୟ ଯୋଜନା ଦେଇଛି ରୋଜଗାର। କୋରୋନା କାଳରେ କାହାର ଚାକିରି ଯାଇଛି ତ ଆଉ କିଏ ଜୀବିକା ହରାଇ ଘରେ ହାତ ବାନ୍ଧି ବସିଛି। ଏହି ସମୟରେ ଗରିବ ଓ ଖଟିଖିଆ ଅଧିକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ଲକଡାଉନ ସମୟରେ ହେଉ କି ବର୍ତ୍ତମାନ ସମୟରେ, ଗରିବଙ୍କ ମୁହଁରେ ମନରେଗା ହସ ଫୁଟାଇଛି।
କୋରୋନା କାଳ (Coronavirus) ରେ ଗରିବଙ୍କ ଆଶାବାଡି ସାଜିଲା ‘ମନରେଗା’। ସମ୍ବଲପୁର (Sambalpur) ଜିଲ୍ଲାରେ ରହିଛି ୯ଟି ବ୍ଲକ। ଆଉ ସେଥି ମଧ୍ୟରୁ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଜିଲ୍ଲାରୁ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବାର ନଜିର ରହିଛି। DRDA ଓ ବନବିଭାଗ ଦ୍ବାରା ବିଭିନ୍ନ ଯୋଜନାରେ ଲୋକଙ୍କୁ ନିଯୁକ୍ତି ମିଳିଛି। ମୃତ୍ତିକା ସଂରକ୍ଷଣ (soil conservation) , ଡ୍ରେନେଜ ଓ ରାସ୍ତା କାମରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି। ଫଳରେ ଜଣେ ବ୍ୟକ୍ତି ଦୈନିକ ୨୦୭ ଟଙ୍କା ରୋଜଗାର କରିପାରୁଛି।
Also Read: ସମ୍ବଲପୁର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍, ୫୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
୨୦୨୦-୨୧ ଆର୍ଥିକ ବର୍ଷରେ MGNREGA ମାଧ୍ୟମରେ ସମ୍ବଲପୁର ଜିଲ୍ଲାରେ ୫,୫୦,୨୩୧୫ କାର୍ଯ୍ୟ ଦିବସ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଫଳରେ ଲୋକେ ରୋଜଗାର (employment) ପାଇବା ସହ ଦାଦନ ଚାଲାଣ (labour migration) ହ୍ରାସ ପାଇଛି। ସରକାରଙ୍କ ଯୋଜନା ପାଇଁ ଲୋଜେ ନିଜ ଘରେ ରହି କାର୍ଯ୍ୟ କରି ରୋଜଗାର କରିବା ସହ ପରିବାରର ଦେଖାଶୁଣା କରିପାରୁଛନ୍ତି।
ଗତ ଏପ୍ରିଲ ମାସରେ ଲକ୍ଷେ ୧୨ ହଜାର ୧୩୨ଟି କାର୍ଯ୍ୟଦିବସ ମିଳିଥିବାବେଳେ ଜୁନରେ ୫ ଲକ୍ଷ ୪୬ ହଜାର ୪୩୫ ଓ ଜୁଲାଇରେ ୩ ଲକ୍ଷ ୫୦ ହଜାର ୮୩୪ କାର୍ଯ୍ୟ ଦିବସ (Working days) ଲୋକଙ୍କୁ ଯୋଗାଯାଇଛି। ସେହିପରି, ଅଗଷ୍ଟରେ ୩ ଲକ୍ଷ ୩୮ ହଜାର ୯୦୯, ସେପ୍ଟେମ୍ବରରେ ୫ ଲକ୍ଷ ୧୧ ହାଜର ୭୨ ଓ ଅକ୍ଟୋବରରେ ୬ ଲକ୍ଷ ୪୧ ହାଜର ୮୧୦ କାର୍ଯ୍ୟ ଦିବସ ମିଳିଛି। ନଭେମ୍ବରରେ ୫ ଲକ୍ଷ ୭୨ ହଜାର ୮୪୪ ଓ ଡିସେମ୍ବରରେ ୩ ଲକ୍ଷ ୫୩ ହଜାର ୬୬୨ଟି କାର୍ଯ୍ୟ ଦିବସ ଯୋଗା ଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ସୂଚନା ମିଳିଛି ।
Also Read: ଦୀର୍ଘାୟୁ ପ୍ରିଜ୍; ୬୦ ବର୍ଷ ମଧ୍ୟରେ ହୋଇନି ଅସୁସ୍ଥ
ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ବନ ବିଭାଗର (forest Dept)ଭଲ ପହଞ୍ଚ ଥିବାରୁ ସମଗ୍ର ରାଜ୍ୟରେ ଦୈନିକ ଏକ ଲକ୍ଷ କାର୍ଯ୍ୟ ଦିବସ ଯୋଗାଇ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କେବଳ ସମ୍ବଲପୁର ଜିଲ୍ଲାରେ ଦୈନିକ ୬୦୦୦ କାର୍ଯ୍ୟ ଦିବସ ଯୋଗାଇବାକୁ ବନ ବିଭାଗକୁ ନିର୍ଦ୍ଦେଶ ରହିଥିବା ସମ୍ବଲପୁର ବନବିଭାଗ କହିଛି। ଦିନ ମଜୁରିଆ (Daily labour) ଙ୍କୁ ବର୍ତ୍ତମାନ କାମ ମିଳିଥିବା ବେଳେ ସେମାନେ ଆଉ ବାହାର ରାଜ୍ୟକୁ କାମ ପାଇଁ ଯାଉ ନାହାଁନ୍ତି। ସେହିଭଳି ମହିଳା ମାନଙ୍କୁ ମଧ୍ୟ ସରକାର ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି।