ଦୀର୍ଘାୟୁ ପ୍ରିଜ୍; ୬୦ ବର୍ଷ ମଧ୍ୟରେ ହୋଇନି ଅସୁସ୍ଥ
Advertisement

ଦୀର୍ଘାୟୁ ପ୍ରିଜ୍; ୬୦ ବର୍ଷ ମଧ୍ୟରେ ହୋଇନି ଅସୁସ୍ଥ

ଫ୍ରିଜଟିର ନାଁ ହେଉଛି 'ଏଣ୍ଟିକ ଫ୍ରିଜ୍'। ଦୀର୍ଘ ୬୦ ବର୍ଷ ହେଲା ସମ୍ବଲପୁରର ଜଣାଶୁଣା ଔଷଧ ଦୋକାନ କଲ୍ୟାଣ ଫାର୍ମାରେ ନିଃସ୍ୱାର୍ଥପର ଭାବରେ 'ଏଣ୍ଟିକ ଫ୍ରିଜ୍' ସେବା ଯୋଗାଇ ଆସୁଛି।

ଦୀର୍ଘାୟୁ ପ୍ରିଜ୍; ୬୦ ବର୍ଷ ମଧ୍ୟରେ ହୋଇନି ଅସୁସ୍ଥ

ସମ୍ବଲପୁର: ଏଭଳି ଏକ ଫ୍ରିଜ ସମ୍ବଲପୁରରେ ରହିଛି ଯାହାକି ଦୀର୍ଘ ୬୦ ବର୍ଷର ପୁରୁଣା। ଆଜି ପର୍ଯ୍ୟନ୍ତ ଏହି ଫ୍ରିଜ୍ ଖରାପ ହୋଇ ନହିଁ କି ଏହାର କୌଣସି ମରାମତି ମଧ୍ୟ ହୋଇ ନାହିଁ। ୩୦ ବର୍ଷ ତଳେ ଥରେ କେବଳ ଫ୍ରିଜର ଗ୍ୟାସ ଫିଲିଂ କରାଯାଇଥିଲା। ଏହି ଫ୍ରିଜଟିର ନାଁ ହେଉଛି 'ଏଣ୍ଟିକ ଫ୍ରିଜ୍'। ଦୀର୍ଘ ୬୦ ବର୍ଷ ହେଲା ସମ୍ବଲପୁରର ଜଣାଶୁଣା ଔଷଧ ଦୋକାନ କଲ୍ୟାଣ ଫାର୍ମାରେ ନିଃସ୍ୱାର୍ଥପର ଭାବରେ 'ଏଣ୍ଟିକ ଫ୍ରିଜ୍' ସେବା ଯୋଗାଇ ଆସୁଛି।

ସମ୍ବଲପୁର ସହରର ପୂରାତନ ଔଷଧ ଦୋକାନ (Medical store) ହେଲା କଲ୍ୟାଣ ଫାର୍ମାସି। ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇ କଲ୍ୟାଣ ଫାର୍ମା ରଖାଯାଇଛି। ପୂର୍ବେ ଏହି ଦୋକାନଟି ଧର୍ମଶାଳା ଗଳିରେ ରହିଥିବା ବେଳେ ବର୍ତ୍ତମାନ ତାହାକୁ ନିଜସ୍ଵ କୋଠା ଗେଟି ଟକିଜ ରୋଡକୁ ସ୍ଥାନାନ୍ତର କରାଯାଇଛି। ୧୯୫୮ ମସିହାରେ ଦୋକାନ ମାଲିକ ଚିତ୍ତରଞ୍ଜନ ପଣ୍ଡା ଔଷଧ ଦୋକାନ ପାଇଁ ଏକ ଫ୍ରିଜର ଆବଶ୍ୟକତା ଅନୁଭବ କରି ଫ୍ରିଜଟିକୁ (Freezer) ବରାଦ କରିଥିଲେ। 

Also Read: ଅପହୃତ ଡ୍ରାଇଭର ସହ ଟ୍ରକ ଉଦ୍ଧାର

ସେହି ସମୟରେ ସମ୍ବଲପୁର (Sambalpur) ରେ କୌଣସି ଫ୍ରିଜ୍ ଦୋକାନ ନ ଥିଲା। ସାଧାରଣତଃ କୋଲକାତା (Kolkata) ରୁ ଏଜେଣ୍ଟମାନେ ଆସି ଅର୍ଡର ସଂଗ୍ରହ କରୁଥିଲେ ଏବଂ ଆବଶ୍ୟକତା ଅନୁଯାୟୀ ଗ୍ରାହକଙ୍କୁ ତାହା ପ୍ରଦାନ କରାଯାଉଥିଲା। ସେତେବେଳେ ଅର୍ଡର ସଂଗ୍ରହ ପରେ ଫ୍ରିଜ ଆସିବାକୁ ଦୀର୍ଘ ୨ ବର୍ଷ ସମୟ ଲାଗିଯାଉଥିଲା। ତେବେ ଚିତ୍ତରଞ୍ଜନ ପଣ୍ଡା ଯେଉଁ  ଫ୍ରିଜଟି ଅର୍ଡର କରିଥିଲେ ତାହା ଆମେରିକାରେ ତିଆରି ହୋଇଥିଲା।  ଆଉ ତାହା ପଶ୍ଚିମ ଓଡିଶାର ପ୍ରଥମ ଫ୍ରିଜ (oldest freezer) ଯାହାକୁ ଚିତ୍ତରଞ୍ଜନ  ସମ୍ବଲପୁରକୁ ଆଣିଥିଲେ।

fallback

ଦୀର୍ଘ ୬୦ବର୍ଷ ହେଲା ଅନବରତ ଭାବେ ସେବା ଯୋଗାଇ ଆସୁଥିବା ଫ୍ରିଜ ହେଲା ଆମେରିକାରୁ ଆମଦାନୀ ହୋଇଥିବା "ଅଲଉଇନ ପ୍ରେସ୍ଟ କୋଲଡ଼" ଫ୍ରିଜ। ଏହି ଫ୍ରିଜଟି ଆସିବା ପରେ ଆଜି ପର୍ଯ୍ୟନ୍ତ ତାର ଅନବରତ ସେବା ପ୍ରଦାନ କରିଆସୁଛି। ଦୀର୍ଘ ୩୦ ବର୍ଷ ତଳେ ଥରେ ମାତ୍ର ଗ୍ୟାସ ସରିଯାଇଥିଲା। ତା ପରେ ଆଜି ପର୍ଯ୍ୟନ୍ତ କୌଣସି ମରାମତି ହୋଇନାହିଁ। ଫ୍ରିଜର ଦ୍ୱାର ଖୋଲିବା ପାଇଁ ଥିବା ହେଣ୍ଡେଲ ଟି ଭାଙ୍ଗି ଯାଇଥିବା କାରଣ ରୁ ତାକୁ ମରାମତି କରାଯାଇଛି।

Also Read:  ଉନ୍ନତିକରଣ ପାଇଁ ହଟିବ ୧୨୫ ବର୍ଷର ଷ୍ଟେସନ

\କଲ୍ୟାଣ ଫାର୍ମା ଔଷଧ ଦୋକାନ ସହ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ମଧ୍ୟ ବହୁତ ପୁରୁଣା। ଦୀର୍ଘ ୩୦ ବର୍ଷ ହେବ ସତ୍ୟ ନାରାୟଣ ପଣ୍ଡା ଏହି ଔଷଧ ଦୋକାନରେ କାର୍ଯ୍ୟ କରୁଛନ୍ତି। ସେ ଏହି ଏଣ୍ଟିକ ଫ୍ରିଜ ବାବଦରେ ତାଙ୍କ ମତ ଉପସ୍ଥାପନ କରି  କହିଛନ୍ତି ଯେ,  ସେ ୩୦ ବର୍ଷ ହେଲା ଏହି ଫ୍ରିଜକୁ ଦେଖି ଆସୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଅସୁବିଧା ହୋଇ ନାହିଁ। ନିରଵଛିନ୍ନ ଭାବରେ ଏହି ଫ୍ରିଜ ଟି ସେବା ପ୍ରଦାନ କରି ଆସୁଛି।