ପ୍ରେମାନନ୍ଦ ପୁଜାରୀ, ମୋହନା: ଚାଲିଛି ପର୍ଯ୍ୟଟନର ଋତୁ । କୋରୋନା କାଳରେ (Corona) ମଧ୍ୟ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥାନକୁ ପର୍ଯ୍ୟଟକମାନେ (Tourist) ବୁଲି ଯାଉଛନ୍ତି । ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ସମୟ ବାହାର କରି ରାଜ୍ୟରେ ଥିବା ଏହି ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ତେବେ ସେହିଭଳି ଏକ ପର୍ଯ୍ୟଟନସ୍ଥଳୀ ହେଉଛି ଖସଡା ଜଳପ୍ରପାତ (Khasada Waterfall) । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ଫେବ୍ରୁଆରୀରେ ଇଂଲଣ୍ଡର ଇଣ୍ଡିଆ ଟୁର୍, ଦେଖନ୍ତୁ ମ୍ୟାଚ୍ ଫିକ୍ସଚର


ସବୁଜ ବନାନୀ ପାହାଡ ପର୍ବତ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଗଜପତି (Gajapati) ଜିଲ୍ଲାରେ ରହିଛି ଏହି ଜଳପ୍ରପାତ (Waterfall)। ଜିଲ୍ଲାର ଏହି ଖସଡା ଜଳପ୍ରପାତକୁ (Khasada Waterfall) ସରକାରୀ ମାନ୍ୟତା ମିଳିଛି। ପର୍ବତ ଶିଖର ମହେନ୍ଦ୍ରଗିରିରୁ (Mahendragiri) ବହି ଆସୁଥିବା ରାମନଦୀର ଜଳରାଶି । ଏହି ବିରାଟ ବିରାଟ ଚଟାଣ ସଦୃଶ ପାହାଡ ଦେଇ ପ୍ରବାହିତ ନଦୀର ଦୃଶ୍ୟ ମନମୁଗ୍ଧକର । ଯାହାକୁ ଦେଖିବାକୁ ଶତାଧିକ ପର୍ଯ୍ୟଟକ ଉପଭୋଗ କରିବାକୁ ଆସିଥାନ୍ତି। ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋ ଉଠାଇଥାନ୍ତି। ଅନେକ ମଧ୍ୟ ବଣଭୋଜିର ଆସର ଜମାଇ ନାଚଗୀତରେ ମସଗୁଲ ହୋଇଥାନ୍ତି। କିନ୍ତୁ ବିଡମ୍ବନାର ବିଷୟ ଏହି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ନାହିଁ କୌଣସି ଆନୁସାଙ୍ଗିକ ସୁବିଧା। ଯାହାକୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । 


ଅଧିକ ପଢନ୍ତୁ: କେମିତି ଓ କେଉଁଠି ଅଛନ୍ତି ଅସୁସ୍ଥ ମନୋଜ ଦାସ?


ପ୍ରକୃତିର ଅନନ୍ୟ ଉପହାରର ସମାହାରରେ ଭରପୁର ହୋଇ ରହିଥିବା ଏହି ଖସଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀକୁ ଗମନାଗମନ ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ଜଳପ୍ରପାତରେ ଗାଧୋଇବା ପାଇଁ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଥିଲେ ମଧ୍ୟ ନାହିଁ କୌଣସି ପ୍ରକାର ମୌଳିକ ସୁବିଧା ଉପଲବ୍ଧ ନାହିଁ। ନାଁ ରହିଛି ଶୌଚାଳୟର ସୁବିଧା, ନାଁ ରହିଛି ପାନୀୟ ଜଳର ବ୍ୟବସ୍ଥା। ଯାହା ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ନାନା ସମସ୍ୟାର ସମ୍ମୁଖିନ ହେବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି । ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ। ତେବେ ଜିଲ୍ଲା ପ୍ରସାଶନ ଓ ରାଜ୍ୟ ସରକାର ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି ପର୍ଯ୍ୟଟକ ।


ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ଯୋଜନା ସରକାର କରୁଥିବା ବେଳେ ଏବେ ବି ଅବହେଳିତ ଅବସ୍ଥାରେ ପଡିରହିଛି ଏହି ଖସଡା ପର୍ଯ୍ୟଟନସ୍ଥଳୀ, ବିକାଶ ଠୁ ଅନେକ ଦୁରରେ ରହିଥିବା ପର୍ଯ୍ୟଟନସ୍ଥଳୀରେ ସରକାରଙ୍କ ଶୁଭ ଦୃଷ୍ଟି କେବେ ପଡୁଛି ଏବଂ ପର୍ଯ୍ୟଟକ କେବେ ବିକଶିତ ହୋଇପାରୁଛି ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।