କେମିତି ଓ କେଉଁଠି ଅଛନ୍ତି ଅସୁସ୍ଥ ମନୋଜ ଦାସ?
Advertisement

କେମିତି ଓ କେଉଁଠି ଅଛନ୍ତି ଅସୁସ୍ଥ ମନୋଜ ଦାସ?

ଦୀର୍ଘ ଦିନରୁ ଅସୁସ୍ଥ ଥିବା ମନୋଜଙ୍କ ପ୍ରଶଂସକ ତଥା ପାଠକ ତାଙ୍କ ସ୍ୱାସ୍ଥ୍ୟଗତ ସୂଚନା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଓଡ଼ିଆ ସାହିତ୍ୟ ଜଗତର ଏକ ଜଣାଶୁଣା ନାଁ, ମନୋଜ ଦାସ। ପଦ୍ମଭୁଷଣ (Padma Bhushan) ମନୋଜ ଦାସଙ୍କ ଅବଦାନ ରାଜ୍ୟର ପ୍ରତିଟି ସାହିତ୍ୟ ପ୍ରେମୀଙ୍କୁ ଜଣା। ରାଜ୍ୟ ତଥା ରାଜ୍ୟ ବାହାରେ, ଏପରିକି ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ, ପାଠକ ରହିଛନ୍ତି। ରାଜ୍ୟର ଏହି ବିଶିଷ୍ଟ ସାହିତ୍ୟିକ ତଥା ପ୍ରଫେସର ମନୋଜ ଦାସ ବର୍ତ୍ତମାନ ଅସୁସ୍ଥ ରହିଥିବା ଜଣାପଡ଼ିଛି। କିନ୍ତୁ ଦୀର୍ଘ ଦିନରୁ ଅସୁସ୍ଥ ଥିବା ମନୋଜଙ୍କ ପ୍ରଶଂସକ ତଥା ପାଠକ ତାଙ୍କ ସ୍ୱାସ୍ଥ୍ୟଗତ ସୂଚନା ପାଇବାରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ ପ୍ରାୟ ୩ ମାସ ତଳେ ମନୋଜ ଦାସ (Manoj Das) ପଡ଼ିଯିବାରୁ ଗୁରୁତର ଆହତ ହୋଇଥିଲେ। ତାଙ୍କ ହାତ ଭାଙ୍ଗି ଯାଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ତେବେ ତାହା ପରଠାରୁ ତାଙ୍କ ବିଷୟରେ କୌଣସି ସଠିକ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସାମ୍ନାକୁ ଆସିପାରି ନାହିଁ। ମନୋଜଙ୍କ ଚିକିତ୍ସା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଛି। ତେବେ ସେ ପୁଡୁଚେରୀ (Puducherry) ର ଏକ ଆଶ୍ରମ ନର୍ସିଂ ହୋମରେ ଚିକିତ୍ସିତ ହେଉଥିବା ସୂଚନା ମିଳୁଛି।

Also Read: ପଦ୍ମ ପାଇଁ ୧୪୧ ଜଣଙ୍କ ନାମ ଘୋଷଣା, ଓଡ଼ିଶାରୁ ଲେଖକ ମନୋଜ ଦାସଙ୍କୁ ପଦ୍ମଭୂଷଣ

ତେବେ ଆରମ୍ଭରୁ ତାଙ୍କର ଜଣେ ମାତ୍ର ଡାକ୍ତର ଚିକିତ୍ସା କରୁଥିବା ଜଣାପଡ଼ିଛି। ଆଶ୍ରମ ନର୍ସିଂ ହୋମ ସହିତ ଯୋଗାଯୋଗ କଲେ ମଧ୍ୟ କୌଣସି ସଠିକ ସୂଚନା ମିଳୁନଥିବା ମନୋଜ ଦାସଙ୍କ ପ୍ରଶଂସକ ସୂଚନା ଦେଇଛନ୍ତି। ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ମନୋଜଙ୍କ ସହ କଣ ହୋଇଛି? ସେ କିପରି ଅଛନ୍ତି? ତାହା ଏବେ ରହସ୍ୟ (Mystry) ହୋଇ ରହିଛି।

ନିଜ ନାମ ପ୍ରକାଶ ନ କରି ଜଣେ ପ୍ରଶଂସକ କହିଛନ୍ତି ଯେ, ଦୀର୍ଘ ଦିନ ହେବ ଉକ୍ତ ଡାକ୍ତରଖାନାରେ ମନୋଜ ସାର ଚିକିତ୍ସିତ ହେଉଛନ୍ତି। କିନ୍ତୁ ତାଙ୍କର ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଉ ନାହିଁ। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରକୁ ମଧ୍ୟ ଚିକିତ୍ସା ପାଇଁ ଛାଡ଼ୁ ନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ କୌଣସି ସୂଚନା ସାମ୍ନାକୁ ନ ଆସିବା କାରଣରୁ ତାଙ୍କ ପ୍ରଶଂସକ ଓ ପାଠକ ସନ୍ଦେହ ଘେରରେ ଅଛନ୍ତି।