ସମ୍ବଲପୁରକୁ ପାଣି ପାଇଁ ୧୮୮ କୋଟି
୬ଟି ବ୍ଲକର ୨୬ଟି ପଞ୍ଚାୟତ ଅନ୍ତର୍ଗତ ୧୩୮ଟି ଗାଁର ଦେଢ ଲକ୍ଷ ଲୋକଙ୍କ ସହ ଝାରସୁଗୁଡା ଜିଲ୍ଲାର ୨ଟି ପଞ୍ଚାୟତର ମଧ୍ୟ ଏହା ଦ୍ବାରା ଉପକୃତ ହେବ।
ଅଜୟ ନାଥ, ସମ୍ବଲପୁର: ଜିଲ୍ଲାର ପାନୀୟ ଜଳଯୋଗାଣ ପାଇଁ ରାଜ୍ୟ କ୍ୟାବିନେଟର ୧୮୮ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ହୋଇଛି। ୬ଟି ବ୍ଲକର ୨୬ଟି ପଞ୍ଚାୟତ ଅନ୍ତର୍ଗତ ୧୩୮ଟି ଗାଁର ଦେଢ ଲକ୍ଷ ଲୋକଙ୍କ ସହ ଝାରସୁଗୁଡା ଜିଲ୍ଲାର ୨ଟି ପଞ୍ଚାୟତର ମଧ୍ୟ ଏହା ଦ୍ବାରା ଉପକୃତ ହେବ। ମିଳିଥିବା ପାଣ୍ଠିପାଇଁ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
ଏଣିକି ସମ୍ବଲପୁରବାସୀଙ୍କୁ ଆଉ ପାନୀୟ ଜଳ (Drinking Water) ର ଅସୁବିଧା ହେବନି। ଜିଲ୍ଲାର ପାନୀୟ ଜଳଯୋଗାଣ ପାଇଁ ରାଜ୍ୟ କ୍ୟାବିନେଟ (State Cabinet) ର ୧୮୮ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ହୋଇଛି। ଶନିବାର ସନ୍ଧ୍ୟାରେ ସମ୍ବଲପୁର ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯେଉଁଠି ମନ୍ତ୍ରୀ ଶୁସାନ୍ତ ସିଂ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ରେଙ୍ଗାଲୀର ପୂର୍ବତନ ବିଧାୟକ ରମେଶ ପଟୁଆ ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Also Read: ମନୋରମାଙ୍କ କର୍ତ୍ତବ୍ୟ ଆଗରେ ହାର ମାନିଲା ଅସୁସ୍ଥତା
ସମ୍ବଲପୁର (Sambalpur) ଜିଲ୍ଲା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟରେ ପାଣ୍ଠି ମଞ୍ଜୁର ହୋଇଥିବାରୁ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତାମାନେ ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସମ୍ବଲପୁର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି। ଆଗକୁ ମଧ୍ୟ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ (Sushanta Singh) କହିଛନ୍ତି।
ରାଜ୍ୟ ସରକାର ମଞ୍ଜୁର କରିଥିବା ୧୮୮ କୋଟି ଟଙ୍କା ୨ଟି ଜିଲ୍ଲାରେ ଖର୍ଚ୍ଚ ହେବ। ସମ୍ବଲପୁରର ୨୬ ଓ ଝାରସୁଗୁଡା (Jharsuguda) ର ୨ଟି ପଞ୍ଚାୟତ ଏଥିରେ ଉପକୃତ ହେବେ। ଦେଖିବାକୁ ଗଲେ ପ୍ରତି ପଞ୍ଜାୟତକୁ ପ୍ରାୟ ୬ କୋଟି ସାଢେ ୭୧ ଲକ୍ଷ ଟଙ୍କା ଲେଖାଏଁ ପଡିବ। ଆଉ ଲୋକ ସଂଖ୍ୟରେ ହିସାବ କଲେ ମୁଣ୍ଡ ପିଛା ପ୍ରାୟ ୧୨ ହଜାର ଖର୍ଚ୍ଚ ହେବ।