)
ଅଜୟ ନାଥ, ସମ୍ବଲପୁର: ନାରୀ, ସର୍ଵ ଶକ୍ତି ସ୍ବରୂପିଣୀ। ନା ସେ ଅବଳା ନା ସେ ଦୁର୍ବଳା । ସେ ଜାଣିଛି ତା ସାମର୍ଥ୍ୟ ଓ ସୀମାରେଖା। ଦିନ ଥିଲା ନାରୀ ତା ପରିଚୟ ପାଇଁ ପ୍ରତି ପାଦରେ ସଂଘର୍ଷ କରୁଥିଲା, ହେଲେ ଏବେ ସେ ନିଜ ପାରଦର୍ଶିତା ଓ ଦକ୍ଷତା ବଳରେ ପୁରୁଷଙ୍କ ସମତୁଲ୍ୟ ହୋଇ ଆଗେଇ ଚାଲିଛି। ଏହାର ଏକ ଜ୍ଜଳନ୍ତ ଉଦାହରଣ ହୋଇ ସମାଜ ପାଇଁ ପ୍ରେରଣା ଦେଉଛନ୍ତି ସମ୍ବଲପୁର ର କୋଭିଡ ଯୋଦ୍ଧା ମନୋରମା ଶତପଥୀ।
ଗତବର୍ଷ କୋରୋନା ସଂକ୍ରମଣ (Corona Virus) ଶୀର୍ଷରେ ଥିବାବେଳେ କୋଭିଡ ବିରୁଦ୍ଧରେ ଲଢିଥିଲେ ଅନେକ ଯୋଦ୍ଧା। କେତେକ ଏହି ଯୁଦ୍ଧରେ ନିଜର ଜୀବନକୁ ବଳିଦାନ ମଧ୍ୟ ଦେଇଥିଲେ। ତେବେ ସମ୍ବଲପୁରର ଏମିତି ଜଣେ ମହିଳା ଯୋଦ୍ଧା (Covid Warrior) ଅଛନ୍ତି ଯିଏ ଏକ ଗୁରୁତର ଦୁର୍ଘଟଣାରେ ଶିକାର ହୋଇ ମଧ୍ୟ ନିଜର କର୍ତ୍ତବ୍ୟକୁ ଭୁଲି ନଥିଲେ। ଅସୁସ୍ଥତା ସତ୍ତ୍ୱେ କାର୍ଯ୍ୟରେ ଯୋଗ ଦେଇ ପୋଲିସ DG ଅଭୟଙ୍କ ଦ୍ଵାରା ପ୍ରଶଂସିତ ହୋଇଛନ୍ତି।
Also Read: ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବ କୁକୁଡା
DGP ଅଭୟ ଙ୍କ ଦ୍ଵାରା ପ୍ରଶଂସିତ ହୋଇଥିବା ସେହି କର୍ମଯୋଗିନୀ ହେଉଛନ୍ତି ସମ୍ବଲପୁର ଟ୍ରାଫିକ ପୋଲିସ (Sambalpur Traffic Police) ମନୋରମା ଶତପଥୀ। ସେ ବର୍ତ୍ତମାନ ସମ୍ବଲପୁର ବୁର୍ଲାରେ ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି। ଗତବର୍ଷ ଜାନୁୟାରୀ ୧୧ ତାରିଖରେ ଡ୍ୟୁଟି କରୁଥିବା ବେଳେ ଏକ ଗାଡି ଧକ୍କାରେ ସେ ଗୁରୁତର ଆହତ ହୋଇଯାଇଥିଲେ।
ଦୁର୍ଘଟଣାରେ ମନୋରମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବୁର୍ଲା ମେଡ଼ିକାଲ (Burla Hospital) ରେ ସେ କିଛିଦିନ କୋମାରେ ମଧ୍ୟ ପଡି ରହିଥିଲେ। ମୁଣ୍ଡରେ ଆଘାତ ଲାଗିଥିବାରୁ ଆଖିରେ ପୀଡା ହୋଉଥିଲା। ବହୁତ ଦିନ ପର୍ଯ୍ୟନ୍ତ ବେଡ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ମନୋରମାଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ତାଙ୍କ ଅସୁସ୍ଥତା ହାର ମାନି ଥିଲା। ଆଉ ମାର୍ଚ୍ଚ ୨୯ ତାରିଖରେ ସେ ପୁନଃ କାର୍ଯ୍ୟରେ ଯୋଗ ଦେଇଥିଲେ।
ଅସୁସ୍ଥତା ସତ୍ତ୍ୱେ ମନୋରମା ପ୍ରତ୍ୟେକ ଦିନ ବୁର୍ଲାରେ ଟ୍ରାଫିକ ଡ୍ୟୁଟି କରୁଥିଲେ। ଏହି କର୍ତ୍ତବ୍ୟନିଷ୍ଠା ପାଇଁ ପୋଲିସ ଡିଜି ତାଙ୍କୁ ସମ୍ବଲପୁର ଗସ୍ତରେ ଆସି ସମ୍ମାନିତ କରିବା ସହ ବହୁତ ପ୍ରଶଂସା କରିଥିଲେ। ମନୋରମାଙ୍କ ଏହିଭଳି କର୍ତ୍ତବ୍ୟନିଷ୍ଠାକୁ ଦେଖି ବୁର୍ଲାବାସୀ ଖୁସି ହେବା ସହ ସେ ବୁର୍ଲା ପାଇଁ ଗୌରବ ଆଣିଥିବା କହିଛନ୍ତି। ପୋଲିସ ଡିଜିଙ୍କ ଠାରୁ ସମ୍ମାନିତ ହୋଇ ଅନେକ ମହିଳାଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇପାରିଛନ୍ତି।