କନ୍ଧମାଳ: ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଲୋକାୟୁକ୍ତଙ୍କ ଜାରି ହେଲା ନୋଟିସ (Lokayukta Notice)। ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି। ଶ୍ରାନିକେତା ସରପଞ୍ଚ ସୁପର୍ଣ୍ଣା ପ୍ରଧାନ, ବିଡ଼ିଓ ଦାରିଙ୍ଗବାଡି, କନ୍ଧମାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ପୂର୍ବତନ ଶ୍ରାନିକେତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଭୋଇ ୬ ସପ୍ତାହ ମଧ୍ୟରେ ଜବାବ ରଖିବେ ଲୋକାୟୁକ୍ତଙ୍କ ନିକଟରେ। 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ ସମ୍ପୂର୍ଣ୍ଣ ଘଟଣାଟି ହେଲା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଭୋଇ। ୨୦୧୭-୧୮ ଆର୍ଥିକ ବର୍ଷରେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ରହିଥିବା ୫୩ ହଜାର ୨୦୦ ଟଙ୍କାକୁ ହଡ଼ପ କରିଥିଲେ। ଯାହାକି ଜିଲ୍ଲା ଅଡିଟ ରିପୋର୍ଟ ନମ୍ବର ୪୨୮୨୪୬/ଏଆର/ ୨୦୧୮-୧୯ ଜରିଆରେ ଜନସୂଚନା ଓ ଆଇନ ସହାୟତା କେନ୍ଦ୍ରର ସଦସ୍ୟ ଦୀପକ କୁମାର ସାହୁ ଜାଣିବାକୁ ପାଇଥିଲେ। ଆଉ ଏନେଇ ସେ ପୁନର୍ବାର ହଡ଼ପ ହୋଇଥିବା ଟଙ୍କା ପେରସ୍ତ ହୋଇଛି କି ନାହିଁ ବୋଲି ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ଉକ୍ତ ବିଷୟରେ Local Fund auditଙ୍କୁ ତଥ୍ୟ ମାଗିଥିଲେ।


Also Read: ସରକାରୀ ଯୋଜନା ହଡପ କରି ହରଡ଼ଘଣାରେ GRS


ବର୍ତ୍ତମାନ ସୁଧା ୫୩ ହଜାର ୨୦୦ ଟଙ୍କା ପୁନରୁଦ୍ଧାର ବା ଫେରସ୍ତ ନ ହୋଇରହିଯାଇଥିବା ତଥ୍ୟରୁ ଜଣାପଡ଼ିଥିଲା। ଫଳରେ ଏନେଇ ଜନସୂଚନା ଓ ଆଇନ ସହାୟତା କେନ୍ଦ୍ରର ସଦସ୍ୟ ରବୀନ୍ଦ୍ର କିଷାନ ଏବଂ ଦୀପକ କୁମାର ସାହୁ ଲୋକୟୁକ୍ତଙ୍କ ଦ୍ୱାରାସ୍ତ ହୋଇଥିବା ବେଳେ ଜାରି ହୋଇଛି ନୋଟିସ।