24 School Teacher Sacked From Their Job In Nabarangpur: ନିଜ ଡ୍ୟୁଟି ସମ୍ପାଦନ କରିବା ବେଳେ ଅନୁପସ୍ଥିତ ରହିବା ୨୪ ଜଣ  ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲା ପ୍ରଶାସନ ସେହି ଶିକ୍ଷକଙ୍କୁ ସେମାନଙ୍କ ଚାକିରିରୁ ବରଖାସ୍ତ କରିଛି । ରାଜ୍ୟର ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବରଖାସ୍ତ କରିଛନ୍ତି । ଅଭି‌ଯୋଗ ମୁତାବକ, ଏହି ଶିକ୍ଷକମାନେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଥିଲେ । କିନ୍ତୁ ସେମାନେ ୨୦୧୦ରୁ ନିଜ ଡ୍ୟୁଟିରୁ ଅନୁପସ୍ଥିତ ରହିଆସୁଛନ୍ତି । ସେପଟେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ଶିକ୍ଷକମାନେ ନିଜ ନିଜର ଦରମା ନେଉଛନ୍ତି ।


COMMERCIAL BREAK
SCROLL TO CONTINUE READING

କୌଣସି କାରଣ ବିନା ଓ ଛୁଟି ଦରଖାସ୍ତ ନ ଦେଇ ଏତେ ଦିନ ଧରି ଏହି ଶିକ୍ଷକମାନେ ଡ୍ୟୁଟି କରୁ ନଥିଲେ । ଏହାର ସୂଚନା ମିଳିବା ପରେ ଏହି ପ୍ରସଙ୍ଗର ଖୋଳତାଡ଼ ହୋଇଥିଲା । ଯାହା ପରେ ଏହି ୨୪ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ସେପଟେ ବିଗତ ଦିନରେ ଏପରି ପ୍ରସଙ୍ଗରେ ମାଲକାନଗିରିରୁ କନିଷ୍ଠ ଶିକ୍ଷକ ମାନଙ୍କୁ ବରଖାସ୍ତ କରାଯାଇଥିଲା । ଚାକିରୀରୁ ବରଖାସ୍ତ ହୋଇଥିବା ଶିକ୍ଷକ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଏମଭି-ପ୍ରାଥମିକ ବିଦ୍ୟାଳୟର ନୀଳିମା ଜେନା, ଭୀମାରଙ୍ଗିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରମେଶ ନାୟକ, ବିଜାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅରୁଣା ରାଣୀ ବେଉରିଆ, ରାଉଲିଗୁଡା ପିୟୁପିଏସ ବିଦ୍ୟାଳୟର ସନ୍ତୋଷ କୁମାର ସ୍ୱାଇଁ, ବିଜାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜସ୍ମିନ ଦାସ, ଏମ.ଭି-୮୪ ପ୍ରାଥମିକ ବିଦ୍ୟାଳୟର ଦେବଶ୍ରୀ ବେହୁରା, କାଲିମେଲାସ୍ଥିତ ଏମ.ଭି-୯୦ ପ୍ରାଥମିକ ବିଦ୍ୟାଳୟର ସାବିତ୍ରୀ ପାତ୍ର, ନାଲାଗୁଣ୍ଠୁ ପିୟୁପିଏସ ବିଦ୍ୟାଳୟର ଜ୍ୟୋତିର୍ମୟୀ ସୂତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ରଞ୍ଜନ ବେହେରା ଏବଂ ମାଥିଲିସ୍ଥିତ ମେଣ୍ଡକୁଲି ପ୍ରାଥମିକ ବିଦ୍ୟାଳୟର ସସ୍ମିତା ସାହୁ।


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର କାରଣ ପାଲଟିଲା ହାର୍ଦ୍ଦିକ-ଦ୍ରାବିଡଙ୍କ ଜିଦ୍! ଏହି ୨ଟି ଭୁଲ ନିଷ୍ପତ୍ତି ଯୋଗୁଁ ହାରିବାକୁ ପଡ଼ିଲା ମ୍ୟାଚ୍


ଅଧିକ ପଢ଼ନ୍ତୁ:-ଅର୍ଶଦୀପ, ମାଭି କିମ୍ବା ବ୍ୟାଟିଂ ନୁହେଁ...ହାର୍ଦ୍ଦିକ ପାଣ୍ଡ୍ୟା କହିଲେ, ଏହି କାରଣରୁ ଟିମ୍ ଇଣ୍ଡିଆ ହାରିଲା ମ୍ୟାଚ୍!


ଅଧିକ ପଢ଼ନ୍ତୁ:-ମିଛ ଦୁଷ୍କର୍ମ ମାମଲାରେ ୨ ବର୍ଷ ଜେଲରେ ଥିଲେ ଏହି ବ୍ୟକ୍ତି, ବର୍ତ୍ତମାନ ରାଜ୍ୟ ସରକାର ବିରୋଧରେ ୧୦,୦୦୦ କୋଟି ଟଙ୍କାର କଲେ ମକଦ୍ଦମା ଦାୟର


ସୂତ୍ରରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ଏହି ଶିକ୍ଷକ କିଛି ଦିନ ସେବା କରିବା ପରେ ସମ୍ପୃକ୍ତ ବିଦ୍ୟାଳୟକୁ ଯିବା ବନ୍ଦ କରି ଦେଇଥିଲେ। ଗତ ଚାରିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେମାନେ ସେମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବିଦ୍ୟାଳୟରେ ଅନୁପସ୍ଥିତ ରହିଥିଲେ। ଏନେଇ ସେମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗି ନଥିଲେ କିମ୍ବା ସରକାରୀ ଚାକିରୀ ଅନୁଯାୟୀ କୌଣସି ସେବା ପ୍ରୋଟୋକଲ୍ ଅନୁସରଣ କରିନଥିଲେ। 


ଏହି ପ୍ରସଙ୍ଗ ସମ୍ପକ୍ତ ଅଧିକାରୀଙ୍କ ନଜରକୁ ଆସିବା ପରେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଖବରକାଗଜ ବିଜ୍ଞାପନ ସହିତ ଏପରି ଆହୁରି ଅନେକ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ହେଲେ କୌଣସି ଶିକ୍ଷକ ସେମାନଙ୍କ ବିଦ୍ୟାଳୟରେ  ଦେଖା ଯାଇନଥିଲେ। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସେମାନଙ୍କୁ ସେମାନଙ୍କ ଚାକିରିରୁ ବରଖାସ୍ତ କରିଥିଲେ।