ଭୁବନେଶ୍ୱର: Odisha Weather Update: ଅଦିନିଆ ବର୍ଷାରେ ଭିଜୁଛି ଓଡିଶା । ଆହୁରି ୩ ଦିନ ବର୍ଷିବ, ୨୪ ଘଣ୍ଟାରେ ଅଧା ଓଡିଶାକୁ ସତର୍କତା । ପଶ୍ଚିମା ଝଡ ସହ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଦକ୍ଷିଣ ଛତିଶଗଡ ଦେଇ ଏକ ଟ୍ରଫ୍ ଲାଇନ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ଧରି ଅଦିନିଆ ବର୍ଷା ସାଙ୍ଗକୁ କୁହାପଥର ବୃଷ୍ଟି ଜାରି ରହିଛି । 


COMMERCIAL BREAK
SCROLL TO CONTINUE READING

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୭ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ରାୟଗଡା, କୋରାପୁଟ ଓ ମାଲାକାନିଗିରିରେ ଘଡଘଡି ବର୍ଷା (Rains) ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) । 


ଏହା ବି ପଢ଼ନ୍ତୁ:-ତାଲିବାନକୁ ଏହି ଚ୍ୟାଲେଞ୍ଜ ଦେଲା ପାକିସ୍ତାନ, କହିଲା-ଯଦି ବିଫଳ ହେବ ତ...


ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର


ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ


ଏପରି ଆସନ୍ତା ତିନି ଦିନ ଅର୍ଥାତ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ବିକ୍ଷିପ୍ତ ଭାବେ ବର୍ଷା ପବନ ନେଇ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏହାଦ୍ୱାରା ପଶ୍ଚିମ ଓଡିଶା ସର୍ବାଧିକ ପ୍ରଭାବିତ ହେବ । ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି ।