Advertisement
Article Detail0/zeeodisha/odisha2312843
Zee OdishaOdisha Politicsବବିଙ୍କୁ ଦୂରଉଛନ୍ତି କି ପ୍ରମିଳା ! ବିଜେଡିର ସାଂଗଠନିକ ବୈଠକରେ କାହିଁକି ଯୋଗ ଦେଲେନି

ବବିଙ୍କୁ ଦୂରଉଛନ୍ତି କି ପ୍ରମିଳା ! ବିଜେଡିର ସାଂଗଠନିକ ବୈଠକରେ କାହିଁକି ଯୋଗ ଦେଲେନି

କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ଏକ ସାଙ୍ଗଠନିକ ବୈଠକ  ଗୁରୁବାର ଦିନ ଆୟୋଜିତ ହୋଇଥିଲା। ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ୱ ହୋଇଥିବା ଏହି ବୈଠକରେ ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ଭାଜପା ବିରୁଦ୍ଧରେ ଲଢେଇ କର, ବିଜୟ ସୁନିଶ୍ଚିତ ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ବୈଠକରେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସହିତ ଜିଲ୍ଲା ପରିଷଦ ସଭାନେତ୍ରୀ ନଳିନୀ ପ୍ରଭା ଜେନାଙ୍କ ସହିତ ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ । ହେଲେ ଚଳିତ ନିର୍ବାଚନରେ ବିଜୟୀ ହୋଇଥିବା ଓ ବିରୋଧି ଦଳର ମୁଖ୍ୟ ସଚେତକ ହୋଇଥିବା ପ୍ରମିଳା ମଲ୍ଲିକ ଯୋଗଦେଇନଥିଲେ ।

ବବିଙ୍କୁ ଦୂରଉଛନ୍ତି କି ପ୍ରମିଳା ! ବିଜେଡିର ସାଂଗଠନିକ ବୈଠକରେ କାହିଁକି ଯୋଗ ଦେଲେନି

ଭୁବନେଶ୍ୱର: ବିଜେଡି ସାଂଗଠନିକ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସଙ୍କଠାରୁ ଦଳୀୟ ନେତା ଦୂରଉଛନ୍ତି କି? ଏ ପ୍ରଶ୍ନ ଏବେ ରାଜନୀତିକ ମହଲରେ ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି। କିଛଦିନ ପୂର୍ବରୁ ତାଙ୍କ ସରକାରୀ ବାସଭବନରେ ବେଆଇନ ନିର୍ମାଣକୁ ନିଜେ ଭାଙ୍ଗିବା ଏବଂ ଏହାକୁ ନେଇ ଜଣେ ପୂର୍ବତନ ମନ୍ତ୍ରୀ ଫଶିବା ଏବଂ ବିଜେଡିର କୌଣସି ନେତା ତାଙ୍କ ସମ୍ମାନ ରକ୍ଷା ଲାଗି ଆଗକୁ ନଆସିବା ଏହାର ପୃଷ୍ଠଭୂମି ହୋଇଛି। ଏବେ ଯାଜପୁରରେ ଆୟୋଜିତ ଏକ ସାଂଗଠନିକ ବୈଠକରେ ବରିଷ୍ଠ ନେତ୍ରୀ ତଥା ଶାସକ ଦଳର ମୁଖ୍ୟ ସଚେତକ ଅନୁପସ୍ଥିତ ରହିବା ଏ ବିଷୟକୁ ଅଧିକ ସ୍ପଷ୍ଟ କରିଛି। 

ସୂଚନା ଅନୁସାରେ କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ଏକ ସାଙ୍ଗଠନିକ ବୈଠକ  ଗୁରୁବାର ଦିନ ଆୟୋଜିତ ହୋଇଥିଲା। ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ୱ ହୋଇଥିବା ଏହି ବୈଠକରେ ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ଭାଜପା ବିରୁଦ୍ଧରେ ଲଢେଇ କର, ବିଜୟ ସୁନିଶ୍ଚିତ ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ବୈଠକରେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସହିତ ଜିଲ୍ଲା ପରିଷଦ ସଭାନେତ୍ରୀ ନଳିନୀ ପ୍ରଭା ଜେନାଙ୍କ ସହିତ ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ । ହେଲେ ଚଳିତ ନିର୍ବାଚନରେ ବିଜୟୀ ହୋଇଥିବା ଓ ବିରୋଧି ଦଳର ମୁଖ୍ୟ ସଚେତକ ହୋଇଥିବା ପ୍ରମିଳା ମଲ୍ଲିକ ଯୋଗଦେଇନଥିଲେ ।

ଏହାକୁ ବିଜେଡିରେ ଗୋଷ୍ଠୀ ବିବାଦର ଛବି ବୋଲି କୁହା ଯାଉଛି । ବିଜେଡିର ଗଡ଼ କୁହା ଯାଉଥିବା ଯାଜପୁର ଜିଲ୍ଲାରେ ଚଳିତ ନିର୍ବାଚନରେ ଦଳ ମାଟି କାମୁଡିଛି ।  ୭ ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବଡ଼ଚଣା, ସୁକିନ୍ଦା, କୋରେଇରେ ଭାଜପା ଜିତିଥିଲା ବେଳେ ଧର୍ମଶାଳା ରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜୟୀ ହୋଇଛନ୍ତି । ପୁଣି ହିମାଂଶୁ ବିଜୟୀ ହେବା ପରେ ଭାଜପାରେ ସାମିଲ ହୋଇଛନ୍ତି । ଫଳରେ ଜିଲ୍ଲାରେ ଏବେ ଶାସକ ଭାଜପାର ୪ ବିଧାୟକ ରହିଛନ୍ତି । ସାଙ୍ଗଠନିକ ସମ୍ପାଦକ ବବି ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିଲା ବେଳେ ତାଙ୍କ ମା ବି କୋରେଇରେ ପରାଜୟର ମୁହଁ ଦେଖିଛନ୍ତି । 

Add Zee News as a Preferred Source

ବବିଙ୍କ ହସ୍ତମୁଦି ମାହାଲ ବା ଗଡ଼ କୁହା ଯାଉଥିବା ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜେହି ହାରୁ ହାରୁ ଜିତିଛି । ଏବେ ଖୋଦ ସଂଗଠନ ସମ୍ପାଦକ ବବି ନିଜ ସରକାରୀ ବାସ ଭବନରେ ବେଆଇନ ନିର୍ମାଣ କରିବା ଓ ତାକୁ ଭାଙ୍ଗିବା ବିବାଦରେ ଛନ୍ଦି ହୋଇଛନ୍ତି । ଏପରିସ୍ଥଳେ ଦଳର କୌଣସି ନେତା ବବିଙ୍କୁ ସୁରକ୍ଷା ଦେବା ତ ଦୂରର କଥା ତାଙ୍କ ପାଇଁ ପଦ ଟିଏ କହିବାକୁ ଆଗ୍ରହ ଦେଖାଇ ନାହାନ୍ତି । ପରନ୍ତୁ ଯାଜପୁର ନିର୍ବାଚନ ମଣ୍ଡଳୀର କିଛି ବ୍ୟକ୍ତି ତାଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି । ପରାଜୟ ପରେ ଦଳ ଏବେ ସଂକଟରେ ପଡିଥିଲା ବେଳେ ଦଳର ସଂଗଠନ ସମ୍ପାଦକ ଅଧିକ ସଂକଟରେ ପଡିଛନ୍ତି । ବବିଙ୍କ ବିରୁଦ୍ଧରେ ସାରା ରାଜ୍ୟରେ ସ୍ୱର ଉଠିଛି ।

ଏକଦା ନବୀନ ପଟ୍ଟନାୟକଙ୍କ ଡାହାଣ ହାତ କାର୍ତ୍ତିକେୟ ପାଣ୍ଡିଆନଙ୍କୁ କୁହା ଯାଉଥିଲା ବେଳେ ବବି ଥିଲେ ବାଁ ହାତ । ହେଲେ ବବି ବିପଦରେ ପଡିଥିଲା ବେଳେ ନବୀନ ଓ ପାଣ୍ଡିଆନ ବି ଚୁପ । ଦଳରୁ ଏକ ପ୍ରକାର କୋଣ ଠେସା ହୋଇ ଯାଇଛନ୍ତି ବବି । ଏହିଭଳି ସମୟରେ ସେ ଜିଲ୍ଲାରେ କର୍ମୀ ସମ୍ମିଳନୀ କରି ବରୀ, କୋରେଇ ଓ ଯାଜପୁର ଭୋଟରଙ୍କ ମନରେ ତାଙ୍କ ପ୍ରତି କମି ଯାଉଥିବା ବିଶ୍ୱାସ ବଢାଇବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାରେ ବିଜେଡି ଗୋଷ୍ଠୀ ବିବାଦ କାହାକୁ ଅଛପା ନୁହେଁ । ଗୋଷ୍ଠୀ ବିବାଦ କାରଣରୁ ଦଳ ଶୋଚନୀୟ ପ୍ରଦର୍ଶନ ମଧ୍ୟ କରିଥିବା ଆଲୋଚନା ହେଉଛି।

Also Read- ଲୋକସଭା ବାଚସ୍ପତି ପ୍ରଧାନମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

About the Author