Church Collapse in Koraput: ରବିବାର ଉପାସନା ପୂର୍ବରୁ କୋରାପୁଟରେ ଏକ ଅଘଟଣ ଘଟିଛି। ଲାଗି ରହିଥିବା ବର୍ଷା ଓ ବଜ୍ରାଘାତରେ ଜିଲ୍ଲାର ସର୍ବପୁରାତନ ଚର୍ଚ୍ଚ ଭାଙ୍ଗିଯାଇଛି। ଶନିବାର ରାତିରେ ଚର୍ଚ୍ଚ ଭୁଷୁଡି ଯାଇଥିବା ବେଳେ ଏଥିରେ କେହି ହତାହତ ହୋଇନାହାନ୍ତି। କିନ୍ତୁ କୋରାପୁଟର ୧୧୮ ବର୍ଷ ପୁରୁଣା ଐତିହ୍ୟ ଭାଙ୍ଗି ଯାଇଥିବାରୁ ଜିଲ୍ଲାବାସୀ ମର୍ମାହତ ହୋଇଛନ୍ତି। ଏବେ ଚର୍ଚ୍ଚକୁ ପୁନଃନିର୍ମାଣ କରିବା ପାଇଁ ଜାତି ଧର୍ମ ନିର୍ବିଶେଷରେ ଜିଲ୍ଲାବାସୀ ଏକଜୁଟ ହୋଇଛନ୍ତି। ତେବେ ନୂଆ ଚର୍ଚ୍ଚ ପାଇଁ ସରକାର କିଛି ଆର୍ଥିକ ଅନୁଦାନ ଲୋକଙ୍କ କଷ୍ଟ ଲାଘବ ହେବ ବୋଲି ଚର୍ଚ୍ଚା ହେଉଛି।


COMMERCIAL BREAK
SCROLL TO CONTINUE READING

ଗତ କିଛି ସପ୍ତାହ ହେଲା କୋରାପୁଟରେ ଲଗାଣ ବର୍ଷା ହେଉଛି। କିଛି ସ୍ଥାନରେ ଘଡଘଡି ସହ ବଜ୍ରପାତ ମଧ୍ୟ ହୋଇଛି। ଶନିବାର ରାତିରେ ସେହି ଭଳି ଏକ ବଜ୍ରପାତରେ କୋରାପୁଟ ଜିଲ୍ଲାର ସର୍ବପୁରାତନ ଚର୍ଚ୍ଚ ଭାଙ୍ଗି ଯାଇଛି। ରାତିରେ ଚର୍ଚ୍ଚରେ କେହି ନଥିବାରୁ ଏହ ବଡ ଅଘଟ ବର୍ତ୍ତି ଯାଇଛି। ରବିବାର ଖ୍ରୀଷ୍ଟ ଧର୍ମୀଙ୍କ ଉପାସନା ବାର। ତେଣୁ ଏହି ଉପାସନା ପୂର୍ବରୁ ଚର୍ଚ୍ଚ ଭାଙ୍ଗିଯାଇଛି। ଅନ୍ୟପଟେ ଜିଲ୍ଲାର ଏକ ଐତିହ୍ୟ ନଷ୍ଟ ହୋଇଯାଇଥିବାରୁ ଜିଲ୍ଲାବାସୀ ମର୍ମାହତ ହୋଇଛନ୍ତି। କିନ୍ତୁ ସେମାନେ ଏଥିରେ ଭାଙ୍ଗି ନଯାଇ ପୁଣି ଥରେ ନୂଆ ଚର୍ଚ୍ଚ କରିବାକୁ ଚାନ୍ଦା ଆଦାୟ କରୁଛନ୍ତି। ଚର୍ଚ୍ଚ ପରିସରରେ ଥିବା ଏକ ଅଡିଟରିୟମରେ ରବିବାର ପ୍ରାର୍ଥନା ପାଇଁ ବ୍ୟବସ୍ଥା କରାଯାଇଛି।


Also Read: ଆମେରିକାରେ ଲଗାତର କମୁଛି ଖ୍ରୀଷ୍ଟିଆନଙ୍କ ସଂଖ୍ୟା, ଜାଣନ୍ତୁ ବଢୁଛି କେଉଁ ଧର୍ମ


ଦକ୍ଷିଣାଞ୍ଚଳ ଡିଆଇଡିଙ୍କ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥ କଡରେ ୧୧୮ ବର୍ଷ ଧରି କୋରାପୁଟର ଐତିହାସିକ ଚର୍ଚ୍ଚ, ଜିଲ୍ଲାରେ ଭାଇଚାରାର ବାର୍ତ୍ତା ବାଣ୍ଟୁଥିଲା। ବର୍ତ୍ତମାନ ଏହା ନିଜର ଅସ୍ତିତ୍ୱ ହରାଇଛି। କୋରାପୁଟ ବିଧାୟକ ରଘୁରାମ ପଡାଲ, ଜୟପୁର ବିଧାୟକ ତାରା ବାହିନୀପତି, ଜିଲ୍ଲା ବିଜେଡି ସଭାପତୀ ଇଶ୍ୱର ପାଣିଗ୍ରାହୀ ପ୍ରମୂଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କିଛି ସମଜସେବୀ ଚର୍ଚ୍ଚ ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କୋରାପୁଟ ସାଂସଦ ପ୍ରତିନିଧି ବିରୋଜ ବେନ୍ୟା ମଧ୍ୟ ଚର୍ଚ୍ଚ ଭଙ୍ଗା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଚର୍ଚ୍ଚ ପୁନଃନିର୍ମାଣ ନେଇ ସେ ସାଂସଦଙ୍କ ସହ ଆଲୋଚନା କରିଥିବା କହିଛନ୍ତି।


କୋରାପୁଟ ଜେଇଏସି ଚର୍ଚ୍ଚର ଡିନ୍ କହିଛନ୍ତି ଯେ, ଚର୍ଚ୍ଚରେ ସପ୍ତାହକୁ ଚାରି ଦିନ ଉପାସନା ହୋଇଥାଏ। ଏଥିରେ ପ୍ରାୟ ୮୦୦ ଜଣ ଆସନ୍ତି। ଏହା ଏକ ପୁରୁଣା ଚର୍ଚ୍ଚ ଥିଲା। ୧୯୦୬ ମସିହାରେ କିଛି ଜର୍ମାନ ନାଗରିକ ଏହାକୁ ତିଆରି କରିଥିଲେ। ଚର୍ଚ୍ଚର ଆୟୁଷ ବୋଧେ ପୁରିଯାଇଥିଲା ତେଣୁ ସେ ଭାଙ୍ଗି ଯାଇଛି। ଲଗାଣ ବର୍ଷା ଓ ବଜ୍ରାଘାତରେ ଶନିବାର ଚର୍ଚ୍ଚ ଭୁଷୁଡି ଯାଇଛି। ଚର୍ଚ୍ଚ ଭାଙ୍ଗାବା ଯୋଗୁଁ ଲୋକଙ୍କ ହୃଦୟ ମଧ୍ୟ ଭାଙ୍ଗିଛି। କିନ୍ତୁ ସମସ୍ତେ ମିଶି ଏକ ନୂଆ ଚର୍ଚ୍ଚ ନିର୍ମାଣ କରିବାକୁ ଯୋଜନା କରିଛୁ ବୋଲି ସେ କହିଛନ୍ତି।