ଅଦିନିଆ ବର୍ଷା ଧୋଇ ନେଲା ଚାଷୀଙ୍କ ବର୍ଷକର ପରିଶ୍ରମ; ରାସ୍ତା ଉପରେ ଗଜା ହେଲା ଧାନ
ସମ୍ବଲପୁର (Sambalpur) ଜିଲ୍ଲାରେ ଚାଷୀ କୂଳ ଟୋକନ ସମସ୍ୟା ନେଇ ଚିନ୍ତିତ ଥିବା ବେଳେ ଏବେ ଅଦିନିଆ ବର୍ଷା ବୋଝ ଉପରେ ନଳିତା ବିଡା ସଦୄଶ ହୋଇଛି। ଗତ ତିନି ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ପାଇଁ ଚାଷୀଙ୍କ ଶହ ଶହ ଏକର ଧାନ ଫସଲ ଗଜା ହୋଇ ନଷ୍ଟ ହୋଇଛି।
ସମ୍ବଲପୁର: ଦୁର୍ଦ୍ଦିନରେ ପଶ୍ଚିମ ଓଡିଶା ଚାଷୀ। ଟୋକନ ସମସ୍ୟାର ସମାଧାନ ହୋଇପାରିନଥିବା ବେଳେ ଏବେ ବର୍ଷା ଦାଉ ସାଧୁଛି। ଚାଷୀଙ୍କ ବର୍ଷକର ପରିଶ୍ରମ ଧୋଇ ନେଇ ଯାଇଛି। ବିଭିନ୍ନ ସମସ୍ୟା କାରଣରୁ ଧାନ ବିକ୍ରି ହୋଇ ନ ପାରି ରାସ୍ତାରେ ପଡି ଗଜା ହୋଇଛି। ମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର କୁକୁଡାପାଲି ପଞ୍ଚାୟତରେ ଏଭିଳି ଦୃଶ୍ୟ ଦେଖିବାକୁ ମିଳିଛି।
ସମ୍ବଲପୁର (Sambalpur) ଜିଲ୍ଲାରେ ଚାଷୀ କୂଳ ଟୋକନ ସମସ୍ୟା ନେଇ ଚିନ୍ତିତ ଥିବା ବେଳେ ଏବେ ଅଦିନିଆ ବର୍ଷା ବୋଝ ଉପରେ ନଳିତା ବିଡା ସଦୄଶ ହୋଇଛି। ଗତ ତିନି ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ପାଇଁ ଚାଷୀଙ୍କ ଶହ ଶହ ଏକର ଧାନ ଫସଲ ଗଜା ହୋଇ ନଷ୍ଟ ହୋଇଛି। ସମ୍ବଲପୁର ଜିଲ୍ଲା ଜୁଯୋମୁରା (Jujomura) ବ୍ଳକ କୁକୁଡାପାଲି ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଏବେ ରାସ୍ତାରେ ଦେଖିବାକୁ ମିଳୁଛି।
Also Read: ଅବହେଳିତ ପଶ୍ଚିମ ଓଡ଼ିଶା! କୃଷକଙ୍କ ସମସ୍ୟା ନେଇ ବିଜେପିର ଧାରଣା
କୁକୁଡାପାଲି ପଞ୍ଚାୟତର ଏକାଧିକ ଗ୍ରାମରେ ଚାଷୀ (Farmer) ଙ୍କ ଅମଳ ଧାନ ରାସ୍ତାରେ ଗଜା ହୋଇ ପଡିରହିଛି। ଚାଷୀ ଯେତେ ଧାନ ଅମଳ କରିପାରିଥିଲା ତାହା ରାସ୍ତାରେ ରଖିଥିବା ବେଳେ ବର୍ଷା ଦାଉ ସାଜିଛି। ଚାଷୀଙ୍କ ଏକର ଏକର ଫସଲ ନଷ୍ଟ ହେବା ସହ ଗଜା ହୋଇଥିବା ଧାନ ସବୁ ରାସ୍ତାରେ ପଡିରହିଛି। ଅନ୍ୟପଟେ ଋଣ କରି ଚାଷୀ ଧାନ ଚାଷ କରିଥିବା ବେଳେ ତାହା କିପରି ପରିଷୋଧ କରିବ ସେ ନେଇ ଚିନ୍ତାରେ ଦିନ କାଟୁଛି।
ଜୁଯୋମୁରା ବ୍ଳକର କୁକୁଡାପାଲି ପଞ୍ଚାୟତର ସବୁ ଗ୍ରାମରେ ଧାନ ଗଜା ପରିସ୍ଥିତି ଥିବା ବେଳେ ଚାଷୀ ପ୍ରଶାସନ ସାହାଯ୍ୟ ପାଇବା ପାଇଁ ଅନେଁଇ ବସିଛି। କୁକୁଡାପାଲି ପଞ୍ଚାୟତର କୁସନପୁରୀ, ସିକ୍ରାପାଲି, ପିପିଲିପାଲି, କୁକୁଡାପାଲି, ଗମ୍ଭାରପଙ୍କ, ଡୁମାଲପଦର, ଡୁମେରପାଲି ଗ୍ରାମର ଶହ ଶହ ଏକର ଚାଷୀଙ୍କ ଧାନ ବର୍ଷାରେ ଓଦା ହୋଇ ଗଜା ହୋଇଛି। ଏହା ସହ ଯେଉଁ ଧାନ ଚାଷୀ ନିଜ କ୍ଷେତରୁ ଅମଳ କରିପାରିନାହିଁ ତାହା ମଧ୍ୟ ବର୍ଷାରେ ଭିଜି ସଂପୂର୍ଣ୍ଣ ଭାବରେ ଗଜା ହୋଇ ନଷ୍ଟ ହୋଇସାରିଛି।
Also Read: ଷଣ୍ଢକୁ ମୃତ୍ୟୁଦଣ୍ଡ! ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ
ପୂର୍ବରୁ ନିଜ ଉତ୍ପାଦନ କରିଥିବା ଧାନ ବିକ୍ରି ପାଇଁ ଟୋକନ ସମସ୍ୟାକୁ ନେଇ ଚିନ୍ତାରେ ଥିବା ଚାଷୀଙ୍କ ଦୁଃଖ ଅଦିନିଆ ବର୍ଷା ଦ୍ୱିଗୁଣିତ କରିଦେଇଛି। କୁକୁଡାପାଲି ପଞ୍ଚାୟତର ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରିବା ଷହ ଚାଷୀଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ ପାଇଁ ପଞ୍ଚାୟତର ସମିତି ସଭ୍ୟା ସସ୍ମିତାରାଣୀ ଦେହୁରୀ ପ୍ରଶାସନକୁ ଜଣାଇଥିବା କହିଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପାଇଁ କଣ ପଦକ୍ଷେପ ନିଆଯାଇଛି ତାହା କାହାକୁ ଜଣା ନାହିଁ।